ETV Bharat / briefs

ଭାସୁଛି ଆମେରିକା, ଜଳବନ୍ଦୀ ହ୍ବାଇଟ ହାଉସ - White House

ଅତ୍ୟଧିକ ବର୍ଷାରେ ହନ୍ତସନ୍ତ ଆମେରିକାବାସୀ । ରାସ୍ତାଘାଟ ସବୁଆଡେ ଜମି ରହିଛି ପାଣି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 9, 2019, 6:47 PM IST

ଓ୍ବାଶିଂଟନ: ବର୍ଷାରେ ବେହାଲ ଆମେରିକାର ରାଜଧାନୀ ଓ୍ବାଶିଂଟନ । କିଛିଦିନର ଲଗାତାର ବର୍ଷାରେ ରାଜଧାନୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ହ୍ବାଇଟ ହାଉସ ଫାଟକ ଡେଇଁ ପାଣି ପ୍ରବେଶ କରିଛି । ହ୍ବାଇଟ ହାଉସ ଚାରିପାଖ ମଧ୍ୟ ସମ୍ପୂର୍ଣ୍ଣ ପାଣିରେ ଭରି ହୋଇରହିଛି ।

ତେବେ ଓ୍ବାଶିଂଟନ ସହିତ ବର୍ଜିନିୟା ଓ କୋଲମ୍ବିଆରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଣିପାଗ ବିଭାଗ କହିବାନୂଯାୟୀ, ଏକ ଘଣ୍ଟା ମଧ୍ୟରେ 3.3 ଇଞ୍ଚର ବର୍ଷା ହୋଇଛି । ନଦୀ ଜଳସ୍ତର ବୃଦ୍ଧି ସାଙ୍ଗକୁ ସହରରେ ଅତ୍ୟଧିକ ପାଣି ନିଷ୍କାସନ ନହୋଇ ରାସ୍ତାରେ ଜମି ରହିଛି । ସେପଟେ ଅଧିକାଂଶ ଅଞ୍ଚଳ ଏବେ ଜଳବନ୍ଦୀ । ରାସ୍ତାରେ ଗାଡି ମୋଟର ବୁଡିବା ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନର୍ଥଓ୍ବେଷ୍ଟର୍ନ ଡିସି, ସଦର୍ଣ୍ଣ ମୋଣ୍ଟଗୋମରୀ କାଉଁଣ୍ଟି, ଇଷ୍ଟ ସେଣ୍ଟ୍ରାଲ ଲନ କାଉଁଣ୍ଟି, ନର୍ଥଇଷ୍ଟର୍ଣ୍ଣ ଫେୟାରଫ୍ୟାକ୍ସ କାଉଣ୍ଟି ସହର ଗୁଡିକରେ ବନ୍ୟା ଆଲର୍ଟ ଜାରି କରାଯାଇଛି । ଖରାପ ପାଗ ଯୋଗୁଁ ୟୁଏସ ନ୍ୟାସନାଲ ରେଳ ରୋଡ ପାସେଞ୍ଜର କର୍ପୋରେସନ ଦକ୍ଷିଣ ଓ୍ବାଶିଂଟନରେ ରେଳସେବାକୁ ରଦ୍ଦ କରିଦେଇଛନ୍ତି । ତେବେ ଅତ୍ୟଧିକ ବର୍ଷାରେ ପୋଟୋମୈକ ନଦୀରେ ବନ୍ୟା ଆସିବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।

Intro:ଇଂଜିିୟରିଂ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭି ରେ କଏଦ ହେଲା ଦୁର୍ବୃତ୍ତ । Body:ଇଂଜିିୟରିଂ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭି ରେ କଏଦ ହେଲା ଦୁର୍ବୃତ୍ତ । Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.