ଜଗତସିଂପୁର: ସାମୁଦ୍ରିକ ଝଡ ଫନି ଏବେ ପୁରୀ ସ୍ଥଳ ଭାଗରୁ ପ୍ରାୟ 330 କିମି ଦୂରରେ ଥିବା ବେଳେ ଆସନ୍ତା କାଲି ଏହା ସ୍ଥଳ ଭାଗ ଛୁଇଁବ ବୋଲି ଭାରତୀୟ ପାଣି ପାଗ ବିଭାଗ ଆକଳନ କରିଛି । କିନ୍ତୁ ଫନି ପ୍ରଭାବରେ ଆଜିଠାରୁ ଜଗତସିଂପୁରର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି ।
ସାରା ଜଗତସିଂପୁର ସମେତ ଏହାର ଆଖ ପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ଏହାସହ ପାରାଦୀପ ସମୁଦ୍ର ଅଶାନ୍ତ ହେବା ସହ ବଡବଡ ଢେଉ ଆସିବା ସହିତ ସ୍ଥଳଭାଗ ଆଡକୁ ସମୁଦ୍ର ମାଡିଆସୁଥିବା ଦେଖିବାକୁ ମିଳୁଛି ।
ଅନ୍ୟପଟେ ଫନିକୁ ମୁକାବିଲା କରିବା ପାଇଁ ଜଗତସିଂପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।
ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ