ETV Bharat / briefs

ଆସନ୍ନ ପ୍ରସବା ମହିଳାଙ୍କୁ ହସ୍ପିଟାଲ୍ ସ୍ଥାନାନ୍ତର ନିର୍ଦ୍ଦେଶ, ଶୁଖିଲା ରାସନ୍ ବଣ୍ଟନ ପ୍ରସ୍ତୁତି - ସମ୍ଭାବ୍ୟ ବାତ୍ୟା ୟଶ

ବାତ୍ୟା ୟଶ ମୁକାବିଲା ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଅଧିକ ପଢନ୍ତୁ...

cyclone yas
cyclone yas
author img

By

Published : May 22, 2021, 10:10 PM IST

Updated : May 22, 2021, 10:26 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ୟଶ’ର ପ୍ରଭାବ ଉପକୂଳ ଓଡ଼ିଶାରେ ଅନୁଭୂତ ହେବାର ଆଶଙ୍କା ରହିଛି । ବାତ୍ୟାର ମୁକାବିଲା ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଶନିବାର ଏ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

cyclone yas
ବାତ୍ୟା ୟଶ

ଭର୍ଚୁଆଲ ବୈଠକରେ ୧୨ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଅନୁ ଗର୍ଗ । ଯେକୌଣସି ଆପଦକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ସିଡ଼ିପିଓ ଏବଂ କ୍ଷେତ୍ର କର୍ମଚାରୀମାନଙ୍କୁ ବାତ୍ୟା ପ୍ରସ୍ତୁତିର ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରିବା ସହ ଏହାକୁ ମନିଟରିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ଅଞ୍ଚଳରେ ସମସ୍ତ କୋଭିଡ୍ ପ୍ରୋଟୋକଲ ପାଳନ ସହ ଆସନ୍ନ ପ୍ରସବା ମହିଳାମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଅଙ୍ଗନବାଡ଼ି କର୍ମୀମାନେ ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ ଶିବିରକୁ ନିୟମିତ ଭାବେ ପରିଦର୍ଶନ କରିବେ । ଗର୍ଭବତୀ, ଆସନ୍ନ ପ୍ରସବା, ଅତିଶୟ ପୁଷ୍ଟିହୀନ ଶିଶୁ, ଅଳ୍ପ ଓଜନ ବିଶିଷ୍ଟ ଶିଶୁଙ୍କର ଆଶାକର୍ମୀ ଏବଂ ଏଏନ୍ଏମାନଙ୍କ ସହାୟତାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ବାତ୍ୟା ଆଶ୍ରୟସ୍ଥଳୀରେ ଘରକୁ ଦିଆଯାଉଥିବା ଶୁଖୁଲା ରାସନ୍ , ଫାଷ୍ଟଏଡ୍ ଏବଂ ଔଷଧ କିଟ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହ ଅଙ୍ଗନବାଡ଼ି କେନ୍ଦ୍ର /ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ବାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନ ସ୍ବଧାର ଏବଂ ଉଜ୍ଜଳା ଗୃହଗୁଡ଼ିକରେ ମଧ୍ୟ ଏହିସବୁ ସାମଗ୍ରୀ ଉପଲବ୍ଧ ରହିବ ।

ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ଶିଶୁମାନଙ୍କୁ ୨୫ ତାରିଖ ମଧ୍ୟରେ ଶୁଖିଲା ରାସନ ଏବଂ ଅଣ୍ଡା ବଣ୍ଟନ କରିବାକୁ ଯଥାସମ୍ଭବ ଉଦ୍ୟମ କରାଯିବ । ଏଥିପାଇଁ ପ୍ରତି ମାସର ୨୩ ତାରିଖରେ ହେଉଥିବା ଛତୁଆ ମିଶ୍ରଣ କାର୍ଯ୍ୟକୁ ଚଳିତ ମାସର ୨୨ ତାରିଖ ଦିନ ଶେଷ କରାଯାଇଛି । ଛତୁଆ ପ୍ରସ୍ତୁତକାରୀ ସଂସ୍ଥାମାନେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଛତୁଆ ପ୍ରସ୍ତୁତି ପାଇଁ ଯୋଗାଇ ଦିଆଯାଉଥିବା କଞ୍ଚାମାଲ ଓ ପ୍ରସ୍ତୁତ ହୋଇଥିବା ଶୁଖିଲା ରାସନକୁ ସୁରକ୍ଷିତ ସ୍ଥାନରେ ରଖିବେ । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଯଦିଓ ବନ୍ଦ ରହିଛି, କିନ୍ତୁ ଅଙ୍ଗନବାଡ଼ିରେ ଥିବା ଆସବାବପତ୍ର, ରେଜିଷ୍ଟର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ରଖିବା ନିମନ୍ତେ ପଦକ୍ଷେପ ନିଆଯିବ । ଶିଶୁମାନଙ୍କ ସୁରକ୍ଷା, ବିଶେଷ କରି ଅନାଥ ଶିଶୁ, ଏକକ ମାତାପିତାଙ୍କ ଶିଶୁ, ଅସହାୟ ମହିଳାମାନଙ୍କର ବାତ୍ୟା ସମୟରେ ନିଆଯିବ ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ, ସ୍ଵାଧାର ଏବଂ ଉତ୍କଳ ଗୃହରେ ରହୁଥିବା ଅନ୍ତେବାସୀମାନେ ବିପଦମୁକ୍ତ କୋଠାବାଡ଼ିରେ ରହିବାକୁ କ୍ଷେତ୍ର ଅଧିକାରୀମାନେ ସୁନିଶ୍ଚିତ କରିବେ । ଖୋଲା ଆଜବେଷ୍ଟସ୍ ଅସୁରକ୍ଷିତ ଗୃହରେ ଯେଭଳି କେହି ନରୁହନ୍ତି ତାହା ତଦାରଖ କରାଯିବ । କୋଭିଡ଼ର ଅନ୍ୟାନ୍ୟ ସମସ୍ତ ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବା ପାଇଁ ମଧ୍ୟ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜିର ବୈଠକରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରସ୍ତୁତିକୁ ବିଶେଷ ଗୁରୁତ୍ବ ଦିଆଯିବା ସହ ଉପକୂଳବର୍ତ୍ତୀ ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 22, 2021, 10:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.