ETV Bharat / briefs

ରିଲିଫ୍ ସମ୍ବନ୍ଧୀୟ ସୂଚନା ଦେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ - bhubaneswar

ବାତ୍ୟା ଫନିରେ ଉଜୁଡ଼ିଥିବା ସମ୍ପତ୍ତିକୁ ସଜାଡିବାରେ ବ୍ୟସ୍ତ ପ୍ରଶାସନ । ବିଗତ 7 ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା, କଟକ, ବିଏମସି, ଜଗତସିଂହପୁର ପ୍ରଭୃତି ଅଞ୍ଚଳରେ ରିଲିଫ ବଣ୍ଟନ କରିଛନ୍ତି । ଯାହାର ଟିକିନିଖି ତଥ୍ୟ ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 11, 2019, 3:02 AM IST

ଭୁବନେଶ୍ବର: ବାତ୍ୟା 'ଫନି'କୁ 7 ଦିନ ବିତି ସାରିଲାଣି । ବାତ୍ୟା ପରେ ଏବେ ପ୍ରଶାସନ ଧୀରେ ଧୀରେ ଉଜୁଡ଼ା ସମ୍ପତ୍ତିକୁ ସଜାଡିବାରେ ବ୍ୟସ୍ତ । ତେବେ ବିଗତ 7 ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା, କଟକ, ବିଏମସି, ଜଗତସିଂହପୁର ପ୍ରଭୃତି ଅଞ୍ଚଳରେ ରିଲିଫ ବଣ୍ଟନ କରିଛନ୍ତି । ଆଉ ଏହାର ଟିକିନିଖି ତଥ୍ୟ ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶ୍ରୀ ସିଂ ଦେଇଥିବା ସୂଚନା ମୁତାବକ, ପୁରୀର ରିଲିଫ ବଣ୍ଟନ ପାଇଁ 2 ଲକ୍ଷ 11 ହଜାର 838 କ୍ୱିଣ୍ଟାଲ ଚାଉଳ ଆବଶ୍ୟକ ରହିଥିବା ବେଳେ ଖୋର୍ଦ୍ଧା ପାଇଁ 2 ଲକ୍ଷ 67 କ୍ୱିଣ୍ଟାଲ ଚାଉଳର ଆବଶ୍ୟକ। ବିଏମସି, ଖୋର୍ଦ୍ଧା, କଟକ, ଜଗତସିଂହପୁରରେ 24 ପ୍ରତିଶତ ଲୋକଙ୍କୁ ଚାଉଳ ବଣ୍ଟା ସରିଛି । 35.59 ପ୍ରତିଶତ ଲୋକେ ଚାଉଳ, 16.89% ଲୋକ ପଲିଥିନ ପାଇସାରିଛନ୍ତି ।

ସେହିପରି 20.68% ହିତାଧିକାରୀ ଅତିରିକ୍ତ ପେନସନ ପାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଶୁଖିଲା ଖାଦ୍ୟ ଦିଆଯାଇଛି। ରାସ୍ତା ଅବରୋଧ ହଟାଇବା ପରେ ବଣ୍ଟନ ସ୍ୱାଭାବିକ ହୋଇଛି। 42 ପ୍ରତିଶତ ଖୋର୍ଦ୍ଧା, 14 ପ୍ରତିଶତ ପୁରୀ, କଟକରେ 56% ମୋବାଇଲ ଟାୱାର କାର୍ଯ୍ୟ କରୁଛି। ଏୟାରଟେଲ, ଜିଓ ଗୋଟିଏ ଲେଖାଏଁ ସେଲ ଅନ ହ୍ବିଲ କାର୍ଯ୍ୟ କରୁଛି ।

ବାତ୍ୟାରେ ମୋଟ 6500 ବୋଟ ନଷ୍ଟ ହୋଇଛି । 4700 ଡଙ୍ଗା ହେଉଛି ପୁରୀର। ଚିଲିକାର 1500 ଡଙ୍ଗା ନଷ୍ଟ ହୋଇଛି । 7500 ମାଛ ଜାଲ, 300 ମାଛ ପୋଖରୀ ନଷ୍ଟ ହୋଇଛି। ଭିତ୍ତିଭୂମି 10.37 କୋଟି ଟଙ୍କାର ନଷ୍ଟ ହୋଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BREAKING

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.