ETV Bharat / briefs

ଚେରେକାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

କୌଣସି କଥାକୁ ନେଇ 2 ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଗୋଟିଏ ପରିବାରର 3 ଜଣ ଗୁରୁତର ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଥିବାବେଳେ ଘଟଣାରେ ସମ୍ପୃକ୍ତ 6 ଜଣଙ୍କୁ ଗିରଫ କରିଛି ।

author img

By

Published : Apr 25, 2019, 3:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ବୈପାରୀଗୁଡା ଥାନା ଅନ୍ତର୍ଗତ ଚେରେକା ପଞ୍ଚାୟତରେ ଗୋଷ୍ଠୀ ସଂଘର୍ଷ । ବୁଧବାର ରାତିରେ ଚେରେକା ପଞ୍ଚାୟତର ବୋରେଇଗୁଡା ଓ ଭକ୍ତରାମଗୁଡା 2 ଗାଁ ମଧ୍ୟରେ କୌଣସି କଥାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ କୁନ୍ଦୁରା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସଂଘର୍ଷରେ ଅନ୍ୟ ଜଣେ ଗୁରୁତର ଗୁପ୍ତ ପୂଜାରୀଙ୍କୁ ପ୍ରଥମେ କୁନ୍ଦୁରା ପରେ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗୁରୁବାର ସକାଳେ ଜୟପୁର ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଉକ୍ତ ଘଟଣାର ତଦନ୍ତ କୋରାପୁଟ ଆରକ୍ଷୀ ଅଧିକ୍ଷକ କେଭି ସିଂ କରୁଛନ୍ତି । ତାଙ୍କ ନେତୃତ୍ବରେ ଜୟପୁର ଏସଡିପିଓ ସାଗରିକା ନାଥ ଏବଂ ବୈପାରୀଗୁଡା ପୋଲିସ ବୁଧବାର ରାତିରେ ମାମଲାର ଛାନଭିନ କରିଥିଲେ । ଯାଞ୍ଚ ସମୟରେ ବିଏସଏଫଙ୍କ ସାହାଯ୍ୟରେ ଘଟଣାରେ ସମ୍ପୃକ୍ତ ଥିବା 6 ଜଣକୁ ପ୍ରଥମ ଅଟକ ରଖି ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି ।

ମାମଲାର ପ୍ରାଥମିକ ତଦନ୍ତ ଚାଲିଥିବାବେଳେ କୌଣସି ଅପ୍ରୀତିକର ନଘଟେ, ସେ ଲାଗି ନଜର ରଖାଯାଇଥିବା ସାଗରିକା ନାଥ କହିଛନ୍ତି । ସେପଟେ ମୃତକ ଗୁପ୍ତ ପୂଜାରୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି । ଆହତ 3 ଜଣ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ରହିଛନ୍ତି ।

କୋରପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.