ETV Bharat / briefs

ଫନି ମାଡରେ ମାଟିରେ ଲୋଟିଛି ଔଷଧୀୟ ଉଦ୍ୟାନ - FANI

ଫନି ଚୋଟରେ ଖିନଭିନ ହୋଇଯାଇଛି ଦୁର୍ଲଭ ଔଷଧୀୟ ଉଦ୍ୟାନ । ଲୋପ ପାଇବା ସ୍ଥିତିରେ ବହୁ ବିରଳ ଗୁଲ୍ମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 11, 2019, 6:41 PM IST

Updated : May 11, 2019, 8:09 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନି ମାଡରେ ସମଗ୍ର ଉପକୂଳ ଓଡିଶା ଆକ୍ତାମାକ୍ତା ହୋଇଯାଇଥିବା ବେଳେ ଫନି ଯିବାର ଏକ ସପ୍ତାହରେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ସ୍ବାଭାବିକ ଅବସ୍ଥା ଆସିନାହିଁ । ଫନି ଫଣାରେ ଉପକୂଳ ଓଡିଶା ଏମିତି ଘାଇଲା ହୋଇଛି ଯେ ଗାଁରୁ ସହର, ବାସ ସ୍ଥାନରୁ ମନ୍ଦିର, ବେଉସାରୁ ବୃତ୍ତି ସବୁକିଛି ଖିନଭିନ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସ ମ୍ବାଦଦାତା, ଭୁବନେଶ୍ବର

ଖାଲି ଏତିକି ନୁହେଁ ରାଜ୍ୟରେ ଲୋପ ପାଇ ଯାଉଥିବା ବିଭିନ୍ନ ପ୍ରକାରର ମୂଲ୍ୟବାନ ଔଷଧୀୟ ବୃକ୍ଷ ଦୁର୍ଲଭ ଗୁଲ୍ମ ସବୁକୁ ବଞ୍ଚାଇ ରଖିବା ପାଇଁ ଭୁବନେଶ୍ବର ପାତ୍ରପଡା ସ୍ଥିତ ୧୫୦ ଏକର ପରିମିତ ଜମିରେ ଔଷଧୀୟ ଉଦ୍ୟାନ ସୃଷ୍ଟି କରାଯାଇଥିଲା । ଯେଉଁ ଉଦ୍ୟାନ ବର୍ତ୍ତମାନ ଫନି ମାଡରେ ମାଟିରେ ଲୋଟିଛି ।

ଏହି ଉଦ୍ୟାନରେ ପ୍ରାୟ 300 ପ୍ରଜାତିର ବିଭିନ୍ନ ମୁଲ୍ୟବାନ ଔଷଧୀୟ ବୃକ୍ଷ ଥିଲା । କିନ୍ତୁ ଫନି ଫଣାରେ ଏହି ଉଦ୍ୟାନ ଏବେ କ୍ଷତବିକ୍ଷତ ହୋଇପଡିଛି । ଭାଙ୍ଗି ଉପୁଡି ଯାଇଛି ଅନେକ ଗଛ । ଯାହା ଏବେ ଏହି ଉଦ୍ୟାନକୁ ଗବେଷଣା ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଚି କରିଛି । ଏହି ଉଦ୍ୟାନକୁ ରାଜ୍ୟର ଛାତ୍ରଛାତ୍ରୀଙ୍କ ସମେତ ରାଜ୍ୟ ବାହାରୁ ମଧ୍ୟ ଗବେଷଣା ପାଇଁ ଆସିଥାନ୍ତି । ଏପରିକି ସୁଦୂର ଅଷ୍ଟ୍ରେଲିଆରୁ ମଧ୍ୟ ଗବେଷକ ମାନେ ଏଠାକୁ ଆସି ବିଭିନ୍ନ ଔଷଧୀୟ ଗଛଲତା ଉପରେ ଗବେଷଣା କରିଥାନ୍ତି । କିନ୍ତୁ ଫନି ତାଣ୍ଡବ ପରେ ଉକ୍ତ ଉଦ୍ୟାନ ଯେମିତି ମରୁଭୂମି ପାଲଟିଯାଇଛି ।

ସେପଟେ ଭୁବନେଶ୍ବରର ସିଟି ଫରେଷ୍ଟ ରେଞ୍ଜ ଅଧିକାରୀ ଗୋବିନ୍ଦ ସ୍ୱାଇଁ କହିଛନ୍ତି ଉଦ୍ୟାନରେ ଯେଉଁ ସବୁ ଗଛ ଭଙ୍ଗିଯାଇଛି ସେସବୁ ଗଛକୁ କାଟି ସଫା କରାଯାଉଛି । ଯେଉଁ ମୁଲ୍ୟବାନ ଗଛ ଭାଙ୍ଗିଯାଇଛି ସେହି ସବୁ ଗଛ ଗୁଡିକ ପୁଣିଥରେ ଉଦ୍ୟାନରେ ଲଗାଯିବ ।

ଅନ୍ୟପଟେ ଉଦ୍ୟାନ ଇନଚାର୍ଜ ଲିଙ୍ଗରାଜ ରଥ କହିଛନ୍ତି ଫନି ପ୍ରଳୟରେ ଉଦ୍ୟାନର ଅନେକ ଔଷଧୀୟ ଗଛର କ୍ଷତି ଘଟିଥିବା ବେଳେ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଆସି ପରିଦର୍ଶନ କରିଛନ୍ତି। ଯେଉଁ ଗଛ କ୍ଷୟକ୍ଷତି ହୋଇଛି ସେସବୁକୁ କିଭଳି ଭାବରେ ରକ୍ଷଣାବେକ୍ଷଣ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି । ଏବଂ ଖୁବଶ୍ରୀଘ୍ର ଉଦ୍ୟାନର ପୂର୍ବବସ୍ଥା ଫେରାଇ ଆଣିବାକୁ ଉଦ୍ୟମ କରାଯିବ ବୋଲି ଲିଙ୍ଗରାଜ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

Intro:Body:Conclusion:
Last Updated : May 11, 2019, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.