ETV Bharat / briefs

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର-କୋଣାର୍କ ମରାମତି କାମ ସାର: ମୁଖ୍ୟମନ୍ତ୍ରୀ - FANI

ଫନି ଶ୍ରୀମନ୍ଦିରର କାରୁକାର୍ଯ୍ୟ ନଷ୍ଟ କରିବା ସହ କୋଣାର୍କର ସୌନ୍ଦର୍ଯ୍ୟ ନଷ୍ଟ କରିଛି । ତେଣୁ ରାଥଯାତ୍ରା ପୂର୍ବରୁ ଦୁଇ ମନ୍ଦିର ମରାମତି ସାରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ।

ଫାଇଲ ଫଟୋ
author img

By

Published : May 9, 2019, 8:24 PM IST

ଭୁବନେଶ୍ବର: ଫନି ମାଡରେ ଉପକୂଳ ଓଡିଶା ସମେତ ପର୍ଯ୍ୟଟନ କ୍ଷେତ୍ର ପୁରୀ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରଳୟଙ୍କାରୀ ବାତ୍ୟା ଫନି ବିଭୀଷିକାରୁ ମଧ୍ୟ ବାଦ ପଡିନି ବିଶ୍ବନୟନ୍ତାଙ୍କ ଶ୍ରୀମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର । ପର୍ଯ୍ୟଟନ କେନ୍ଦ୍ରସ୍ଥଳୀ ଭାବେ ପରିଚିତ ଏହି ଦୁଇ ବିଶ୍ବ ବିଖ୍ୟାତ ମନ୍ଦିର ମଧ୍ୟ ଫନି ମାଡରେ ନିଜ ପୂର୍ବ ସୌନ୍ଦର୍ଯ୍ୟ ହରାଇଛି ।

ଫଟୋ
ଫଟୋ ସୌଜନ୍ୟ: ବ୍ୟୁରୋ ;ଚିଫ୍ ଭୁବନେଶ୍ବର

ତେବେ ଗୁରୁବାର ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ, ଫନି ଦ୍ବାରା ପୁରୀ ମନ୍ଦିର ସହ କୋଣାର୍କ ମନ୍ଦିରର ବ୍ୟାପକ କ୍ଷୟକ୍ଷତି ଘଟିଛି ।

ଆଗକୁ ବିଶ୍ବନୟନ୍ତାଙ୍କ ରଥଯାତ୍ରା ଥିବାରୁ ପୁରୀରେ ବ୍ୟାପକ ପର୍ଯ୍ୟଟକଙ୍କ ଆଗମନ ହେବ ତେଣୁ ତୁରନ୍ତ ପୁରୀକୁ ସ୍ବତନ୍ତ୍ର ଟିମ ପଠାଇ ଅନୁଧ୍ୟାନ କରିବା ସହ ଜୁଲାଇ ପୁର୍ବରୁ ମରାମତି କାର୍ଯ୍ୟ ଶେଷ କରିବାକୁ ନବୀନ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.