ETV Bharat / briefs

କୁଆପଥର ମାଡ ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ

45 ମିନିଟ ବର୍ଷା ସାଙ୍ଗକୁ 20 ମିନିଟର କୁଆପଥର ମାଡ ବରଗଡ, ଭେଡ଼େନ ଓ ଅତାବିରା ବ୍ଲକର ବହୁ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଯାହାକୁ ନେଇ ଜିଲ୍ଲାର ଶତାଧିକ ଚାଷୀ ଶନିବାର ଜିଲ୍ଲାପାଳଙ୍କ ଭେଟିଥିଲେ ଶତାଧିକ ଗ୍ରାମବାସୀ ।

author img

By

Published : Apr 21, 2019, 6:50 AM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ବରଗଡ

ବରଗଡ: କାଳବୈଶାଖୀ ସହ କୁଆପଥର ମାଡ଼ ଉଜାଡିଲା ଚାଷୀଙ୍କ ସ୍ବପ୍ନ । ମାତ୍ର 45 ମିନିଟ ବର୍ଷା ସାଙ୍ଗକୁ 20 ମିନିଟର କୁଆପଥର ମାଡ ବରଗଡ, ଭେଡ଼େନ ଓ ଅତାବିରା ବ୍ଲକର ବହୁ ଚାଷୀଙ୍କ ଧାନକୁ ନଷ୍ଟ କରି ଦେଇଛି । ଯାହାକୁ ନେଇ ଜିଲ୍ଲାର ଶତାଧିକ ଚାଷୀ ଶନିବାର ନିଜ ବିଲରେ ନଷ୍ଟ ହୋଇଥିବା ଧାନ କେରା ଗୁଡିକୁ ପ୍ରମାଣ ସ୍ୱରୂପ ଜିଲ୍ଲାପାଳ ଦେଖାଇବାକୁ ପହଞ୍ଚିଥିଲେ ।

ଚଳିତ ବର୍ଷ ରବି ଋତୁରେ ବରଗଡ ଜିଲ୍ଲାରେ ଚାଷୀଙ୍କ ଭଲ ଅମଳ ହୋଇଥିଲା । ହେଲେ କୂଆପଥର ମାଡ ଜିଲ୍ଲାର ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି | ଅନ୍ୟପଟେ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିଥିଲେ ମଧ୍ୟ ଏହାର କ୍ଷତିପୂରଣ ସହଜରେ ପାଇପାରୁନାହିଁ ଚାଷୀ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ବରଗଡ

ସୂଚନାଯୋଗ୍ୟ, 2017ରେ କୁଆପଥର ମାଡରେ ଚାଷୀଙ୍କ ଫସଲ ନଷ୍ଟର କ୍ଷତିପୂରଣ ବୀମାରାଶି ଗୋଟିଏ ବର୍ଷ ପରେ ମିଳିଥିଲା । ଏବେ ପୁଣି ଥରେ କୁଆପଥର ଚାଷୀଙ୍କୁ କ୍ଷତିପୂରଣ ପାଇବା ନେଇ ଅନେକ ସନ୍ଦେଶ ସୃଷ୍ଟି ହୋଇଛି । ସେପଟେ ଅତିରିକ୍ତ ଜିଲ୍ଲାପାଳ ତପିରାମ ମାଝୀ ଚାଷୀଙ୍କୁ ହୋଇଥିବା କ୍ଷତିର ସଠିକ ଆକଳନ କରିବାକୁ ତହସିଲଦାର ଓ ଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.