ETV Bharat / briefs

ଖତ ଖାଉଛି 10 କୋଟି ମୂଲ୍ୟର ହଷ୍ଟେଲ - QUESTION RAISED AGAINST ADMINISTRATION MANAGEMENT

10 କୋଟି ବ୍ୟୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ତିଆରି ହେଲା 22ଟି ହଷ୍ଟେଲ । ଉଦଘାଟନ ସରିଛି । କିନ୍ତୁ ଆଠ ବର୍ଷପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । କେଉଁ ଅବସ୍ଥାରେ କେମିତି ପଡିଛି ସମସ୍ତ ହଷ୍ଟେଲ । ପଢନ୍ତୁ ସଂପୂର୍ଣ୍ଣ ଖବର...

Subarnapur sc hostel
Subarnapur sc hostel
author img

By

Published : Feb 14, 2020, 8:51 PM IST

ସୁବର୍ଣ୍ଣପୁର: ଆଦିବାସୀ ଛାତ୍ରଛାତ୍ରୀମାନେ ପାଠ ପଢିବେ । ଭବିଷ୍ୟତ ଉଜ୍ଜଳ କରିବେ । ସେମାନଙ୍କ ବିକାଶ ହେବ । ଖାସ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୋଜନା କରୁଛନ୍ତି । ପାଠ ପଢା ପାଇଁ ଆବଶ୍ୟକ ଭିତ୍ତିଭୂମି ସ୍କୁଲ, ହଷ୍ଟେଲ ନିର୍ମାଣ କରୁଛନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ଛାତ୍ରାବାସ ନିର୍ମାଣ ହେବାର ବର୍ଷ ବର୍ଷ ବିତିଯାଇଥିଲେ ବି ସେସବୁ ବ୍ୟବହାର ନହୋଇ ପଡିରହିଛି । ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ସବୁ ବ୍ୟବହାର କରୁ ନଥିବାରୁ ଏବେ ଭୂତ କୋଠି ପାଲଟି ଗଲାଣି । ଫଳରେ ଏହି ସବୁ ନିର୍ମିତ ଛାତ୍ରାବାସ ସବୁ ଖତ ଖାଉଛି ।

କେତେ ଦକ୍ଷ ଜିଲ୍ଲା ପ୍ରଶାସନ? ଖତ ଖାଉଛି ହଷ୍ଟେଲ, 10 କୋଟି ବର୍ବାଦ ହେବ !

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାଏକପଡା ଗାଁରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ତିଆରି ହୋଇଛି ଏକ ଛାତ୍ରାବାସ । ପ୍ରାୟ 50 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ 100 ଛାତ୍ରଙ୍କ ପାଇଁ ଏହା ତିଆରି କରାଯାଇଛି । 2011 ମସିହାରୁ ଏହି ଛାତ୍ରାବାସ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ହେଲେ ଏହାକୁ କାର୍ଯ୍ୟକ୍ଷମ କରାଯିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଚାରିପାର୍ଶ୍ବରେ ଅନାବନା ଗଛ ଉଠିଥିବାରୁ କୃତ୍ରିମ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । କେବଳ କୋଠାଟି ତିଆରି ହୋଇଛି । କିନ୍ତୁ ଛାତ୍ରାବାସ ପାଇଁ ବିଦ୍ୟୁତ, ପାନୀୟ ଜଳ, ରୋଷେଇ ସାମଗ୍ରୀ, ଶୋଇବା ଖଟ, ପିଲାଙ୍କ ପାଠ ପଢିବା ପାଇଁ ଟେବୁଲ ଚେୟାର ଆଦିର କୌଣସି ସୁବିଧା ଆଜି ଯାଏଁ କରାଯାଇ ପାରିନାହିଁ । ସେହିପରି ଉଲୁଣ୍ଡା ବ୍ଲକର ଉଲୁଣ୍ଡା ଏବଂ ବୀରମହାରାଜପୁର ବ୍ଲକର ମାଣିକପୁର ଗାଁରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ । ଏଠି ବି ସମାନ ଅବସ୍ଥା । ନିର୍ମାଣ ସରିଛି, ଆଉ ଛାତ୍ରୀ ନିବାସର ଉଦଘାଟନ ବି ସରିଛି । ହେଲେ ଇତି ମଧ୍ୟରେ ଆଠ ବର୍ଷରୁ ଅଧିକ ସମୟ ବିତିଥିଲେ ବି ଏଯାଏଁ ଛାତ୍ରୀ ନିବାସ କୌଣସି କାମରେ ଆସିପାରିନାହିଁ । ଫଳରେ ନିର୍ମାଣ ହୋଇଥିବା ଛାତ୍ରୀ ନିବାସ ସରକାରଙ୍କ ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି ।

ଜିଲ୍ଲାର ଛଅଟି ବ୍ଲକରେ ପ୍ରାୟ10 କୋଟିରୁ ଅଧିକ ଟଙ୍କାରେ 22 ଟି ଛାତ୍ରାବାସ ତିଆରି ହୋଇଛି । ହେଲେ ଗୋଟିଏ ଛାତ୍ରାବାସ ବି କାର୍ଯ୍ୟକ୍ଷମ ହୋଇପାରିନାହିଁ । ହଷ୍ଟେଲ କାର୍ଯ୍ୟକ୍ଷମ ହେଲେ ବହୁ ସଂଖ୍ୟାରେ ଅନୂସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନେ ରହିବା, ଖାଇବା ସହିତ ମାଗଣାରେ ଗୁଣାତ୍ମକ ଶିକ୍ଷା ପାଇ ପାରିବେ । ଜିଲ୍ଲାର ଦୁର୍ଗମ ଅଞ୍ଚଳର ପିଲାମାନେ ଶିକ୍ଷିତ ହୋଇ ପାରିବେ । ଏ ନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ସେପଟେ ଜିଲ୍ଲାପାଳଙ୍କ ଚିରାଚରିତ ଉତ୍ତର ଜିଲ୍ଲା ମଙ୍ଗଳକାରୀଙ୍କ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସବୁଠାରୁ ବଡ କଥା ହେଲା ସରକାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନଙ୍କ ଶିକ୍ଷାରେ ଉନ୍ନତି ଆଣିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ କରୁଛନ୍ତି । ହେଲେ ଜିଲ୍ଲା ପ୍ରଶାସନର ଆନ୍ତରିକତା ଓ ଇଛାଶକ୍ତିର ଅଭାବରୁ ସରକାରୀ ଯୋଜନା ସଫଳ ହୋଇ ପାରୁନାହିଁ । ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି । ନଚେତ ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ଏହି ଛାତ୍ରବାସ ଧ୍ବଂସ ହେବା ସୁ-ନିଶ୍ଚିତ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.