ETV Bharat / briefs

ବ୍ରହ୍ମପୁର ହେବ ରାଜ୍ୟର ଶ୍ରେଷ୍ଠ ସହର: ଲିଙ୍ଗରାଜ ଚୌଧୁରୀ

ବ୍ରହ୍ମପୁରରୁ ପ୍ରଥମ ଥର କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଲିଙ୍ଗରାଜ ଚୌଧୁରୀ । ପ୍ରଥମ ଥର ନିର୍ବାଚନ ଲଢୁଥିଲେ ମଧ୍ୟ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ସେବା କରିବା ପାଇଁ ଅନେକ ସ୍ବପ୍ନ ଦେଖିଛନ୍ତି ଏହିନେତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 3, 2019, 12:27 PM IST

ବ୍ରହ୍ମପୁର: ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ସେତିକି ହୃଦସ୍ପନ୍ଦନ ବଢୁଛି । ନିର୍ବାଚନ ମଇଦାନରେ ପ୍ରତିପକ୍ଷଙ୍କୁ ମାତ ଦେବାପାଇଁ ନେତା ଭୋଟରଙ୍କୁ ନୂଆ ନୂଆ ପ୍ରତିଶୃତି ଦେଉଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଉ କିଛିଦିନ ଥିବାବେଳେ ବ୍ରହ୍ମପୁରର ବିଧାନସଭା ଆସନ ଦଖଲ ପାଇଁ ଚାଲିଛି ସବୁ ଦଳର କସରତ । ଏଥର ନିର୍ବାଚନରେ ବ୍ରହ୍ମପୁରରୁ ପ୍ରଥମ ଥର କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଲିଙ୍ଗରାଜ ଚୌଧୁରୀ । ପ୍ରଥମ ଥର ନିର୍ବାଚନ ଲଢୁଥିଲେ ମଧ୍ୟ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ସେବା କରିବା ପାଇଁ ଅନେକ ସ୍ବପ୍ନ ଦେଖିଛନ୍ତି ଏହିନେତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପାଞ୍ଚଟି ପ୍ରଶ୍ନ ନେତାଙ୍କୁ’ କାର୍ଯ୍ୟକ୍ରମରେ ଭାଗ ନେଇ କହିଛନ୍ତି ବ୍ରହ୍ମପୁରର ସଂପୂର୍ଣ ବିକାଶ କରିବୁ ଗତ 30 ବର୍ଷରେ ସହରର କିଛି ବିକାଶ ହୋଇ ନାହିଁ ବୋଲି ଲିଙ୍ଗରାଜ କହିଛନ୍ତି ।

ଏହାସହ ବ୍ରହ୍ମପୁରକୁ ରାଜ୍ୟର ଏକ ଶ୍ରେଷ୍ଠ ସହର ଭାବେ ଗଢିବା ପାଇଁ କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ଉପକୂଳ ଓଡିଶାରେ ବିଜେଡି ର ବିଗିଡ଼ି ଯିବ କି ଗଣିତ !

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି,ବିଜେଡି ରେ ଅସନ୍ତୋଷ ର ବିଦ୍ରୋହ ସେତିକି ବଢ଼ିବାରେ ଲାଗିଛି I ଦିନକୁ ଦିନ ଛାମୁଆ ନେତା ବିଜେଡି ଛାଡିବାରେ ଲାଗିଛନ୍ତି I ଗତ 3ଦିନ ମଧ୍ୟରେ ଉପକୂଳ ଓଡ଼ିଶାର ଏହି ବିଦ୍ରୋହୀ ପାର୍ଥୀ ମାନଙ୍କ ବିରୋଧ ଏବେ ଦଳ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି ।ମୁଖ୍ୟତଃ ଭଦ୍ରକ ,ବାଲେଶ୍ବର ଓ ଜଗତସିଂହପୁର ରେ ମୟୁରଭଞ୍ଜ ରେ ବିଜେଡି ବିଦ୍ରୋହ ଦଳକୁ ମହଙ୍ଗା ପଡିପାରେ ,ମୟୁରଭଂଜରୁ ପ୍ରବୀଣ, ବାଲେଶ୍ୱରରୁ ରଘୁ, ଭଦ୍ରକରୁ ଅର୍ଜୁନ, ଯାଜପୁରରୁ ମୋହନ ଦଳ ଛାଡ଼ିବା ପରେ ଉପକୂଳ ଓଡ଼ିଶାରେ ବିଜେଡ଼ି ଦୁର୍ଗ ଉପରେ ପ୍ରଭାବ ପଡ଼ିବ କି? ଜଗତସିଂହପୁରରେ ଦାମ ଓ କେନ୍ଦ୍ରପଡ଼ାରେ ଜୟ-ବିଜୟ ଯୋଡ଼ି ବିଜେଡ଼ି ବିଜୟ ରଥ ରୋକତବାରେ ସଫଳ ହେବେ କି? ଏବେ ଏଭଳି ପ୍ରଶ୍ନ ଏବେ ସାଧାରଣ ମହଲରେ ଚର୍ଚ୍ଚା ର ବିଷୟ ହୋଇଛି ।ଖାଲି ଏତିକି ନୁହେଁ ଦଳରୁ ଟିକେଟ୍ ଆଶାୟୀ ଥିବା ଭଦ୍ରକ ର ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ ଓ ତାଙ୍କ ସମର୍ଥକ ମାନେ ନବୀନ ନିବାସ ଆଗରେ ଖୋଲାଖୋଲି ବିଦ୍ରୋହ କରିବା ପାଇଁ ଧମକ ମଧ୍ୟ ଦେଇଛନ୍ତି ।ସେପଟେ ଜଗତସିଂହପୁର ରୁ ପ୍ରଶାନ୍ତ ମୁଦୁଲି ଙ୍କୁ ଟିକେଟ୍ ମିଳିବା ପରେ ସେଠି ବି ସମାନ ଧରଣର ବିରୋଧ ଜିଲ୍ଲା କାର୍ଯ୍ୟାଳୟ ଭଙ୍ଗାରୁଜା ଠାରୁ ଆରମ୍ଭ କରି ନବୀନ ନିବାସ ଆଗରେ ଆଶାୟୀ ଥିବା ଅମରେନ୍ଦ୍ର ଦାସଙ୍କ ସମର୍ଥକ ମାନେ ମନେ ପ୍ରଶାନ୍ତ  ଙ୍କୁ ବିରୋଧ କରିବା ସହ  ବିଜେଡି ବିରୋଧରେ ବିଦ୍ରୋହୀ ପାର୍ଥୀ ହେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।ସେପଟେ ବରୀ ନିର୍ବାଚନ ମଣ୍ଡଳୀ ଓ ନିଆଳି ମଧ୍ୟ ଅସନ୍ତୋଷ ଅସମ୍ଭାଳ ହେଇଛି । ହେଲେ ଦଳ ଏ ସବୁ କିଭଳି ପ୍ରସମିତ କରି ଆଗକୁ ବଢୁଛି ଦେଖିବାକୁ ବାକି ରହିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.