ETV Bharat / briefs

କୋଭିଡ ୱାର ରୁମରେ ଟେଲିକଲର ସାଜିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

author img

By

Published : May 24, 2021, 9:24 PM IST

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କୋଭିଡ ୱାର ରୁମ ପହଞ୍ଚି ରାଜ୍ୟ ହେଲପ ଲାଇନ ନମ୍ବରକୁ ଆସୁଥିବା ଫୋନ କଲ ଉଠାଇବା ସହ ସିଧାସଳଖ ସଂକ୍ରମିତଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିଥିଲେ । ଅଧିକ ପଢନ୍ତୁ...

CM worked as telecaller
CM worked as telecaller

ବେଙ୍ଗାଲୁରୁ: ଦେଶରେ କୋରୋନା ସ୍ଥିତି ସଙ୍ଗୀନ ଥିବାବେଳେ, ବିଭିନ୍ନ ରାଜ୍ୟସରକାର ମହାମାରୀ ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରି ସ୍ଥିତିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଏକ କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ନିଜେ ମୁଖ୍ୟମନ୍ତ୍ରୀ କୋଭିଡ ୱାର ରୁମ ପହଞ୍ଚି ରାଜ୍ୟ ହେଲପ ଲାଇନ ନମ୍ବରକୁ ଆସୁଥିବା ଫୋନ କଲ ଉଠାଇଥିଲେ ଓ ସମସ୍ୟାର ସମାଧାନ କରିଥିଲେ ।

CM worked as telecaller
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା

ସୋମବାର ଅଚାନକ ସ୍ଥାନୀୟ ଡୋମାଲର ସ୍ଥିତ କୋଭିଡ ୱାର ରୁମରେ ପହଞ୍ଚିଥିଲେ ଓ ସ୍ଥିତି ସମୀକ୍ଷା କରିଥିଲେ । କୋରୋନା ଆକ୍ରାନ୍ତ ଲୋକଙ୍କ ପାଇଁ ହସ୍ପିଟାଲରେ ବେଡ ଓ ଅନ୍ୟାନ୍ୟ ଆବଶ୍ୟକତା ନେଇ ଚର୍ଚ୍ଚା କରିଥିଲେ । ସେଠାରେ ସେ ଏକାଧିକ କଲ ରିସିଭ କରିବା ସହ କଥା ମଧ୍ୟ ହୋଇଥିଲେ । ଅଧିକାରୀଙ୍କ ସହ କଥା ହୋଇଥିଲେ ଓ ୱାର ରୁମ ମ୍ୟାନେଜମେଣ୍ଟର ସୂଚନା ବିଷୟରେ ବୁଝିଥିଲେ ।

CM worked as telecaller
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା
CM worked as telecaller
ଟେଲିକଲର ବନିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

କିଛି ସମୟ ପାଇଁ ଜଣେ ଟେଲିକଲର ଭୁମିକା ନିଭାଇଥିଲେ ଓ ସଂକ୍ରମିତ ଲୋକଙ୍କ ପାଇଁ ଆଇସିୟୁ ବେଡ ମିଳିବା ସମସ୍ୟା ନେଇ କଥା ହୋଇଥିଲେ ।

ସଂକ୍ରମିତ ରୋଗୀଙ୍କ ପରିବାର ସଦସ୍ୟଙ୍କ ସହ ହେଲପଲାଇନ ସେକ୍ସନକୁ ଆସୁଥିବା ଫୋନ ଉଠାଇ ସିଧାସଳଖ ସମସ୍ୟା ବୁଝିଥିଲେ ।

ଫୋନରେ କଥା ହେବାବେଳେ ସେ ନୀରବ ରହିଥିଲେ ଓ କେବଳ ରୋଗୀଙ୍କ ସମସ୍ୟା ଶୁଣିଥିଲେ । ଏହି ସମୟରେ ଜଣେ ଲୋକ ତାଙ୍କର ସଂପର୍କୀୟ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଓ ତୁରନ୍ତ ଆଇସିୟୁ ବେଡ ପାଇଁ ଅନୁରୋଧ କରିଥିଲେ । ପରେ ବିୟୁ ନମ୍ବର ନେବା ସହ ତୁରନ୍ତ ଉକ୍ତ ରୋଗୀଙ୍କ ପାଇଁ ଆଇସିୟୁ ବେଡର ବ୍ୟବସ୍ଥା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.