ETV Bharat / briefs

ବାରହା ସହ ଧକ୍କା ହେଲା କାର: 3 ମୃତ, 3 ଗୁରୁତର

କାରଟି ବାରହା ସହ ଧକ୍କା ହେବା ପରେ ରାସ୍ତା କଡକୁ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ହୋଇଛି ।

author img

By

Published : May 11, 2019, 10:13 AM IST

Updated : May 11, 2019, 12:43 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ବାରହା (ଜଙ୍ଗଲୀ ଘୁଷୁରୀ) ସହ ଦୁର୍ଘଟଣା ହେଲା କାଳ । ବାରହାକୁ କାର ଧକ୍କା ଦେବା ଫଳରେ 3ଜଣଙ୍କ ମୃତ୍ୟୁ ହୋଇଛି ଓ 3 ଗୁରୁତର ଅଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସୋଗର ପାଖ ତାରିଣୀ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି । କାରଟି ବାରହା ସହ ଧକ୍କା ହେବା ପରେ ରାସ୍ତା କଡକୁ ଓଲଟି ପଡିଥିବା ଜଣାପଡିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ସୂଚନାମୁତାବକ, ବିଳମ୍ୱିତ ରାତିରେ ଏକ କାର ଯୋଗେ ରାଉରକେଲାରୁ ସମୀର ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ପରିବାର ସହ ଜଗତସିଂହପୁରର ଗାଁକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ତାଙ୍କ ବାପା ଉପେନ୍ଦ୍ର ଜେନା ଓ ସ୍ତ୍ରୀ ପଙ୍କଜିନୀଙ୍କ ସହ ତାଙ୍କ ମାଙ୍କ ମୃତ୍ୟୁ ହୋଇଛି । ଏହାସହ ଛୋଟ ପୁଅ ଓ ଝିଅଙ୍କ ସମେତ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ସମସ୍ତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ଦୁର୍ଘଟଣାରେ ବାରହାଟି ମଧ୍ୟ ମରିଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ବାରାହା (ଜଙ୍ଗଲୀ ଘୁଷୁରୀ) ସହ ଦୁର୍ଘଟଣା ହେଲା କାଳ ।ବାରାହା ସହ ଦୁର୍ଘଟଣା ହେଲା କାର ।  ଦୁର୍ଘଟଣା ରେ ଦୁଇ ମୃତ ଚାରି ଗୁରୁତର । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲା କାମାକ୍ଷା ନଗର ଥାନା ସୋଗର ପାଖ ତାରିଣୀ ମନ୍ଦିର ନିକଟରେ । ବିଳମ୍ୱିତ ରାତିରେ ଏକ କାର ଯୋଗେ ରାଉରକେଲା ରୁ ସମୀର ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ  ପରିବାର ସହ  ଜଗସିଂହପୁର ର ଗାଁ କୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ରେ ତାଙ୍କ  ବାପା ଉପେନ୍ଦ୍ର ଜେନା ଓ ସ୍ତ୍ରୀ ପଙ୍କଜିନି ଙ୍କ ମୃତ୍ୟୁ ହୋଇଛି ।ଏହା ସହ ତାଙ୍କ ମା , ଛୋଟ ଛୋଟ ଦୁଇ ପୁଅ ଓ ଝିଅ ଙ୍କ ସମେତ ସେ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ଥଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ଡାକ୍ତର ଖାନା ଓ ପରେ କଟକ ପଠା ଯାଇଛି । କାରଟି ବାରାହା ସହ ଧକ୍କା ହେବା ପରେ ରସ୍ଥା କଡ଼କୁ ଓଲଟି ପଡିଥିବା ଜଣାପଡିଛି ।ସେପଟେ ଦୁର୍ଘଟଣାରେ ବାରାହା ମରିଯାଇଥିବା ବେଳେ ସେ ମୃତ ବାରାହା କୁ ମଧ୍ୟ କେହି ନେଇ ଯାଇଥିବା ଜଣାପଡିଛି ।
Visual on FTP 
Last Updated : May 11, 2019, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.