ETV Bharat / briefs

ପିଏମଙ୍କୁ ଉଦ୍ଧବଙ୍କ ଚିଠି, ଡିସେମ୍ବର ଯାଏଁ ଏମଡି-ଏମଏସ ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ

author img

By

Published : Jun 25, 2020, 3:30 PM IST

ମହାମାରୀ କୋରୋନା ସହ ଲଢୁଛି ଏବେ ସାରାଦେଶ ।ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ମେଡିକାଲ କାଉନସିଲ ଅଫ ଇଣ୍ଡିଆକୁ, ଡିସେମ୍ବର 2020 ପର୍ଯ୍ୟନ୍ତ ଏମଡି-ଏମଏସ ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ସିଏମ ଉଦ୍ଧବଙ୍କ ପିଏମଙ୍କୁ ଚିଠି, ଏମଡି-ଏମଏସ ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ

ନୂଆଦିଲ୍ଲୀ: ମହାମାରୀ କୋରୋନା ସହ ଲଢୁଛି ଏବେ ସାରାଦେଶ । ଆଉ ମହାରାଷ୍ଟ୍ର ହେଉଛି ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ। ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ମେଡିକାଲ କାଉନସିଲ ଅଫ ଇଣ୍ଡିଆକୁ, ଡିସେମ୍ବର 2020 ପର୍ଯ୍ୟନ୍ତ ଏମଡି-ଏମଏସ ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି । କାରଣ ଶେଷ ବର୍ଷର ଟ୍ରେନି ଡାକ୍ତରମାନେ ଏହି ମହାମାରୀ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ଏହାପୂର୍ବରୁ ମହାରାଷ୍ଟ୍ରରେ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରି ସମସ୍ତ ପରୀକ୍ଷା ବାତିଲ କରିସାରିଛନ୍ତି। କିଛି ପରୀକ୍ଷା ବ୍ୟତୀତ, ଶ୍ରେଣୀର ଛାତ୍ରମାନଙ୍କୁ ଏଗ୍ରିଗେଟ୍ ଆଧାରରେ ନମ୍ବର ଦେଇ ପାସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୁଧବାର ଦିନ, ମହାରାଷ୍ଟ୍ରରେ 3,890 ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ ରାଜ୍ୟରେ ମୋଟ ମାମଲା 1,42,900 କୁ ପହଞ୍ଚିଛି। ଏହି ମହାମାରୀରେ 208 ଜଣଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା 6,739 କୁ ବୃଦ୍ଧି ପାଇଛି । ଏପଟେ ମୁମ୍ବାଇରେ 1,144 ଟି ନୂଆ କୋରୋନା ସଂକ୍ରମଣ ହୋଇଥିବା ଜଣାପଡିଛି। ଯେଉଁଥିରେ ବୁଧବାର ମୋଟ ସଂକ୍ରମିତ ସଂଖ୍ୟା 69,625 କୁ ବୃଦ୍ଧି ପାଇଛି। ଏଥି ସହିତ, 38 ଜଣଙ୍କ ମୃତ୍ୟୁ ପରେ ମୋଟ ମୃତକଙ୍କ ସଂଖ୍ୟା 3,962 ରେ ପହଞ୍ଚିଛି। ବୃହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 2,434 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.