ETV Bharat / briefs

ପ୍ରଚାରବେଳେ ପ୍ରାର୍ଥୀଙ୍କ ଗାଡି ଉପରକୁ ଆକ୍ରମଣ - kantmal

ନିର୍ବାଚନ ପୂର୍ବରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ହିଂସା ।  2 ଗୋଷ୍ଠୀ ମଧ୍ୟରେ ଦେଖାଦେଇଛି ବିବାଦ । ବିଧାୟକ ପ୍ରାର୍ଥୀ ମହିଧର ରଣା  ନିର୍ବାଚନ ପ୍ରଚାର କରୁଥିବାବେଳେ ତାଙ୍କ ଗାଡି ଉପରେ ହୋଇଛି ଆକ୍ରମଣ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Apr 7, 2019, 11:54 PM IST

ବୌଦ୍ଧ: ନିର୍ବାଚନ ପୂର୍ବରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ହିଂସା । 2 ଗୋଷ୍ଠୀ ମଧ୍ୟରେ ଦେଖାଦେଇଛି ବିବାଦ । ବିଧାୟକ ପ୍ରାର୍ଥୀ ମହିଧର ରଣା ନିର୍ବାଚନ ପ୍ରଚାର କରୁଥିବାବେଳେ ତାଙ୍କ ଗାଡି ଉପରେ ହୋଇଛି ଆକ୍ରମଣ । ଅସନ୍ତୁଷ୍ଟ ଗୋଷ୍ଠୀ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ପ୍ରାର୍ଥୀ ଓ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଦେଖାଦେଇଛି ଏହି ଉତ୍ତେଜନା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ମହିଧର ରଣାଙ୍କୁ ଟିକେଟ୍‌ ଦେଇଛି । ତେବେ ଏହାକୁ ବିରୋଧ କରିଛନ୍ତି ବିଜେଡିର ବହୁ ନେତା । ମହିଧରଙ୍କୁ ବିରୋଧ କରିବା ସହ କଣ୍ଟାମାଳ ଅଞ୍ଚଳର ଜଣାଶୁଣା ପୁରୁଖା ନେତା ତଥା ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢୁଥିବା ଶେଷଦେବ ମେହେରଙ୍କୁ ସମର୍ଥନ କରିଛନ୍ତି । ତେବେ ରବିବାର ଦିନ ମହିଧର ରଣା ଘିକୁଣ୍ଡି ପଞ୍ଚାୟତର ରତାଖଣ୍ଡି ଗ୍ରାମରେ ନିର୍ବାଚନ ପ୍ରଚାର କରୁଥିବାବେଳେ ଅସନ୍ତୁଷ୍ଠ ଗୋଷ୍ଠୀର ଲୋକ ତାଙ୍କୁ ବିରୋଧ କରିବା ସହ ମହିଧରଙ୍କ ପ୍ରଚାର ଗାଡିକୁ ଭଙ୍ଗାରୁଜା କରିଛନ୍ତି ।

ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ଦାୟର ହୋଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଏକ ଉତ୍ତେଜନା ପ୍ରବଣ ଆସନ ହୋଇଥିବା ବାରମ୍ବାର ଅଭିଯୋଗ ହୋଇଆସିଛି । ଏଣୁ ତୁରନ୍ତ ଏନେଇ ବିହିତ ପଦକ୍ଷେପ ଯଥା ସମୟରେ ନିଆନଗଲେ ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରେ ଚଳିତ ନିର୍ବାଚନ ର ପ୍ରଥମ ହିଂସା ଘଟଣା ଆଲୋଚନାର ବିଷୟ ହୋଇଛି । ଚଳିତ ନିର୍ବାଚନ ରେ କଣ୍ଟାମାଳ ଆସନରେ ଛ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇ ଥିବା ବେଳେ ନିର୍ବାଚନ ପୂର୍ବରୁ କେତେକ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି ।

Body:ରବିବାର ଦିନ ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ମହିଧର ରଣା ଘିକୁଣ୍ଡି ପଞ୍ଚାୟତ ର ରତାଖଣ୍ଡି ଗ୍ରାମରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ତାଙ୍କ ନିଜ ଗାଡି ଉପରେ ହୋଇଛି ଠେଲା ପଥର ଆକ୍ରମଣ ।ଚଳିତ ନିର୍ବାଚନ ରେ ବିଜେଡି ଦଳ ସହ ବିଜେପି, କଂଗ୍ରେସ ଅବତୀର୍ଣ୍ଣ ହୋଇଥିବା ବେଳେ ସବୁଠାରୁ ବେଶ ରୋଚକ କଥା ହେଉଛି ବିଜେଡି ତଥା ମହିଧରଙ୍କ ଏକାନ୍ତ ନିଜର ଥିବା ବହୁ ନେତା ମହିଧରଙ୍କୁ ବିରୋଧ କରିବା ସହ କଣ୍ଟାମାଳ ଅଞ୍ଚଳର ଜଣାଶୁଣା ପୁରୁଖା ନେତା ଶେଷଦେବ ମେହେରଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢୁଛନ୍ତି । ମହିଧରଙ୍କୁ ଏପରି ବିରୋଧ ପ୍ରଥମ ଥର ନୁହେଁ।ପୂର୍ବରୁ ମଧ୍ୟ ସେ ଅନେକ ଥର ବିବାଦୀୟ ବୟାନ ଓ ନିଜ ଦଳ ଭିତରୁ ବିରୋଧ ଯୋଗୁଁ ଚର୍ଚ୍ଚାରେ ରହିଆସିଥିଲେ । ରବିବାର ମହିଧରଙ୍କ ଗାଡିର କାଚ ଭଙ୍ଗାରୁଜା ଘଟଣାକୁ ନେଇ ମନମୁଣ୍ଡା ଥାନାରେ ଏକ ମାମଲା ଦାୟର ହୋଇ ଥିବା ବେଳେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଏକ ଉତ୍ତେଜନା ପ୍ରବଣ ଆସନ ହୋଇଥିବା ବାରମ୍ବାର ଅଭିଯୋଗ ହୋଇଆସିଛି । ଏଣୁ ତୁରନ୍ତ ଏନେଇ ବିହିତ ପଦକ୍ଷେପ ଯଥା ସମୟରେ ନିଆନଗଲେ ଆଗକୁ ପରିସ୍ଥିତି ଆହୁରି ଗମ୍ଭିର ହେବାର ଆଶଙ୍କା ରହିଛି ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.