ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଯୋଧ୍ୟାରେ ସରକାର ଦେଇଥିବା ବିକଳ୍ପ ସ୍ଥାନରେ ୟୁପି ସୁନ୍ନି ୱାକଫ ବୋର୍ଡ ମସଜିଦ ନିର୍ମାଣ କରିବ । ଏହି ସମୟରେ, ଇଣ୍ଡୋ-ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନ ଟ୍ରଷ୍ଟ ଅର୍ଥନୈତିକ ସହଯୋଗ ପାଇଁ ଏକ ଗାଇଡଲାଇନ ସ୍ଥିର କରିଛି । ଗାଇଡଲାଇନ ଅନୁଯାୟୀ ଅଯୋଧ୍ୟା ଧନିପୁର ଗ୍ରାମରେ ମସଜିଦ ନିର୍ମାଣ ଯଥାର୍ଥ ଅର୍ଥରେ କରାଯିବ। କିନ୍ତୁ ମଦ ବ୍ୟବସାୟ ସହ ଜଡିତ ଲୋକଙ୍କଠାରୁ କୌଣସି ଦାନ ଗ୍ରହଣ କରାଯିବ ନାହିଁ ।
ଇଣ୍ଡୋ-ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନ ଟ୍ରଷ୍ଟ ଅନୁଯାୟୀ ଏହି ବିଷୟରେ ଖୁବ ଶୀଘ୍ର ଏକ ୱେବସାଇଟ୍ ଏବଂ ପୋର୍ଟାଲ୍ ପ୍ରସ୍ତୁତ ହେବ। ଏହା ପରେ କେଉଁ ଆକାଉଣ୍ଟରେ ମସଜିଦ ଏବଂ କେଉଁଥିରେ ଡାକ୍ତରଖାନା ପାଇଁ ସହଯୋଗ ନିଆଯିବ ତାହା ସ୍ଥିର ହେବ। ଆପଣଙ୍କୁ କହି ରଖୁଛୁ ଯେ, ମସଜିଦ ଡିଜାଇନ କରିବାର ଦାୟିତ୍ୱ ଜାମିଆ ମିଲିଆ ଇସଲାମିଆର ଡିନ୍ ଆର୍କିଟେକ୍ଚର ପ୍ରଫେସର ଏସ.ଏମ ଅଖତରଙ୍କୁ ଦିଆଯାଇଛି। ତେବେ ସୁନ୍ନି ୱାକଫ ବୋର୍ଡ ତାଙ୍କୁ ଅଯୋଧ୍ୟାର ଦାୟିତ୍ବ ଦେଇଛି ବୋଲି ଏସ.ଏମ ଅଖତର କହିଛନ୍ତି । ଅଯୋଧ୍ୟାରେ କେବଳ ଏକ ମସଜିଦ ନୁହେଁ ବରଂ ସେହି ଜମିରେ ଏକ ବଡ଼ କମ୍ପଲେକ୍ସ ନିର୍ମାଣ କରାଯାଉଛି, ଏବଂ ମସଜିଦ ଏହାର ଏକ ଅଂଶ ହେବ ।
ଇଣ୍ଡୋ ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନ ହେଉଛି ଉତ୍ତରପ୍ରଦେଶର ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଦ୍ୱାରା ପ୍ରତିଷ୍ଠିତ ଏକ ଟ୍ରଷ୍ଟ, ଯାହା ଅଯୋଧ୍ୟାରେ ମସଜିଦ ପ୍ରକଳ୍ପରେ କାମ କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୟୁପି ସରକାର ଅଯୋଧ୍ୟା ଧନିପୁର ଗ୍ରାମରେ ମସଜିଦ ନିର୍ମାଣ ପାଇଁ ସନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡକୁ ପାଞ୍ଚ ଏକର ଜମି ଦେଇଛନ୍ତି ଯେଉଁଠାରେ ମସଜିଦ କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି।