ଜଗତସିଂହପୁର: ସାମୁଦ୍ରିକ ଝଡ 'ଫନି' ଶକ୍ରବାର ରାତି ସୁଦ୍ଧା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି ।
ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଓଲରା, ନୂଆଗାଁ, ଅନ୍ତପୁର, ଦେକଣି, ହରସପୁର, ଭରଦିଅଁ, ବାଲିଝୋରି ପ୍ରଭୃତି ଗାଁ ଗୁଡିକର ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନାନ୍ତରିତ କରାଯିବ । ତେବେ ଆଜି(ଗୁରୁବାର) ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କରାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହିତ ଜିଲ୍ଲାରେ 3ଟି ଓଡ୍ରାଫ ଟିମ୍, ଏନଡିଆରଏଫ୍ ଟିମକୁ ସମୁଦ୍ର ତଟବର୍ତ୍ତୀ ପାରାଦୀପ, ଏରସମା ଏବଂ ଜଗତସିଂହପୁରରେ ନିୟୋଜିତ କରାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ