ବ୍ରହ୍ମପୁର: ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା । ପ୍ରତି ଦୁଇ ବର୍ଷକୁ ଥରେ ଏହି ଯାତ୍ରା ଆୟୋଜିତ ହେଉଥିବାବେଳେ ୨୯ ତାରିଖରେ ମା'ଙ୍କର ଯାତ୍ରା ଶେଷ ହେବ ।
ମଙ୍ଗଳବାର ମା'ଙ୍କ ଏହି ପ୍ରସିଦ୍ଧ ଯାତ୍ରା 26 ଦିନରେ ପହଞ୍ଚିଛି । ଯାହାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟୁଛି ମାଙ୍କ ଯାତ୍ରା ଦେଖିବାକୁ।
ସକାଳ ସମୟରୁ ପାରମ୍ପାରିକ ରୀତିନୀତିରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା । ସେପଟେ ମାନସିକଧାରୀ ବେଶ ପଟୁଆରରେ ମା'ଙ୍କୁ ଦର୍ଶନ କରୁଥିବା ଦେଖାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ