ETV Bharat / briefs

ବ୍ୟାଡମିଣ୍ଟନକୁ ଅଲବିଦା କହିଲେ ଲି-ଚୋଙ୍ଗ - ବ୍ୟାଡମିଣ୍ଟନ

ମାଲେସିଆର ସର୍ଟଲର ଲି ଚୋଙ୍ଗ ଓ୍ବେଇ 349 ସପ୍ତାହ ଯାଏଁ ବିଶ୍ବର ନମ୍ବର ଓ୍ବାନ ଖେଳାଳି ରହିଥିଲେ । ଏହା ସହ 199 ସପ୍ତାହ ଯାଏଁ କ୍ରମାଗତ ଭାବେ ବିଶ୍ବର ନମ୍ବର2 ଖେଳାଳି ମଧ୍ୟ ଥିଲେ । କ୍ୟାନସର ପାଇଁ ସେ 19ବର୍ଷର ବ୍ୟାଡମିଣ୍ଟନ କ୍ୟାରିଅରରୁ ସନ୍ନ୍ୟାସ ନେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 13, 2019, 5:31 PM IST

Updated : Jun 18, 2019, 10:58 AM IST

ହାଇଦ୍ରାବାଦ: ବ୍ୟାଡମିଣ୍ଟନ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର । କ୍ୟାନସରରେ ପୀଡିତ ମାଲେସିଆର ବ୍ୟାଡମିଣ୍ଟନ ଖେଳାଳି ତଥା ପୂର୍ବତନ ବିଶ୍ବର ନମ୍ବର1 ସର୍ଟଲର ଲି ଚୋଙ୍ଗ ଓ୍ବେଇ 19ବର୍ଷର କ୍ୟାରିଅରକୁ ଅଲବିଦା କହିଛନ୍ତି । ତେବେ ଏହି ନିଷ୍ପତ୍ତି ତାଙ୍କ ପାଇଁ ବେଶ କଷ୍ଟଦାୟକ ଥିଲା । ସମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେବାବେଳେ ଲିଓ କାନ୍ଦୁଥିବାର ଦେଖିବାକୁ ମିଳିଥିଲା ।

Lee Chong Wei
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@bwfmedia

36ବର୍ଷୀୟ ଲି କହିଛନ୍ତି, ମୁଁ ଛାତିକୁ ପଥର କରି ଖେଳରୁ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେଇଛି । ବାସ୍ତବରେ ଏହି ଖେଳକୁ ବହୁତ ଭଲ ପାଏ । ଗତ19ବର୍ଷ ହେଲା ସମର୍ଥନ କରୁଥିବା ମାଲେସିଆବାସୀଙ୍କ ପାଖରେ ମୁଁ ଋଣି । ଡାକ୍ତରଙ୍କ ପରାର୍ଶମ ପରେ ଏହି ନିଷ୍ପତ୍ତି ନେବା ଛଡା ଆଉ କିଛି ବିକଳ୍ପ ନଥିଲା । ଗତବର୍ଷରୁ ସେ ନାକ କ୍ୟାନସରରେ ପିଡିତ ଅଛନ୍ତି ।

ତାଙ୍କର ବ୍ୟାଡମିଣ୍ଟନ କ୍ୟାରିଅରରେ ସେ 69ଟି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛନ୍ତି । କିନ୍ତୁ ଲିଓଙ୍କର ଏହି ନିଷ୍ପତ୍ତି ପରେ ଅଲମ୍ପିକରେ ସ୍ବର୍ଣ୍ଣ ବିଜୟର ସ୍ବପ୍ନ ଅଧୁରା ରହିଗଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

GSG

Conclusion:
Last Updated : Jun 18, 2019, 10:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.