ଭୁବନେଶ୍ବର: କୋଭିଡ ମୁକାବିଲା ନେଇ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଏହି ବୈଠକରେ କୋଭିଡ ମୁକାବିଲା ଓ ନିଜ ଦାୟିତ୍ୱ ସମ୍ପାଦନା ଲାଗି ଶପଥ ପାଠ କରାଯାଇଛି । ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।
‘ମୁଁ ଜଣେ ଲୋକ ପ୍ରତିନିଧି ଭାବରେ ଶପଥ କରୁଛି ଯେ, ମୋ ନିର୍ବାଚନ ମଣ୍ଡଳୀର ସବୁ ଲୋକଙ୍କୁ କୋଭିଡ଼ ନିୟମ; ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି ସମ୍ପର୍କରେ ସଚେତନ କରିବା ପାଇଁ ନିଷ୍ଠାର ସହ କାମ କରିବି । କୋଭିଡ଼ ବିରୁଦ୍ଧରେ ଏ ଲଢ଼େଇରେ ଆଗରେ ରହି ଆମ ପାଇଁ ଲଢ଼ୁଥିବା, କୋଭିଡ଼ ଯୋଦ୍ଧାଙ୍କୁ ପୁରା ସହଯୋଗ ଯୋଗାଇ ଦେବି‘ ଏପରି ଭାବେ ବିଧାୟକମାନେ ଶପଥ ନେଇଛନ୍ତି ।
ସେହିପରି ଓଡ଼ିଶାର ପ୍ରତିଟି ପରିବାର, ତଥା ପ୍ରତିଟି ଜୀବନ ଯେପରି ସୁରକ୍ଷିତ ରହିବ, ସେଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱର ସହ କାମ କରିବି ।ଏ ଲଢ଼େଇ ଆମ ସମସ୍ତଙ୍କର ଲଢ଼େଇ । ସାରା ମାନବ ସମାଜର ଲଢ଼େଇ । ସବୁ ଭେଦଭାବ ଭୁଲି ସମସ୍ତଙ୍କୁ ସାଥିରେ ନେଇ କୋଭିଡ଼ ବିରୁଦ୍ଧରେ ସମ୍ପୂର୍ଣ୍ଣ ବିଜୟ ହାସଲ ପର୍ଯ୍ୟନ୍ତ ମୁଁ ଲଢେ଼ଇ ଜାରି ରଖିବି ବୋଲି ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ