ETV Bharat / briefs

ଅପୁତ୍ରିକଙ୍କ ସାହା ସୀତାବିଞ୍ଝି - keonjhar

କିମ୍ବଦନ୍ତୀ ଅନୁସାରେ ରାମାୟଣ ଯୁଗ ବୟାନ କରୁଥିବା ସୀତାବିଞ୍ଝି ଅପୁତ୍ରିକ ପରିବାରର ମାନସିକ ପୂରଣ କରିଥାଏ । ଅନ୍ୟପଟେ ଏହି ଐତିହାସିକ ସ୍ଥଳ କିମ୍ବଦନ୍ତୀ ଅନୁସାରେ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ରାମାୟଣ ଯୁଗ ସହ ଏହାର କୌଣସି ସମ୍ପର୍କ ନଥିବା ଗବେଷକ ମତ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 26, 2019, 4:02 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଘଟଗାଁ ନିକଟସ୍ଥ ସୀତାବିଞ୍ଝି ଏକ କିମ୍ବଦନ୍ତୀମୟ ପ୍ରସିଦ୍ଧ ଐତିହାସିକସ୍ଥଳୀ । କିମ୍ବଦନ୍ତୀ ଅନୁସାରେ ରାମାୟଣ ଯୁଗର କଥା କୁହେ ଏହି ପର୍ଯ୍ୟଟନସ୍ଥଳୀ । ଅଯୋଧ୍ୟାରୁ ବନବାସ ସମୟରେ ସୀତା ଏହି ସ୍ଥାନରେ ରହିଥିଲେ । ଏହି ସ୍ଥାନରେ ହିଁ ସେ ଲବ କୁଶଙ୍କୁ ଜନ୍ମ ଦେଇଥିଲେ । ପରେ ପାତାଳି ହୋଇଯାଇଥିଲେ । କାଳକ୍ରମେ ଜନୈକ ଶବରଙ୍କ ଦ୍ଵାରା ସୀତା ଠାକୁରାଣୀଙ୍କ ସହ ଲବ କୁଶଙ୍କ ପଥର ନିର୍ମିତ ଶିଳା ଏଠାରେ ଉନ୍ମୋଚିତ ହୋଇଥିଲା । ପରେ ମୟୂରଭଞ୍ଜ ରାଜାରାଣୀ ଏହି ଶିଳାକୁ ପୂଜା କରିବାରୁ ପୁତ୍ର ସନ୍ତାନ ଲାଭ କରିଥିବା କିମ୍ବଦନ୍ତୀ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସେହିଦିନ ଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଅପୁତ୍ରିକ ପରିବାର ଏଠାରେ ମାନସିକ କରିବାକୁ ଆସିଥାନ୍ତି । ରୀତିନୀତି ଅନୁଯାୟୀ ପୂଜା ପାଠ ମଧ୍ୟ କରିଥାନ୍ତି । ବିଶେଷ କରି ଏଠାରେ ଗୁରୁବାର ମା'ଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ରଜ ପର୍ବରେ ଏଠାରେ ମେଳା ଜମିଥାଏ । ବର୍ଷ ତମାମ ଏଠାକୁ ବହୁ ପର୍ଯ୍ୟଟକ ବୁଲିବାକୁ ମଧ୍ୟ ଆସିଥାନ୍ତି ।

ଅପରପକ୍ଷେ ଏହି ଐତିହାସିକ ସ୍ଥଳ କିମ୍ବଦନ୍ତୀ ଅନୁସାରେ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ରାମାୟଣ ଯୁଗ ସହ ଏହାର କୌଣସି ସମ୍ପର୍କ ନଥିବା ଗବେଷକ ମତ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ମଧ୍ଯ ନିର୍ବାଚନ ମଣ୍ଡଳିର ସେକ୍ଟର ୧୪ ଅଧିନରେ ଥିବା ଝାରପଡା ଠାରେ କେମିତି ଚାଲିଛି ମତଦାନ ଜାଣନ୍ତୁ ସେକ୍ଟ ଅଫିସରଙ୍କ ରମେଶ ଚନ୍ଦ୍ର  ସହ ଆଲୋଚନା ।
Mojo 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.