ETV Bharat / briefs

'ଫନି' ଘରଭଙ୍ଗା କ୍ଷତିପୂରଣ ନେଇ ଗାଇଡ୍ ଲାଇନ୍ ଜାରି

author img

By

Published : May 17, 2019, 7:34 PM IST

'ଫନି' ପ୍ରଭାବିତ ଅଞ୍ଚଳରେ କ୍ଷତିପୂରଣ ନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବ ରାଜ୍ୟର ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: 'ଫନି' ପ୍ରଭାବିତ ଅଞ୍ଚଳରେ କାହାକୁ ମିଳିବ କ୍ଷତିପୂରଣ । କଣ ରହିଛି ପ୍ରଶାସନିକ ମାପଦଣ୍ଡ । ଏନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବ ରାଜ୍ୟର ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି ।

ଗତ 15 ତାରିଖରୁ ରାଜ୍ୟର ସବୁ ପଞ୍ଚାୟତରେ ଘରଭଙ୍ଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହା ଗୋଟିଏ ସପ୍ତାହ ମଧ୍ୟରେ ସରିବାକୁ ଧାର୍ଯ୍ୟ କରାଯାଇଛି । ସ୍ୱଚ୍ଛତା ପାଇଁ ସବୁ ଭଙ୍ଗା ଘରେ ଜିଓ ଟ୍ୟାଗ୍ ଲାଗିବ। ବିଭାଗ ପକ୍ଷରୁ 'ଆମ ଘର' ଆପ୍ ଜରିଆରେ ଜିଓ ଟ୍ୟାଗ୍ ଫଟୋ ସଂଯୋଗ କରାଯିବ । ପ୍ରଶାସନିକ କ୍ଷେତ୍ରରେ ଯାଞ୍ଚ କରିବା ପରେ ରାଜସ୍ୱ ବିଭାଗ ଅଧିକାରୀ ଏକ ତାଲିକା ପ୍ରସ୍ତୁତ କରିବେ ।

ତେବେ ଜିଲ୍ଲାପାଳ ଚାହିଁଲେ ପଞ୍ଚାୟତିରାଜ କିମ୍ବା ଅନ୍ୟ ବିଭାଗର ଅଧିକାରୀଙ୍କୁ ଏଥିରେ ନିୟୋଜିତ କରି ଭିନ୍ନ ଭିନ୍ନ ତାଲିକା ପ୍ରସ୍ତୁତ କରିପାରିବେ । ସ୍ଥାନୀୟ ଯୁବକ, ଯୋଗାଣ ସହାୟକ, ବିଜୁ ଯୁବ ବାହିନୀ ସଦସ୍ୟ, ସିଆରପିକୁ ବ୍ୟବହାର କରାଯିବ । ଜିଓ ଟ୍ୟାଗିଂ ବାବଦକୁ ପ୍ରତି ଘର ପିଛା 50 ଟଙ୍କା ମଧ୍ୟ ଦିଆଯିବ । ଏସବୁର ତଥ୍ୟ ରାଜ୍ୟ ସରକାରଙ୍କ ରୁରାଲ ହାଉସିଂ ପୋର୍ଟାଲରେ ସଂରକ୍ଷିତ ରହିବ । ମେ' 31 ସୁଦ୍ଧା ସବୁ ହିତାଧିକାରୀଙ୍କୁ ଆଧାର କାର୍ଡ, ବ୍ୟାଙ୍କ୍ ଆକାଉଣ୍ଟ, ଜବ କାର୍ଡ ଅନଲାଇନରେ ପ୍ରଦାନ କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Slug-ନାବାଳକ ମୃତ୍ୟୁକୁ ନେଇ ରାସ୍ତାରୋକ : ଅପରାଧ ରୋକିବାରେ ସ୍ଥାନୀୟ ପୋଲିସ ନିଷ୍କ୍ରିୟ

Format-PKG

Place-khurda,13.5.19

Visual-MOJO

ଆଙ୍କର : ଦଶମ ପଢ଼ୁଥିବା ନାବାଳକଙ୍କ ସନ୍ଦେହ ଜନକ ମୃତ ଦେହ ମିଳିବାକୁ ନେଇ ବେଗୁନିଆ ଥାନା ଅନ୍ତର୍ଗତ କୋଦୁଅବେରେଣି ଗାଁରେ ଉତେଜନା ଓ ରାସ୍ତାରୋକ ।  ଘଟଣା ଉପରୁ ପରଦା ଉଠାଇବା ପାଇଁ ସ୍ଥାନୀୟ ଲୋକ ଦାବୀ କରିବାସହ ଅଭିଯୁକ୍ତକୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।

Vo1- କାଲି ଅପରାହ୍ନରେ ବାଘମାରି  କଣ୍ଟିଲୋ 48ନଂ ରାଜ୍ୟ ରାଜପଥର ଗୋବିନ୍ଦପୁର ଠାରେ ଏକ ବ୍ୟାଙ୍କ ଟଙ୍କା ନେଇ ଯାଉଥିବା ଗାଡି ଉପରକୁ ବୋମାମାଡ଼ କରି ଟଙ୍କା ଲୁଟ ହେବାର 24 ଘଣ୍ଟା ନପୁରୁଣୁ ଆଜି କୋଦବେରେଣି ଗାଁରେ ଜଣେ ନାବାଳକର ମୃତଦେହ ସନ୍ଦେହ ଜନକଭାବେ ନିକଟସ୍ଥ କାଜୁ ଜଙ୍ଗଲରୁ ମିଳିବା ତାହା ପୁଣି ବେଗୁନିଆ ଥାନାର ଧଳାପଥର ଫାଣ୍ଡି ନିକଟରୁ ମିଳିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖିବାକୁ ମିଳିଛି । ନବଳକକୁ କେହି ହତ୍ୟା କରିଥିବା ପ୍ରତିବାଦରେ ବାଘମାରି କଣ୍ଟିଲୋ 48ନଂ ରାଜ୍ୟ ରାଜପଥକୁ ସ୍ଥାନୀୟ ଲୋକ କୋଦବେରେଣି ଠାରେ ଟାୟାର ଜାଳି ଅବରୋଧ କରିଥିଲେ । ଘଟଣାର ଉପଯୁକ୍ତ ତଦନ୍ତ ଦାବୀ କରିଛନ୍ତି ସ୍ଥାନୀୟ ଲୋକ ।

ବାଇଟ1-ମୃତକର ମା
         2-କୁନା , ମୃତକଙ୍କ ବଡ଼ ଭାଇ
        3-ପ୍ରଭାତ କୁମାର ତ୍ରିପାଠୀ,ସ୍ଥାନୀୟ ଲୋକ

Vo2- କୋଦବେରେଣି ଗାଁର ଶାନ୍ତିଲତା ମହାପାତ୍ରଙ୍କ ପୁଅ ବିଶ୍ୱଜିତ ମହାପାତ୍ର ଦଶମ ପରୀକ୍ଷା ଦେଇ ଘରେ ବାପାଙ୍କ କାମରେ ସହଯୋଗ କରୁଥିଲେ । ହେଲେ ଗତ ସାତ ତାରିଖରୁ ସେ ନିଖୋଜ ଥିବା ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଫାଣ୍ଡିରେ ଅଭିଯୋଗ କରିଥିଲେ ତାଙ୍କ ମା ଶାନ୍ତିଲତା । ହେଲେ ଆଜି ତାର ଗଳିତ ମୃତଦେହ ତାଙ୍କ ଘର ନିକଟସ୍ଥ କାଜୁ ଜଙ୍ଗଲରୁ ଉଦ୍ଧାର ହେବା ପରେ ପରିବାର ପକ୍ଷରୁ ବିଶ୍ୱଜିତକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେପଟେ ଅଭିଯୁକ୍ତକୁ ଗିରଫ ଦାବିକରୀ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ କରିଥିଲେ । ତେବେ ଗତକାଲି ଏହି ରାସ୍ତାରେ ବୋମା ମାଡ଼ କରି ବ୍ୟାଙ୍କ ଗାଡିରୁ ଲକ୍ଷାଧିକ ଟଙ୍କା ଦୁର୍ବୁତ୍ତ ଲୁଟ କରିଥିବା ବେଳେ ଆଜି ଏଭଳି ଘଟଣା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ବାଇଟ- ରଶ୍ମି ରଞ୍ଜନ ସାହୁ,ବେଗୁନିଆ ଥାନା ଅଧିକାରୀ

Fvo- 24 ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ଅପରାଧ ନେଇ ବେଗୁନିଆ ପୁଲିସକୁ ଅପରାଧି ମାନେ ଖୋଲା ଚ୍ୟାଲେଞ୍ଜ ଦେଉଥିବା ବେଳେ ଏହି ରାସ୍ତାରେ ସୁରକ୍ଷା କଡାକଡି କରାଯିବା ଆବଶ୍ୟକ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.