ETV Bharat / briefs

ରବି ଫସଲ ଚାଷୀଙ୍କୁ 6 ହଜାର କୋଟିରୁ ଉର୍ଦ୍ଧ୍ବ ଋଣ ମିଳିଛି - Rabi crop

୨୦୨୦-୨୧ ଆର୍ଥିକ ବର୍ଷରେ ରବି ଫସଲ ନିମନ୍ତେ ସମବାୟ ସଂସ୍ଥାର ସଫଳତା । ସ୍ବଳ୍ପମିଆଦୀ ଫସଲ ଋଣ ପ୍ରଦାନରେ ଧାର୍ଯ୍ୟ ଲକ୍ଷ୍ୟର ୧୦୬ ପ୍ରତିଶତ ସଫଳତା ହାସଲ କରିଛି ସମବାୟ ସଂସ୍ଥା । ଅଧିକ ପଢନ୍ତୁ...

 ରଣେନ୍ଦ୍ର ପ୍ରତାପ ସ୍ବାଇଁ
ରଣେନ୍ଦ୍ର ପ୍ରତାପ ସ୍ବାଇଁ
author img

By

Published : Apr 29, 2021, 10:26 PM IST

ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷରେ ରବି ଫସଲ ନିମନ୍ତେ ସମବାୟ ସଂସ୍ଥାର ସଫଳତା । ସ୍ବଳ୍ପମିଆଦୀ ଫସଲ ଋଣ ପ୍ରଦାନରେ ଧାର୍ଯ୍ୟ ଲକ୍ଷ୍ୟର ୧୦୬ ପ୍ରତିଶତ ସଫଳତା ହାସଲ କରିଛି ସମବାୟ ସଂସ୍ଥା । ରବି ଫସଲ ପାଇଁ ୬୫୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ରାଜ୍ୟ ସରକାର । ତେବେ ସମବାୟ ବିଭାଗ ପକ୍ଷରୁ ୬୮୭୦ କୋଟି ଟଙ୍କା ଋଣ ଆକାରରେ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ଗତବର୍ଷ ରବି ଫସଲ ନିମନ୍ତେ ୫୭୪୩ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦିଆଯାଇଥିଲା । ରାଜ୍ୟ ସରକାର ଫସଲ ଋଣ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ନୂତନ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ପ୍ରାଥମିକତା ଦେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୦୨୦ - ୨୧ ରବି ଫସଲ ନିମନ୍ତେ ରାଜ୍ୟର ୧୫ ଲକ୍ଷ ୬୫ ହଜାର ୨୫ ଜଣ ଚାଷୀଙ୍କୁ ଫସଲ ଋଣ ସମବାୟ ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ସୋସାଇଟି ଜରିଆରେ ଯୋଗାଇ ଦିଆଯାଇଛି ।

ଋଣ ଟଙ୍କା ସମ୍ପୃକ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପେମେଣ୍ଟ କରାଯାଇଛି । ରାଜ୍ୟର ୧୭ଟି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମଧ୍ୟରୁ ୧୩ଟି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରବି ଫସଲ ଋଣ ପ୍ରଦାନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛନ୍ତି । କଟକ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ଧାର୍ଯ୍ୟ ଲକ୍ଷ୍ୟର ୧୨୫ ପ୍ରତିଶତ ରଣ ପ୍ରଦାନ କରାଯାଇଛି । ସେହିପରି ରବି ଫସଲ ନିମନ୍ତେ ରାଜ୍ୟର ୨୫ ହଜାର ୧୬୯ ଜଣ ନୂତନ ଚାଷୀଙ୍କୁ ଫସଲ ଋଣ ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.