ETV Bharat / briefs

ଲକଡାଉନ ଅବଦ୍ଧି ବୃଦ୍ଧି ଦାବି କଲେ ଜେଡିଏସ ନେତା ଏଚଡି କୁମାରସ୍ୱାମୀ

କର୍ଣ୍ଣାଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଜନତା ଦଳ(ସେକ୍ୟୁଲାର) ନେତା ଏଚଡି କୁମାରସ୍ୱାମୀ ଅନ୍ତତଃ 20 ଦିନ ଲକଡାଉନ ଅବଦ୍ଧି ବୃଦ୍ଧି କରିବାକୁ ଦାବି କରିଛନ୍ତି । ଯଦି ଲକଡାଉନ ନ କରାଯାଏ ତେବେ ବେଙ୍ଗାଲୁରୁ ଖୁବ୍ ଶିଘ୍ର ଦ୍ବିତୀୟ ବ୍ରାଜିଲରେ ପରିଣତ ହେବ ବୋଲି ମଧ୍ୟ ଚେତାବନି ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 23, 2020, 3:15 PM IST

20 ଦିନ ଲକଡାଉନ ଅବଦ୍ଧି ବୃଦ୍ଧି କରିବାକୁ ଦାବି କଲେ ଜନତା ଦଳ ନେତା କୁମାରସ୍ୱାମୀ

ବେଙ୍ଗାଲୁରୁ: କୋରୋନା ଏବେ ସାରାବିଶ୍ବରେ ଆତଙ୍କ ଖେଳାଇଛି । ଏପଟେ କର୍ଣ୍ଣାଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଜନତା ଦଳ(ସେକ୍ୟୁଲାର) ଏଚଡି କୁମାରସ୍ୱାମୀ ଅନ୍ତତଃ 20 ଦିନ ଲକଡାଉନ ଅବଦ୍ଧି ବୃଦ୍ଧି କରିବାକୁ ଦାବି କରିଛନ୍ତି । ଯଦି ଲକଡାଉନ ନ କରାଯାଏ ତେବେ ବେଙ୍ଗାଲୁରୁ ଖୁବ୍ ଶିଘ୍ର ଦ୍ବିତୀୟ ବ୍ରାଜିଲରେ ପରିଣତ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏହାକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ‘ଲୋକଙ୍କ ସ୍ବାସ୍ଥ୍ୟ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ, ଅର୍ଥନୀତି ନୁହେଁ’।

ଗରିବ ଏବଂ ଶ୍ରମିକମାନଙ୍କୁ ରାସନ ବଣ୍ଟନ କରିବା ସମସ୍ୟାର ସମାଧାନ ନୁହେଁ । ରାଜ୍ୟରେ ଥିବା 50 ଲକ୍ଷ ଶ୍ରମିକଙ୍କୁ 5000 ଲେଖାଁଏ କ୍ଷତିପୂରଣ ଦେବାକୁ ପଡିବ । ଏଥିସହ ଅନେକ ଡ୍ରାଇଭର, ବୁଣାକାର ଏବଂ ଶ୍ରମିକ ମଧ୍ୟ ଅଛନ୍ତି, ଯେଉଁମାନେ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟକାରିତାକୁ ତୁରନ୍ତ ସମାଧାନ କରାଯିବା ଆବଶ୍ୟକ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ କର୍ଣ୍ଣାଟକରେ ଏପର୍ଯ୍ୟନ୍ତ 9,150 କରୋନା ମାମଲା ରେକର୍ଡ କରାଯାଇଛି। ସେଥି ମଧ୍ୟରୁ 3395 ଟି ରାଜ୍ୟରେ ସକ୍ରିୟ ମାମଲା, 5618 ଜଣ ସୁସ୍ଥ ହୋଇଛନ୍ତି ଏବଂ ସଂକ୍ରମଣ ହେତୁ 137 ଜଣଙ୍କର ମୃତ୍ୟୁ ହୋଇଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.