ETV Bharat / briefs

ଆଫଗାନିସ୍ତାନରେ ଭୀଷଣ ବନ୍ୟା, ମୃତ୍ୟୁ ସଂଖ୍ୟା 100 କୁ ବୃଦ୍ଧି - ଉତ୍ତର ଓ ପୂର୍ବ ଆଫଗାନିସ୍ତାନ

ଉତ୍ତର ଓ ପୂର୍ବ ଆଫଗାନିସ୍ତାନରେ ପ୍ରବଳ ବର୍ଷା ଜନିତ ବନ୍ୟା ଯୋଗୁ ଏଯାଏଁ 100 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପରୱାନରେ ଅତି କମରେ 300 ଘର ନଷ୍ଟ ହୋଇଥିବା ବେଳେ 1000 ରୁ ଅଧିକ ଲୋକ ବାସହରା ହୋଇ ଯାଇଛନ୍ତି । ଅଧିକ ପଢନ୍ତୁ...

ଆଫଗାନିସ୍ତାନରେ ଭୀଷଣ ବନ୍ୟା, ମୃତ୍ୟୁ ସଂଖ୍ୟା 100 କୁ ବୃଦ୍ଧି

author img

By

Published : Aug 27, 2020, 1:13 PM IST

କାବୁଲ: ଉତ୍ତର ଓ ପୂର୍ବ ଆଫଗାନିସ୍ତାନରେ ପ୍ରବଳ ବର୍ଷା ଜନିତ ବନ୍ୟା ଯୋଗୁ ଏଯାଏଁ 100 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ ବୁଧବାର କହିଛନ୍ତି। ଗ୍ରୀଷ୍ମ ସମୟରେ ଦେଶର ଉତ୍ତର ଏବଂ ପୂର୍ବ ଭାଗରେ ପ୍ରବଳ ବର୍ଷା ହୋଇଥାଏ, ଯଦ୍ବାରା ପ୍ରତିବର୍ଷ ଶହ ଶହ ଲୋକ ମୃତ୍ୟୁବରଣ କରନ୍ତି। ବନ୍ୟାପାଣି ଉତ୍ତର-ପୂର୍ବ ପ୍ରାନ୍ତୀୟ ସହର ଚାରିକଡରେ ପଶିବା ଯୋଗୁଁ ଅନେକ ଘର ଭୁଷୁଡି ପଡିଛି। ଫଳରେ ହଜାର ହଜାର ଲୋକେ ବାସହରା ହୋଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ବୋଲି ପର୍ଯ୍ୟାୟ ପରିଚାଳନା ରାଷ୍ଟ୍ରମନ୍ତ୍ରୀ ଗୁଲାମ ବହାଉଦ୍ଦିନ ବୁଧବାର ଏହି ସୂଚନା ଦେଇଛନ୍ତି ।

ଏପଟେ ସ୍ଥାନୀୟ ଡାକ୍ତରଖାନା ଆଂଶିକ ନଷ୍ଟ ହୋଇଯାଇ ଥିବାରୁ ଅନେକ ଆହତଙ୍କୁ ରାଜଧାନୀ କାବୁଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ତେବେ ଭୂଷୁଡି ପଡିଥିବା ଘର ତଳୁ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ପ୍ରାଦେଶିକ ଡାକ୍ତରଖାନାର ମୁଖ୍ୟ ଅବଦୁଲ କ୍ବାସିମ ସଙ୍ଗିନ କହିଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଅଛନ୍ତି ଏବଂ ଆହତଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନାମୁତାବକ, ମଙ୍ଗଳବାର ରାତିରେ ଭୀଷଣ ବର୍ଷା ଯୋଗୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଲୋକେ ଘରେ ଶୋଇଥିବା ବେଳେ ବନ୍ୟାପାଣି ସହରକୁ ପସିଯାଇଥିଲା। ଫଳରେ ମାଟି ତିଆରି ଘର ବତୁରି ଭୁଷୁଡି ପଡିଥିଲା । ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନି ଏକ ବିବୃତ୍ତିରେ ପରୱାନ ଏବଂ ଅନ୍ୟାନ୍ୟ ପ୍ରଦେଶକୁ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ପରୱାନରେ ଅତି କମରେ 300 ଘର ନଷ୍ଟ ହୋଇଥିବା ବେଳେ 1000 ରୁ ଅଧିକ ଲୋକ ବାସହରା ହୋଇ ଯାଇଛନ୍ତି । କେବଳ ଆବାସିକ ଅଞ୍ଚଳ ନୁହେଁ କୃଷି ମଧ୍ୟ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। ନୁରିସ୍ତାନରେ କୃଷି କ୍ଷେତ୍ର ଉପରେ କାଦୁଅ ମାଡି ଯାଇଛି। ଫଳରେ ଏକର ଏକର ଫସଲ କାଦୁଅ ତଳେ ପୋତି ହୋଇପଡିଛି। ବନ୍ୟା ଓ ତତ୍ ଜନିତ କ୍ଷତିର ଏପର୍ଯ୍ୟନ୍ତ ଆକଳନ ହୋଇ ନାହିଁ। ତେବେ ବନ୍ୟା ମୃତକଙ୍କ ସଂଖ୍ୟା ୧୦୦ କୁହାଯାଉଥିଲେ ମଧ୍ୟ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.