ETV Bharat / briefs

ଶୀତଳ ଭଣ୍ଡାରରେ ଆନ୍ଦୋଳନ, ଚିନ୍ତାରେ ଚାଷୀ - balasore

ବାଲେଶ୍ୱର ଫୁଲାଡି ଠାରେ ଥିବା ରାଜା ଶୀତଳ ଭଣ୍ଡାର ସମ୍ମୁଖରେ କର୍ମଚାରୀମାନେ 8ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ୱାଦଦାତା, ବାଲେଶ୍ୱର
author img

By

Published : Feb 22, 2019, 9:25 PM IST

ବାଲେଶ୍ୱର: ଶୀତଳ ଭଣ୍ଡାରର ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଓଡିଶା ଶୀତଳ ଭଣ୍ଡାର ଆସୋସିଏସନ ପକ୍ଷରୁ ରାଜ୍ୟର ସମସ୍ତ ଶୀତଳ ଭଣ୍ଡାର ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ବାଲେଶ୍ୱରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ବାଲେଶ୍ୱର
ବାଲେଶ୍ୱର ଫୁଲାଡି ଠାରେ ଥିବା ରାଜା ଶୀତଳ ଭଣ୍ଡାର ସମ୍ମୁଖରେ କର୍ମଚାରୀମାନେ 8ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶୀତଳ ଭଣ୍ଡାରରେ ବିଦ୍ୟୁତ ସବସିଡ଼ି, କୃଷକମାନଙ୍କୁ ଭଣ୍ଡାର ଭଡାରେ ସବସିଡ଼ି, 5ହଜାର ମ୍ୟାଟ୍ରିକ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ପାଇଁ 2କୋଟି ଟଙ୍କା ଅନୁଦାନ ଭଳି 8 ଦଫା ଦାବି ହୋଇଛି । ଶୁକ୍ରବାର ଠାରୁ ଭଣ୍ଡାର ଭିତରୁ କୌଣସି ଗଚ୍ଛିତ ପନିପରିବା ବାହାରକୁ ଯିବନାହିଁ କି ବାହାରୁ ମଧ୍ୟ କୌଣସି ପରିବା ଭିତରକୁ ଆସିବ ନାହିଁ ବୋଲି କୁହାଯାଇଛି ।

ପରିବା ଶୀତଳ ଭଣ୍ଡାର ଭିତରକୁ ପ୍ରବେଶ ନହେବାରୁ ବାହାରେ ଅନେକ ପରିବା ବୋଝେଇ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା । ତେବେ ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଚାଷୀମାନେ ଏହି ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହେବେ ବୋଲି ଚିନ୍ତାରେ ପଡିଛନ୍ତି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro: ଓଡିଶା ଶୀତଳ ଭଣ୍ଡାର ଆସୋସିଏସନ ପକ୍ଷରୁ ଆଜିଠାରୁ ରାଜ୍ୟର ସମସ୍ତ ଶୀତଳ ଭଣ୍ଡାର ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ବାଲେଶ୍ୱରରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିଛି।

Body:ବାଲେଶ୍ୱର ଫୁଲାଡି ଠାରେ ଥିବା ରାଜା ଶୀତଳ ଭଣ୍ଡାର ଆଗରେ କର୍ମଚାରୀମାନେ 8ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶୀତଳ ଭଣ୍ଡାରରେ ବିଦ୍ୟୁତ ସବସିଡ଼ି, କୃଷକମାନଙ୍କୁ ଭଣ୍ଡାର ଭଡାରେ ସବସିଡ଼ି, 5ହଜାର ମ୍ୟାଟ୍ରିକ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ପାଇଁ 2କୋଟି ଟଙ୍କା ଅନୁଦାନ ଭଳି 8 ଦଫା ଦାବି ହୋଇଛି। ଆଜିଠୁଁ ଭଣ୍ଡାର ଭିତରୁ କୌଣସି ଗଛିତ ପନି ପରିବା ବାହାରକୁ ଯିବାନାହିଁ କି ବାହାରୁ ମଧ୍ୟ କୌଣସି ପରିବା ଭିତରକୁ ଆସିବ ନାହିଁ ବୋଲି କୁହାଯାଇଛି। ଶୀତଳ ଭଣ୍ଡାର ବାହାରେ ବହୁ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା।

Conclusion:ତେବେ ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଚାଷୀମାନେ ଏହି ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହେବେ ବୋଲି ଚିନ୍ତାରେ ପଡିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.