ETV Bharat / briefs

ଓଡ୍ରାଫ ଟିମ୍କୁ ସଲାମ: ପୋଲିସ କମିଶନର - FANI

ଫନି ପରେ ଲୋକଙ୍କ ପାଇଁ ଜୀବନକୁ ବାଜି ଲଗାଇ କାମ କରିଥିବା ଓଡ୍ରାଫ ଟିମ୍କୁ ସାଧୁବାଦ ଜଣାଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 22, 2019, 8:49 PM IST

ଭୁବନେଶ୍ବର: ଆଜିକୁ ତିନି ସପ୍ତାହ ତଳେ ଆସିଥିବା ସାମୁଦ୍ରିକ ଝଡ ଫନି ଚାଲିଯାଇଛି ସତ । ହେଲେ ଫନି ଏମିତି ଚୋଟ ମାରି ଛାଡିଯାଇଛି ଯେ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାକୁ ଆସି ପାରିନାହିଁ ରାଜଧାନୀ ଭୁବନେଶ୍ବର । ଭୟଙ୍କର ଫନି ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିଲେ । ବାତ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଭୁବନେଶ୍ବରରେ ପ୍ରାୟ 6 ୟୁନିଟ ଓଡ୍ରାଫ ଟିମ ମୁତୟନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଦଳ ଯୋଜନାବଦ୍ଧ ଭାବେ ଭୁବନେଶ୍ବରରେ ଫନି ମାଡରେ ଶୋଇଯାଇଥିବା ବଡବଡ ଗଛ ସବୁ କାଟି ସଫା କରିବା ସହ ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ । ଏହାସହ ନିଜ ଜୀବନକୁ ବାଜିରେ ଲଗାଇ ଓଡ୍ରାଫ ସଦସ୍ୟମାନେ ସବୁ ପ୍ରତିକୂଳ ପରିସ୍ଥିତିରେ ନିଜ କର୍ତ୍ତବ୍ୟକୁ ତୁଳାଇଥିଲେ । ଦୀର୍ଘ 18 ଦିନଧରି ରାତିଦିନ ଏକକରି ଓଡ୍ରାଫ ଯେଉଁ ସାହାସିକତା ଦେଖାଇ ଭୁବନେଶ୍ବରର ସ୍ଥିତି ସ୍ବାଭାବିକ କରିପାରିଲେ ସେଥିପାଇଁ ଆଜି ଓଡ୍ରାଫ ବାହିନୀକୁ ସଲାମ କରିଛନ୍ତି ପୋଲିସ କମିଶନର ।

ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଓଡ୍ରାଫ ଟିମକୁ ପ୍ରଶଂସା କରିବା ସହ ସମ୍ବର୍ଧିତ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.