ETV Bharat / briefs

ଆଶ୍ରୟସ୍ଥଳୀରେ ଖାଦ୍ୟ ମିଳୁନଥିବା ଅଭିଯୋଗ, ପ୍ରତିବାଦରେ ବ୍ଲକ ଅଫିସ ଘେରାଉ - block gherao

ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ନ ମିଳିବାରୁ ବ୍ଲକ ଅଫିସ ଘେରିଲେ ଭାନୁପୁର ଗ୍ରାମବାସୀ । ପ୍ରାପ୍ୟ ଅଧିକାରୀ ନିଷ୍ପତ୍ତି ହେବା ପରେ ହଟିଥିଲା ଧାରଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 5, 2019, 12:21 PM IST

ବାଲେଶ୍ବର: ସାମୁଦ୍ରିକ ଝଡ ଫନି ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଥିଲା । ଏହି ତାଣ୍ଡବରୁ ଲୋକଙ୍କୁ ରକ୍ଷା କରିବାକୁ ପ୍ରଶାସନ ପକ୍ଷକୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ମିଳିନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି ବାଲିଆପାଳ ବ୍ଲକ ରତାଇ ପଞ୍ଚାୟତର ଭାନୁପୁର ଗ୍ରାମରୁ । ଏନେଇ ଗ୍ରାମବାସୀ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁସାରେ, ଭାନୁପୁର ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ ନଥିବାବେଳେ ଗତ 3 ତାରିଖରେ ବାତ୍ୟା ସମ୍ପର୍କିତ ଖବର ଜାଣିବା ପରେ ସ୍ଥାନୀୟବାସୀ ଭୟଭୀତ ହୋଇ ପଡ଼ିଥିଲେ । ଆଉ ଫନି ପ୍ରଭାବରୁ ନିଜକୁ ରକ୍ଷା କରିବାକୁ ଯାଇ ଗ୍ରାମର ଏକମାତ୍ର ସ୍କୁଲ ଘରେ ଆଶ୍ରୟ ନେଇଥିଲେ । ହେଲେ ସେଠାରେ ସେମାନଙ୍କ ଖବର ବୁଝିବାକୁ ସ୍ଥାନୀୟ ସରପଞ୍ଚ ତଥା ବିଭାଗୀୟ ଅଧିକାରୀ କେହି ପହଞ୍ଚିନଥିଲେ ।

ଗ୍ରାମବାସୀଙ୍କ ଏଭଳି ସ୍ଥିତିରେ ସେହି ଗ୍ରାମର ଏକ ଯୁବ ଗୋଷ୍ଠୀ ନିଜ ନିଜର ମୋବାଇଲକୁ ବନ୍ଧକ ରଖି ଉକ୍ତ ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଥିଲେ । ଲୋକଙ୍କ ଭଲମନ୍ଦ ବୁଝିବାକୁ ସରପଞ୍ଚ ନିଜ ହାତରେ କୌଣସି ଅର୍ଥ କିମ୍ବା ଜିନିଷ ପତ୍ର ନଥିବା କହିଛନ୍ତି । ସରପଞ୍ଚଙ୍କ ଠାରୁ ଏଭଳି କଥା ଶୁଣିବା ପରେ ଗ୍ରାମବାସୀ ଜିଲ୍ଲାପରିଷଦ ସଦସ୍ୟଙ୍କ ଘରକୁ ଯାଇଥିଲେ । ହେଲେ ଘରେ ରହି ମଧ୍ୟ ସେ ଲୋକଙ୍କୁ ଦେଖା କରି ନଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି । ତେବେ ଯୁବଗୋଷ୍ଠୀ ବାତ୍ୟା ତାଣ୍ଡବରୁ ଗ୍ରାମବାସୀଙ୍କୁ ସୁରକ୍ଷିତ ରଖିବାରେ ସଫଳ ହୋଇଥିଲେ ।

ସେପଟେ ବାତ୍ୟାର ପ୍ରଭାବ ଥମିବା ପରେ ଶନିବାର ସମସ୍ତ ଯୁବଗୋଷ୍ଠୀଙ୍କ ସହ ଗ୍ରାମବାସୀ ବାଲିଆପାଳ ବ୍ଲକ ସମ୍ମୁଖରେ ନିଜର ହକ ଏବଂ ପ୍ରଶାସନ ତଥା ରାଜନେତାଙ୍କ ହୀନମାନ୍ୟତା ପାଇଁ ବ୍ଲକ୍ ସମ୍ମୁଖରେ ଧାରଣା ଦେଇଥିଲେ । ଯାହାର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ଶତାଧିକ ଗ୍ରାମବାସୀ ନିଜ କଥା ଜଣାଇବାକୁ ସକାଳୁ ବ୍ଲକ ସମ୍ମୁଖରେ ବସିଥିବାବେଳେ କେହି ତାଙ୍କର କଥାକୁ ବୁଝି ନଥିଲେ । ଅପରପକ୍ଷେ ଅପରାହ୍ନ ୪ଟାରେ ଜିଲ୍ଲାପରିଷଦ ରବିନ୍ଦ୍ରନାଥ ଅଣ୍ଡିଆ, ଚେୟ୍ୟାରମ୍ୟାନ ବିଜନ ନାୟକ, ବ୍ଲକ ଏ-ବିଡିଓ ମିଳିତ ହୋଇ ସେମାନଙ୍କୁ ତାଙ୍କର ପ୍ରାପ୍ୟ ସ୍ବରୂପ ୩୦୦ ଲୋକଙ୍କର ଖର୍ଚ୍ଚ ଦିଆଯିବାର ନିଷ୍ପତ୍ତି ହେବା ପରେ ଧାରଣା ହଟିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

gf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.