ଭଦ୍ରକ: ଗତ 6 ତାରିଖରେ ସ୍ଥାନୀୟ ସାଳନ୍ଦୀ ଗେଷ୍ଟ ହାଉସରୁ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଥିଲା । ଧୀରେ ଧୀରେ ଏହି ଘଟଣା ଏବେ ନୂଆ ମୋଡ ନେଉଛି। ସୂଚନାଥାଉକି ଏହି ଘଟଣାରେ ଭଦ୍ରକ ଟାଉନ ପୋଲିସ ହୋଟେଲର 3 କର୍ମଚାରୀଙ୍କୁ ଗିରଫ କରିବା ପରେ ହାତ ବାନ୍ଧି ବସିଛି ।
ଏପଟେ ସେହି 107 ରୁମରେ ହତ୍ୟାକାଣ୍ଡର କିଛିସମୟ ମଧ୍ୟରେ ଅନ୍ୟ ଜଣେ ଯୁବକ ସେହି ରୁମରେ ଆସିଥିବାର ପ୍ରମାଣ ମିଳିଛି ହୋଟେଲ ରେଜିଷ୍ଟ୍ରରରୁ । ଯାହାକୁ ନେଇ ଅଡୁଆରେ ପଡିଛନ୍ତି ଗେଷ୍ଟ ହାଉସର ମାଲିକ ଏବଂ କର୍ମଚାରୀ । ଏହି ହତ୍ୟାକାଣ୍ଡର ପରବର୍ତ୍ତୀ ସମୟରେ ଆସିଥିବା ଯୁବକଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଏବଂ ହୋଟେଲ ସିଲ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର କାଉନସିଲର ରାଜ୍ୟ ମହିଳା ଅଧକ୍ଷା ସସ୍ମିତା ଦାସ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ