ଭୁବନେଶ୍ବର: ଭୟଙ୍କର ବାତ୍ୟା ଫନି ସ୍ଥଳଭାଗ ଛୁଇଁଥିବା ବେଳେ ଏହାର ପ୍ରଭାବ ରାଜଧାନୀରେ ଦେଖିବାକୁ ମିଳିଛି । ଯାହାଫଳରେ ରାଜଧାନୀର ପ୍ରାୟ ସ୍ଥାନ ସମେତ ଏଜି ଛକଠାରେ ଅନେକ ଗଛ ଭାଙ୍ଗି ରାସ୍ତାରେ ପଡିଛି । ଏହା ସହ ବିଭିନ୍ନ ବୋର୍ଡ ଓ ଖୁଣ୍ଟ ଭାଙ୍ଗି ରାସ୍ତାରେ ପଡିରହିବା ସହ ବିଦ୍ୟୁତ ସରବରାହ ମଧ୍ୟ ଠପ୍ ହୋଇଯାଇଛି ।
ରାଜଧାନୀରେ ବର୍ଷାର ପରିମାଣ ଧୀରେ ଧୀରେ ବଢିବା ସହ ପବନର ବେଗ 140କୁ ଛୁଇଁଛି । ତେବେ ଆଜି (ଶୁକ୍ରବାର) ସନ୍ଧ୍ୟା ଯାଏଁ ଏପରି ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ