ETV Bharat / briefs

ଦ୍ରୁତ ବୋଲରଙ୍କୁ ପିଚ ସୁହାଇଲେ ସଂଘର୍ଷ କରିବ ଭାରତ: ପନିସର

author img

By

Published : May 23, 2021, 7:40 PM IST

ୟୁକେରେ ବର୍ତ୍ତମାନ ପାଗ ବର୍ଷା ଓ ଶୀତ ପାଗ ରହିଛି । ଜୁନ 18ରୁ ଆରମ୍ଭ ହେବାକୁ ଥିବା WTC ଫାଇନାଲ ପର୍ଯ୍ୟନ୍ତ ଯଦି ଏହିପରି ପାଗ ଲାଗି ରୁହେ ତେବେ ଏହା ନ୍ୟୁଜିଲାଣ୍ଡକୁ ଅଧିକ ସୁହାଇବ କହିଛନ୍ତି ପନିସର । ଅଧିକ ପଢନ୍ତୁ...

monty panesar
monty panesar

ନୂଆଦିଲ୍ଲୀ: ପୂର୍ବତନ ଇଂଲଣ୍ଡ ସ୍ପିନର ମଣ୍ଟି ପନିସର ବିଶ୍ବ ଟେଷ୍ଟ ଚମ୍ପିଆନସିପକୁ ନେଇ ରଖିଛନ୍ତି ବଡ ବୟାନ । ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ଜୁନରେ ଇଂଲଣ୍ଡର ଏଜେସ ବାୱଲ ସାଉଥାମ୍ପଷ୍ଟନରେ ଖେଳାଯିବ । ଏହାକୁ ନେଇ ଉତ୍ସାହ ବଢିବାରେ ଲାଗିଛି । ତେବେ ପିଚ ପରିସ୍ଥିତି ଦ୍ରୁତ ବୋଲରଙ୍କୁ ଅଧିକ ସୁହାଇବ । ଫଳରେ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଅଧିକ ଫାଇଦା ମିଳିବ । ଏହା କହିଛନ୍ତି ପନିସର ।

ୟୁକେରେ ବର୍ତ୍ତମାନ ପାଗ ବର୍ଷା ଓ ଶୀତ ପାଗ ରହିଛି । ଜୁନ 18ରୁ ଆରମ୍ଭ ହେବାକୁ ଥିବା WTC ଚମ୍ପିଆନସିପ ଫାଇନାଲ ପର୍ଯ୍ୟନ୍ତ ଯଦି ଏହିପରି ପାଗ ଲାଗିରୁହେ ତେବେ ଏହା ନ୍ୟୁଜିଲାଣ୍ଡକୁ ଅଧିକ ସୁହାଇବ କହିଛନ୍ତି ପନିସର ।

ଜୁନ 2 ସୁଦ୍ଧା ଭାରତୀୟ ଟିମ ୟୁକେରେ ପହଞ୍ଚିବ ଓ 10 ଦିନ ଅଭ୍ୟାସ ପାଇଁ ସୁଯୋଗ ମିଳିବ ।

ବିଶ୍ବ ଟେଷ୍ଟ ଚମ୍ପିଆନସିପ ପରେ ଇଂଲଣ୍ଡ ବିପକ୍ଷରେ 5 ଟିକିଆ ଟେଷ୍ଟ ସିରିଜ ଖେଳିବ ବିରାଟ ବାହିନୀ । ଶେଷଥର ପାଇଁ ଭାରତ ବର୍ଷ 2007ରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାରେ ସକ୍ଷମ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.