ETV Bharat / briefs

ଜୟଦେବରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍

ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବ୍ଲକରେ 'ଫନି' କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍ । ଟିମ ଦୁଇ ଭାଗରେ ବିଭକ୍ତ ହୋଇ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ।

author img

By

Published : May 13, 2019, 8:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: 'ଫନି' କ୍ଷୟକ୍ଷତିର ଆକଳନ ପାଇଁ ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବ୍ଲକରେ କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏହି 11 ଜଣିଆ ଟିମ୍ ଓଡିଶା ଆସିଥିଲେ । ଟିମ ଦୁଇ ଭାଗରେ ବିଭକ୍ତ ହୋଇ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମ ଦିନରେ ଗୋଟିଏ ଟିମ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ବିଶ୍ୱନାଥପୁର, କୁରୁଞ୍ଜିପୁର ପଞ୍ଚାୟତର ସୋଦୁଅ, ଓଡ଼ଖଣ୍ଡ କଲେଜ, ବାଗଲପୁର ଆଦି ଅଞ୍ଚଳ ବୁଲି ଦେଖିଥିଲେ । ଏଥିସହିତ ବାତ୍ୟା ବିପନ୍ନଙ୍କ ସହ ରିଲିଫ ବଣ୍ଟନ, କ୍ଷୟକ୍ଷତି ନେଇ ମଧ୍ୟ ଆଲୋଚନା କରିଥିଲେ ।

ତେବେ ଏହି ଟିମ ମୁଖ୍ୟତଃ ବାତ୍ୟାରେ ପ୍ରଭାବିତ ହୋଇଥିବା କୃଷି, ପାନୀୟ ଜଳ, ଉଦ୍ୟାନ କୃଷିର ଆକଳନ କରିବା ସହିତ ଘରଭଙ୍ଗା, ପାନ ବରଜ ଚାଷ, କୁକୁଡ଼ା ଚାଷ ଓ ଶିକ୍ଷାନୁଷ୍ଠାନ କ୍ଷୟକ୍ଷତିର ଆକଳନ କରିଛନ୍ତି । ତିନି ଦିନିଆ ଗସ୍ତରେ ଥିବା ଏହି ଟିମ ୧୫ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ଫୋନି ବାତ୍ୟାର କ୍ଷୟ କ୍ଷତିର ଆକଳନ ପାଇଁ ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିପାଟଣା ବ୍ଲକରେ କେନ୍ଦ୍ରୀୟ ଟିମ।ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଏହି ଟିମ ର ସଦସ୍ୟ ମାନେ।ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ ଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ ଟିମ ଦୁଇ ଭାଗରେ ବିଭକ୍ତ ହୋଇ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ବାତ୍ୟା ପ୍ରପୀଡ଼ିତ ଙ୍କ ସହ ଆଲୋଚନା କରିଛନ୍ତି।ପ୍ରଥମ ଦିନରେ ଗୋଟିଏ ଟିମ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ପ୍ରଭାବିତ ଅଞ୍ଚଳ ବିଶ୍ୱନାଥପୁର,କୁରୁଞ୍ଜିପୁର ପଞ୍ଚାୟତ ର ସୋଦୁଅ,ଓଡ଼ଖଣ୍ଡ କଲେଜ, ବାଗଲପୁର ଆଦି ଅଞ୍ଚଳ ବୁଲି ଦେଖିବା ସହ ବାତ୍ୟା ବିପନ୍ନଙ୍କ ସହ ରିଲିଫ ବଣ୍ଟନ, କ୍ଷୟ କ୍ଷତି ନେଇ କଥା ହୋଇଥିଲେ।ଟିମ ମୁଖ୍ୟତଃ ବାତ୍ୟାରେ ପ୍ରଭାବିତ ହୋଇଥିବା କୃଷି, ପାନୀୟ ଜଳ, ଉଦ୍ୟାନ କୃଷି ର ଆକଳନ ସହିତ ଘରଭଙ୍ଗା, ପାନ ବରଜ ଚାଷ, କୁକୁଡ଼ା ଚାଷ କ୍ଷୟ କ୍ଷତି ଓ ଶିକ୍ଷାନୁଷ୍ଠାନ ର କ୍ଷୟ କ୍ଷତିର ଆକଳନ କରିଛନ୍ତି।୩ ଦିନିଆ ଗସ୍ତରେ ଥିବା ଏହି ଟିମ ୧୫ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.