ETV Bharat / briefs

ଇଗ୍ନୋ ଖୋଲିବ ୬ ମାସିଆ 'ଯୋଗ' ସାର୍ଟିଫିକେଟ୍‌ କୋର୍ସ

ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍ନୋ) ପକ୍ଷରୁ ୬ ମାସିଆ ସାର୍ଟିଫିକେଟ ପ୍ରୋଗାମ ଇନ୍‌ ୟୋଗା(ସିପିୱାଇ) ଆରମ୍ଭ ହୋଇଛି। ଜୁଲାଇ ମାସରୁ ଏହି କୋର୍ସ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସୂଚନା ରହିଛି ।

author img

By

Published : Jun 17, 2019, 3:29 PM IST

Updated : Jun 17, 2019, 4:47 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍ନୋ) ପକ୍ଷରୁ ୬ ମାସିଆ ସାର୍ଟିଫିକେଟ ପ୍ରୋଗାମ ଇନ୍‌ ୟୋଗା(ସିପିୱାଇ) ଆରମ୍ଭ ହୋଇଛି। ଦ୍ବାଦଶରେ ଯେ କୌଣସି ବିଷୟରେ ଉତ୍ତୀର୍ଣ୍ଣ ହୋଇଥିବା ଯେ କେହି ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ। ଜୁଲାଇ ମାସରୁ ଏହି କୋର୍ସ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ ଏହି କୋର୍ସର ଅବଧି 6ମାସ ରଖାଯାଇଛି। ଏହା ବ୍ୟତିରେକ ସର୍ବାଧିକ 2ବର୍ଷ ଅବଧି ରହିଛି ଏହି ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବା ପାଇଁ। ଆବେଦନକାରୀଙ୍କୁ ଏହି ପାଠ୍ୟକ୍ରମ ପାଇଁ 10000 ଟଙ୍କାର କୋର୍ସ ଫି ରଖାଯାଇଛି। ଏହି ସାର୍ଟିଫିକେଟ କୋର୍ସର ବିଷୟବସ୍ତୁ ଇଂରାଜୀରେ ରହିଥିବା ସୂଚନା ରହିଛି । ଦିଲ୍ଲୀ, ହରିଦ୍ବାର, ବେଙ୍ଗାଲୁରୁ, ଭୁବନେଶ୍ବର, ଜୟପୁର, ଲାଡନୁନ, ଚେନ୍ନାଇ, ମୁମ୍ବାଇ ଓ ପୁନେରେ ଥିବା ଇଗ୍ନୋ ବିଶ୍ବବିଦ୍ୟାଳୟର ଆଞ୍ଚଳିକ କେନ୍ଦ୍ରରେ ଏହି ପାଠ୍ୟକ୍ରମରେ ନାମ ଲେଖାଇ ପାଢି ପାରିବେ।

ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଝାଡଖଣ୍ଡର ରାଞ୍ଚିରେ ଥିବା ପ୍ରଭାତ ତରାଠାରେ ଜୁନ ୨୧ ତାରିଖରେ ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ୨୦୧୯ । ବିଶ୍ବବ୍ୟାପୀ ଆଧ୍ୟାତ୍ମିକ, ମାନସିକ, ଶାରୀରିକ ଶୃଙ୍ଖଳାକୁ ଯୋଗ ମାଧ୍ୟମରେ ବିକଶିତ ଓ ସନ୍ତୁଳନ ରକ୍ଷା କରିବା ଉଦ୍ଦେଶ୍ୟ ଏହି ପାଠ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଇଗ୍ନୋ ଅଧ୍ୟାପକ ଏସବି ଆରୋରା କହିଛନ୍ତି।

sample description
Last Updated : Jun 17, 2019, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.