ETV Bharat / briefs

ଧାନ ମୂଲ୍ୟକୁ ନେଇ ଚାଷୀ ଅସନ୍ତୋଷ

ରବି ଋତୁର ଧାନ କ୍ରୟ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକର ଆୟୋଜନ କରାଯାଇଥିଲା । ଆୟୋଜିତ ବୈଠକରେ ଏକର ପିଛା ଗୋଟିଏ ଚାଷୀ କେତେ କ୍ବିଣ୍ଟାଲ ଧାନ ବିକ୍ରି କରିପାରିବ, ତାହା ସ୍ପଷ୍ଟ ହୋଇନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

author img

By

Published : Apr 28, 2019, 3:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଆସନ୍ତା ମେ ମାସ 10 ତାରିଖରୁ ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହେବ ରବି ଋତୁର ଧାନ କ୍ରୟ । ଶନିବାର ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକର ଆୟୋଜନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଜିଲ୍ଲା ପ୍ରଶାସନ ପକ୍ଷରୁ 6ଟି ବ୍ଳକରେ ଏହି ଧାନ କ୍ରୟର ବ୍ୟବସ୍ଥା କରାଯିବ । ଏପରିକି ଚାଷୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ମଣ୍ଡିର ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ କେତେକ ସ୍ଥାନରେ ବାହାର ରାଜ୍ୟର ଧାନ ବିକ୍ରି କରାଯିବାକୁ ଆସୁଥିବାରୁ ସେଠାରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଥିବା ଜିଲ୍ଲାପାଳ କହିଛନ୍ତି । ଏଥିସହିତ ଜିଲ୍ଲାରେ ହାତୀ ଉପଦ୍ରବ ଯୋଗୁଁ ଅନେକ ସ୍ଥାନରେ ଫସଲ ହାନୀ ହୋଇଥାଏ । ଏସଂକ୍ରାନ୍ତରେ ଡିଏଫଓଙ୍କ ଚିଠି ଲେଖାଯିବ ବୋଲି ସୂଚନା ଦିଆଯାଇଛି ।

ଆଗାମୀ ଦିନରେ ଚାଷୀଙ୍କ ସୁବିଧା ନିମନ୍ତେ ଉପଖଣ୍ଡସ୍ତରୀୟ ଏକ ବୈଠକ ହେବାର ଯୋଜନା ରହିଛି । ଯେଉଁଥିରେ ଉପଜିଲ୍ଲାପାଳ ଉପସ୍ଥିତ ରହି ଚାଷୀଙ୍କ ସହ ଆଲୋଚନା କରିବେ । ଶନିବାର ଆୟୋଜିତ ବୈଠକରେ ଏକର ପିଛା ଗୋଟିଏ ଚାଷୀ କେତେ କ୍ବିଣ୍ଟାଲ ଧାନ ବିକ୍ରି କରିପାରିବ, ତାହା ସ୍ପଷ୍ଟ ହୋଇନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଅପରପକ୍ଷେ ପ୍ରତ୍ୟେକ ଜିଲ୍ଲାରେ ଏକର ପିଛା ଭିନ୍ନ ଭିନ୍ନ ପରିବେଶରେ ଭିନ୍ନ ଭିନ୍ନ ପରିମାଣର ଧାନ ଅମଳ ହୋଇଥାଏ । ଏଭଳି ସ୍ଥିତିରେ ରାଜ୍ୟର ସବୁ ଜିଲ୍ଲାରେ ଏକର ପିଛା ଏକ ରକମର ଧାନ କ୍ରୟ ନୀତି ସରକାର କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ଚାଷୀ । ଚାଷୀଙ୍କ କହିବାନୁଯାୟୀ, ବିଭିନ୍ନ ଜିଲ୍ଲାର ଏକର ପିଛା କେତେ ଧାନ ଜଣେ ଚାଷୀ ବିକ୍ରି କରିପାରିବ ତାହା ସେହି ଜିଲ୍ଲାର ପରିବେଶ ଓ ଚାଷୀଙ୍କ ଅନୁସାରେ ରହିବା ଉଚିତ୍ । ମାତ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.