ETV Bharat / briefs

ଭାରୀଯାନ କବ୍ଜାରେ ଜଗତସିଂହପୁର, ପରିବହନ ବିଭାଗ ଓ ପୋଲିସ ଦୋଷ ଲଦାଲଦି - problem

ଭାରୀଯାନ ନେଉଛି ଜୀବନ । ଏହି ସମସ୍ୟାରେ ଜର୍ଜରୀତ ଜଗତସିଂହପୁର ଜିଲ୍ଲା । କଟକଣା ପରେ ବି ଖୁଲମଖୁଲା ହେଉଛି ନିୟମର ଉଲ୍ଲଙ୍ଘନ ଓ ଚୁପ ବସିଛି ପ୍ରଶାସନ । ତେବେ ଉଭୟ ପ୍ରଶାସନ ଓ ପୋଲିସର ଦୋଷ ଲଦାଲଦିରେ ବଳିପଡିଛି ଜିଲ୍ଲାର ଏହି ମୁଖ୍ୟ ସମସ୍ୟା ।

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର
author img

By

Published : Jun 29, 2019, 6:25 AM IST

ଜଗତସିଂହପୁର: ଜିଲ୍ଲାରେ ଭାରୀଯାନକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ଲୋକେ ଆହତ ହେବା ସହ ଅନେକ ନୀରିହ ଜୀବନ ଚାଲିଯାଉଛି। ତେବେ ଭାରୀଯାନ ସମସ୍ୟାକୁ ନେଇ ଖୋଦ ଜିଲ୍ଲାପାଳ ନିର୍ଦ୍ଦେଶ ନାମା ଜାରି କରିଥିଲେ ମଧ୍ୟ ଏହା 'ଯଥା ପୂର୍ବଂ ତଥା ପରଂ' ସ୍ଥିତିରେ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଖବର ଅନୁଯାୟୀ, ସକାଳ 8ଟାରୁ ସନ୍ଧ୍ୟା 8 ଟା ପଯ୍ୟନ୍ତ ସହର ଭିତରକୁ ଭାରିଯାନ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ହେଲେ ଏହା କେବଳ କାଗଜପତ୍ରରେ ସୀମିତ ରହିଛି । ଯାହାଫଳ ସୂରୁପ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।

ବର୍ତ୍ତମାନ ଜିଲ୍ଲାରେ ଥିବା 3ଟି ହାଇସ୍କୁଲ 2ଟି କଲେଜ ସହ 10 ରୁ ଅଧିକ ବେସରକାରୀ ସ୍କୁଲ ,ମେଡିକାଲ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଓ ଅସ୍ଥାଇ ବସଷ୍ଟାଣ୍ଡ ରହିଛି। ଯାହା ଫଳରେ ପ୍ରବଳ ଜାମ ହେଉଥିବା ବେଳେ ତା ଭିତକୁ ଭାରିଯାନ ପ୍ରବେଶ ଦୃଘଟଣା ବୃଦ୍ଧିର କାରଣ ପାଲଟିଛି।

ଏ ସମ୍ପର୍କରେ ପୋଲିସ ,ଜିଲ୍ଲା ପରିବହନ ବିଭାଗକୁ ଦୋଷ ଦେଉଥିବା ବେଳେ ପରିବହନ ବିଭାଗ ପୋଲିସ ଉପରେ ଦୋଷ ଲଦି ଖସିଯାଉଛି। ଜିଲ୍ଲା ପରିବହନ ଅଧିକାରୀ ବିଜୟ କୁମାର ନାୟକଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନାକରି ଦେଇଛନ୍ତି। ଏହସହ ଘଟଣା ବିଷୟରେ ପୋଲିସର କିଛି ପ୍ରତିକ୍ରିୟା ମିଳିପାରି ନାହିଁ।

ଜଗତସିଂହପରୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ସହର ରେ ଭାରୀଜାନ କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି।ପ୍ରତେକ ଦିନ କିଛି ନା ନାହିଁ ଦୃଘଟଣା ଘଟି ଲୋକେ ଆହତ ହେଉଛନ୍ତି, ଏମିତି କି ଜୀବନ ମଧ୍ୟ ଚାଲିଯାଉଛି। ଏହାକୁ ନେଇ ଭାରି ଜାନ କୁନେଇ ଖୋଦ ଜିଲ୍ଲାପାଳ ନିର୍ଦେଶ ନାମା ଜାରି କରିଛନ୍ତି।କିନ୍ତୁ ତାହା କାର୍ଯ୍ୟକାରୀ ହେଉନାହିଁ। ସକାଳ8ଟା ରୁ ସନ୍ଧ୍ୟା 8 ଟା ପ୍ରଯନ୍ତ ସହର ଭିତର କୁ ଭାରିଜାନ ପ୍ରବେଶ ଉପରେ କଟକଣା ଜାରି ହୋଇଛି।ଏହା କେବଳ କାଗଜପତ୍ର ରେ ସୀମିତ ରହିଛି।ଯାହାର ଫଳ, ସାଧାରଣ ଲୋକେ ଭୋଗୁଛନ୍ତି। ସହର ଭିତରେ 3ଟି ହାଇସ୍କୁଲ 2ଟି କଲେଜ ସହ 10 ରୁ ଅଧିକ ବେସରକାରୀ ସ୍କୁଲ ,ମେଡିକାଲ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ଓ ଅସ୍ତiଇ ବସଷ୍ଟାଣ୍ଡ ରହିଛି। ଯାହା ଫଳରେ ପ୍ରବଳ ଜାମ ହେଉଥିବା ବେଳେ ତା ଭିତକୁ ଭାରିଯାନ ପ୍ରବେଶ ଦୃଘଟଣା ବୃଦ୍ଧି ର କାରଣ ପାଲଟିଛି। ଅସମ୍ପର୍କ ରେ ପୋଲିସ ,ଜିଲା ପରିବହନ ବିଭାଗ କୁ ଦୋଷ ଦେଉଥିବା ବେଳେ ପରିବହନ ବିଭାଗ ପୋଲିସ ଉପରେ ଦୋଷ ଲଦି ଖସି ଯାଉଛି। ଅସମ୍ପର୍କ ଆମେ ଜିଲା ପରିବହନ ଅଧିକାରୀ ବିଜୟ କୁମାର ନାୟକ ଙ୍କୁ ପଚାରିବାରୁ ସେ କ୍ୟାମେର ଆଗରେ କିଛି କହିବାକୁ ମାନକରି ଦେଇଛନ୍ତି। ଅସମ୍ପର୍କ ରେ ପୋଲିସ ର ପ୍ରତିକ୍ରିୟା ମିଳିପାରି ନାହିଁ।

Body:AVO

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.