ETV Bharat / briefs

ଘନଘନ ବିଦ୍ୟୁତ କାଟରେ ଅଣନିଶ୍ବାସୀ ବାଲେଶ୍ବର ବାସୀ

ବାଲେଶ୍ବରରେ ପ୍ରତିଦିନ 2ମିଲିଅନ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହେଉଥିବା ବେଳେ 10 ମେଗା ୱାଟରୁ ଅଧିକ ବିଦ୍ୟୁତ ଆବଶ୍ୟକ କରୁଥିବା ବିଭାଗୀୟ ଅଧିକାରୀ କହିଛନ୍ତି କରିଛନ୍ତି ।

author img

By

Published : May 9, 2019, 10:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗ୍ରୀଷ୍ମ ପ୍ରଭାବରେ ଅସ୍ତବ୍ୟସ୍ତ ଜନ ଜୀବନ । ଖରାରୁ ମୁକ୍ତି ପାଇବା ପାଇଁ ଲୋକେ ପାଣି, ବିଜୁଳି ଉପରେ ନିର୍ଭର କରୁଥିବା ବେଳେ ବିଜୁଳି କିନ୍ତୁ ବାଲେଶ୍ବର ସହର ବାସୀଙ୍କୁ ଅତିଷ୍ଠ କରିଦେଲାଣି । ଘନ ଘନ ବିଜୁଳି କାଟ ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ନଆସିବା ଲୋକଙ୍କର ସମସ୍ୟାକୁ ଦ୍ବିଗୁଣିତ କରିଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏଭଳି ସମୟରେ କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଖସାଇ ଲୋକଙ୍କ ମୁଣ୍ଡରେ ଲଦିବାକୁ ବସିଛନ୍ତି । ଘଣ୍ଟାଘଣ୍ଟା ବିଦ୍ୟୁତ କାଟ ବିନା ସୂଚନାରେ କରୁଥିବାରୁ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ବାଲେଶ୍ବର ଜିଲ୍ଲାରେ ପ୍ରାୟ 60 ହଜାର ବିଜୁଳି ଉପଭୋକ୍ତା ଥିବା ବେଳେ ସମସ୍ତଙ୍କୁ ଆବଶ୍ୟକ ପରିମାଣର ବିଜୁଳି ଯୋଗାଇଦେବା ପାଇଁ ଜିଲ୍ଲାରେ 12 ଶହରୁ ଅଧିକ ଟ୍ରାନ୍ସଫର୍ମରଓ ଗୋଟିଏ ଗ୍ରୀଡ଼ କାର୍ଯ୍ୟ କରୁଛି ।

ପ୍ରତିଦିନ ସହରରେ 2ମିଲିଅନ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହେଉଥିବା ବେଳେ 10 ମେଗା ୱାଟରୁ ଅଧିକ ବିଦ୍ୟୁତ ଆବଶ୍ୟକ କରୁଥିବା ବିଭାଗୀୟ ଅଧିକାରୀ କହିଛନ୍ତି କରିଛନ୍ତି । ବିଦ୍ୟୁତ ବିଭାଗର ଅଧିରକାରୀଙ୍କ କହିବା କଥା ହେଲା ଲୋକେ ଆବଶ୍ୟକତଠାରୁ ଅଧିକ ବ୍ୟବହାର କରୁଛନ୍ତି ଓ ସେହି ଅନୁସାରେ ବିଜୁଳି ନଥିବାରୁ ଅଧିକ ସମୟ କାଟିବାକୁ ପଡୁଛି ବୋଲି କହିଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବାରୁ ଲୋକେ ଏବେ ବିଜୁଳି ଉପେର ଅଧିକ ନିର୍ଭରଶୀଳ । କିନ୍ତୁ ବିଜୁଳି ବାରମ୍ବାର ଧୋକା ଦେଉଥିବାରୁ ଏହାର ପ୍ରଭାବ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପଡୁଛି । ଲୋକଙ୍କ ଅଫିସ ହେଉକି, ଛାତ୍ରଛାତ୍ରୀଙ୍କ ପାଠ ପଢା କି ଅନ୍ୟ କୌଣସି ଜରୁରୀ କାମ ସବୁଠି ଏହାର ପ୍ରଭାବ ପଡୁଛି । ସହର ବାସୀ ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କତ୍ତୃପକ୍ଷ ଚୁପ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.