ETV Bharat / briefs

4ଟି ରାଜ୍ୟରେ ଆୟକର ବିଭାଗର ଚଢାଉ, 281 କୋଟି ନଗଦ ଟଙ୍କା ଜବତ - raid

ମଧ୍ୟପ୍ରଦେଶରେ ଦିଲ୍ଲୀ ଆୟକର ବିଭାଗର ଚଢାଉ । ଚଢାଉ ବେଳେ 281କୋଟି ବେହିସାବ ନଗଦ ଟଙ୍କାର ପର୍ଦ୍ଦାଫାସ । ଜବତ ଟଙ୍କାରେ ଅନେକ ନେତା, ବ୍ୟବସାୟୀ ଏବଂ ପ୍ରଶାସନିକ କର୍ମଚାରୀ ସାମିଲ ଥିବା ନେଇ ସୂଚନା ରହିଛି ।

ଫଟୋ ସୌଜନ୍ୟ: ପ୍ରତୀକାତ୍ମକ ଫଟୋ
author img

By

Published : Apr 9, 2019, 11:52 AM IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଦିଲ୍ଲୀ ଆୟକର ବିଭାଗର ଚଢାଉ ପରେ ଏହା ରାଜନୈତିକ ମାହୋଲକୁ ସରଗରମ କରିଛି । ଏହି ଚଢାଉରେ 281କୋଟି ବେହିସାବ ନଗଦ ଟଙ୍କାର ପର୍ଦ୍ଦାଫାସ ହୋଇଛି । ଯାହାର କୌଣସି ସ୍ପଷ୍ଟ ହିସାବ ମିଳିନାହିଁ । ଏହି ଟଙ୍କାରେ ନେତା ଠାରୁ ଆରମ୍ଭ କରି ବ୍ୟବସାୟୀ ଏବଂ ସରକାରୀ କର୍ମୀ ସାମିଲ ରହିଛନ୍ତି । ଏସମ୍ପର୍କରେ ସୋମବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଟିବି) ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଜବତ ଟଙ୍କାର ଗୋଟିଏ ଅଂଶ ରାଜନୈତିକ ଦଳର ଦିଲ୍ଲୀସ୍ଥିତ ମୁଖ୍ୟାଳୟକୁ ପଠାଯାଇଛି । ତେବେ ଚଢାଉ ବେଳେ 14.6 କୋଟିର ନଗଦ ଟଙ୍କା, 252ଟି ମଦ ବୋତଲ, ଅସ୍ତ୍ରଶସ୍ତ୍ର ଏବଂ ବାଘ ଛାଲ ମଧ୍ୟ ଜବତ ହୋଇଛି । ଏହା ବ୍ୟତୀତ ସିସିଡିଟି ଟଙ୍କା, ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି । ପ୍ରକାଶ ଯେ, ଉକ୍ତ ମାମଲାରେ ସମ୍ପୃକ୍ତ ଥିବା କୌଣସି ନେତାଙ୍କ ସମ୍ପର୍କରେ ସୂଚନା ଦିଆଯାଇନାହିଁ ।

ଅଧିକ ପଢନ୍ତୁ: ଲୋକସଭା ନିର୍ବାଚନ ପାଇଁ 5 ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଏସପି

ତେବେ କ୍ୟାସ ବହି ସହିତ 242 କୋଟି ଟଙ୍କାର ନକଲି ବିଲ ମାଧ୍ୟମରେ ହେରଫେର ଏବଂ ଟିକସ ପାଇଁ ସ୍ବର୍ଗ କୁହାଯାଉଥିବା ଦେଶମାନଙ୍କରେ ଥିବା 80 କମ୍ପାନୀଙ୍କ ପକ୍ଷରୁ ପ୍ରମାଣ ମଧ୍ୟ ମିଳିଛି । ମାମଲା ତଦନ୍ତ ବେଳେ ଦିଲ୍ଲୀରେ ଅନେକ ବେନାମୀ ସମ୍ପତ୍ତିର ମଧ୍ୟ ଖୁଲାସା ହୋଇଛି ।

ସୂଚନାନୁସାରେ ରବିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନିକଟତର 52ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ କରାଯାଇଥିଲା । ଏହି ଚଢାଉ ସୋମବାର ମଧ୍ୟ ଜାରି ରହିଥିଲା । ଚଢାଉ ବେଳେ ବଡଧରଣର ନଗଦ ଟଙ୍କା ଓ କାଗଜପତ୍ର ଜବତ ହୋଇଥିଲା । ତେବେ ଆଗକୁ ନିର୍ବାଚନ ଥିବାରୁ ବେଆଇନ ଅର୍ଥ ହେରଫେରକୁ ଦୃଷ୍ଟିରେ ରଖି ଆୟକର ବିଭାଗ ପକ୍ଷରୁ 4ଟି ଭୋପାଳ, ଇନ୍ଦୋର, ଦିଲ୍ଲୀ ଏବଂ ଏନସିଆରରେ ଚଢାଉ ଜାରି ରହିଛି ।

Intro:Body:

AD

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.