ETV Bharat / briefs

ବସକୁ ଧକ୍କା ଦେଲା ଟ୍ରଲର: 4 ମୃତ, 7 ଗୁରୁତର

ଭୁବନେଶ୍ବରରୁ ବାରିପଦା ଅଭିମୁଖେ ଆସୁଥିବା କଳ୍ପନା ବସକୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଧକ୍କା ଦେବା ଫଳରେ ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ 7ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 28, 2019, 2:20 PM IST

ମୟୂରଭଞ୍ଜ: ଜିଲ୍ଲାର 18 ନମ୍ବର ଜାତୀୟ ବୈଶିଙ୍ଗା ଥାନା ଆଗରିଆରେ ସଡକ ଦୁର୍ଘଟଣା । ଭୁବନେଶ୍ବରରୁ ବାରିପଦା ଅଭିମୁଖେ ଆସୁଥିବା କଳ୍ପନା ବସକୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଧକ୍କା ଦେଇଛି। ଏଥିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 7ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। । ମୃତକଙ୍କ ମଧ୍ୟରେ ଜଣେ ମହିଳା ଯାତ୍ରୀ ଅଛନ୍ତି ।

ସେମାନଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇ ଦିଆଯାଇଥିବାବେଳେ ଗୁରୁତର ଜଣଙ୍କୁ ବାରିପଦାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ପରିଚୟ ମିଳିସାରିଛି। ସେମାନେ ହେଉଛନ୍ତି ଅନିନ୍ଦ ମହାପାତ୍ର, ସତ୍ୟରଞ୍ଜନ ପାତ୍ର, ସମରାୟ ହେମ୍ବ୍ରମ ଏବଂ ସୁକାନ୍ତି ସୋରେନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ବେକବନ କମ୍ପାନୀ ଦୀର୍ଘ ଦିନ ଧରି ରାସ୍ତା କାମ କରୁଥିବା ବେଳେ ସେହି ସ୍ଥାନରେ ରାସ୍ତା ସଂକୀର୍ଣ୍ଣ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା 18 ନମ୍ବର ଜାତୀୟ ରାଜପଥ ବୈଶିଙ୍ଗା ଥାନା ଆଗରିଆ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭୁବନେଶ୍ୱର ରୁ ବାରିପଦା ଅଭିମୁଖେ ଆସୁଥିବା କଳ୍ପନା ବସ କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟ ହୋଇଥିବା ବେଳେ ରୁ ଉର୍ଦ୍ଧ ଆହତ ହୋଇଛନ୍ତି।ଟ୍ରଲର ଟିରେ ଲୁହା ଏନଗେଲ ନେଇ ଆସୁଥିବା ବେଳେ ଟ୍ରଲର ରୁ ଲୁହା ବାହାରକୁ ବହାରିଥିବାରୁ ବସ ର ଗୋଟିଏ ପଟେ ବାଡେଇ ହେଇ ଦୁର୍ଘଟଣା ଘଟିଥିଲା। ଆହତ ଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କୁ ପଠାଇଦିଆଯାଇଅଛି। ଗୁରୁତର ଙ୍କ ମଧ୍ୟରୁ ଜଣଙ୍କୁ ବାରିପଦା ରୁ କଟକ ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ମୃତକ ସମସ୍ତେ ବାରିପଦା ଅଞ୍ଚଳର , ମୃତକ ମାନେ ହେଲେ ବାରିପଦା ୱଲିଗଞ୍ଜ ୱାର୍ଡ ନମ୍ବର 3 ର ଅନିନ୍ଦ ମହାପାତ୍ର(ବୟସ 34), ବଜ୍ରତୁଣ୍ଡି ଗାଁ ର ସତ୍ୟରଞ୍ଜନ ପାତ୍ର(18),ସମରାୟ ହେମ୍ବ୍ରମ(37), ତୁଳସୀଚୌରା ୱାର୍ଡ ନମ୍ବର 13 ର ମହିଳା ସୁକାନ୍ତି ସରେନ(35) ଙ୍କ ମୃତ୍ୟୁ ହୋଇଛି।

Body:ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ବେକବନ କମ୍ପାନୀ ଦୀର୍ଘ ଦିନ ଧରି ରାସ୍ତା କାମ କରୁଥିବା ବେଳେ ସେହି ସ୍ଥାନରେ ରାସ୍ତା ନେରୋ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଅଛି।
ବାଇଟ-1-ପ୍ରମୋଦ କୁମାର ଦାସ-ସ୍ଥାନୀୟ ବାସିନ୍ଦା
ବାଇଟ-2-ରାଜୁ ଦେହୁରୀ-ସ୍ଥାନୀୟ ବାସିନ୍ଦା
ବାଇଟ-3-କୃଷ୍ଣଚନ୍ଦ୍ର ପଲେଇ-ଥାନା ଅଧିକାରୀ-ବୈଶିଙ୍ଗା ଥାନା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.