ETV Bharat / briefs

ନଗଡାର ଆଉ ଏକ ହୃଦୟବିଦାରକ ଚିତ୍ର 'ବୁରୁସାହି'

ମୌଳିକ ସୁବିଧା ପାଇଁ ଅଯୋଗ୍ୟ ବୁରୁସାହି ଗାଁ । ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟସେବା ଏମାନଙ୍କ ମୁଖ୍ୟ ସମସ୍ୟା ପାଲଟିଛି । ସେପଟେ ଖୁବ୍ ଶୀଘ୍ର ସରକାରୀ ସ୍ତରରେ ଏହାର ସମାଧାନ କରିବାକୁ ଧର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ।

author img

By

Published : May 30, 2019, 12:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଦିନେ ସାରା ବିଶ୍ୱ ଦେଖିଥିଲା ନଗଡ଼ାର ନଗ୍ନ ଚିତ୍ର । ଅଭାବ, ଅପପୁଷ୍ଟି, ଅନାହାର ଭଳି ହୀନ ପରିଚୟରେ ବାନ୍ଧି ହୋଇ ପଡ଼ିଥିଲା ନଗଡ଼ା । କେବଳ ରାଜ୍ୟ କି ଦେଶ ନୁହେଁ, ପୁରା ବିଶ୍ବ ପାଇଁ କଳଙ୍କ ମୁଣ୍ଡାଇଥିଲା ଏହି ଅଞ୍ଚଳ । ତେବେ ପରିବର୍ତ୍ତନର ପ୍ରତିଜ୍ଞା ନେଇ ଅଣ୍ଟା ଭିଡ଼ିଥିଲା ପ୍ରଶାସନ । ବଦଳିବ ନଗଡ଼ା, ଉନ୍ନତ ହେବ ଜୀବନ । କିନ୍ତୁ କଂସାଏ ପଖାଳ ଆଉ କଞ୍ଚା ଆମ୍ବ ହିଁ ବୟାନ କରୁଛି ପରିବର୍ତ୍ତନର ପରିଭାଷା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏ ହେଉଛି ଯାଜପୁର ଜିଲ୍ଲା ବୁରୁସାହିର ଚିତ୍ର । ଗାଁ ସାରା ଝାଟିମାଟିର ଘର । ଆଉ ଏ ହେଉଛି ଗାଁ ପିଲାଙ୍କ ଅବସ୍ଥା । ପରିସ୍ଥିତି ଆଉ ସ୍ବାସ୍ଥ୍ୟବସ୍ଥା ବୟାନ କରୁଛି ଗାଁର ଅବସ୍ଥା । ଗାଡ଼ିଆର ଗୋଳିଆ ପାଣି ହିଁ ଶୋଷ ମେଣ୍ଟାଇବାର ଶେଷ ଭରସା । ସତେ ଯେମିତି ମୌଳିକ ସୁବିଧା ପାଇଁ ଏମାନେ ଅଯୋଗ୍ୟ । ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟସେବା ଏମାନଙ୍କ ମୁଖ୍ୟ ସମସ୍ୟା ପାଲଟିଛି ।

ଅପରପକ୍ଷେ ଏଠିକାର ବାସିନ୍ଦା ମୂଲ ମଜୁରିଆ ଲାଗି ଗୁଜୁରାଣ ମେଣ୍ଟାଉଥିବାବେଳେ ସରକାରୀ ଯୋଜନାରୁ ବଞ୍ଚିତ ଏମାନେ । ସ୍ଥାନୀୟ ଅଞ୍ଚଳରେ ଥିବା ସଚେତନ ନାଗରିକ ମଞ୍ଚ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ବିଭିନ୍ନ ସମୟରେ ବୁରୁସାହିକୁ ଆସି ଏହି ଆଦିବାସୀ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇଥାନ୍ତି । ଏମାନଙ୍କ ସମସ୍ୟା ନେଇ ବହୁବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ଯଥାଶୀଘ୍ର ଏହି ଆଦିବାସୀ ଲୋକମାନଙ୍କୁ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ସ୍ୱେଚ୍ଛାସେବୀ ଦାବି କରିଛନ୍ତି। ସେପଟେ ଏନେଇ ଆମେ ଧର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଥିଲୁ । ଖୁବ୍ ଶୀଘ୍ର ସରକାରୀ ସ୍ତରରେ ଏହାର ସମାଧାନ କରିବାକୁ ସେ କହିଛନ୍ତି ।

ମୌଳିକ ସୁବିଧାରୁ ବଞ୍ଚିତ ନଗଡାରେ ଅପପୃଷ୍ଟିର ଶିକାର ହୋଇ 19 ଜଣ ପ୍ରାଣ ହରାଇଥିବାବେଳେ କେବେ ବୁରୁସାହିରେ ପ୍ରଶାସନ ସମସ୍ତ ମୌଳିକ ସୁଵିଧା ଯୋଗାଇ ଦେବାରେ ସଫଳ ହେବ ତାହା ସମୟ କହିବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲାରେ ଦେଖିବାକୁ । ମିଳିଛି ଆଉ ଏକ ନଗଡ଼ା ର ଚିତ୍ର। ଯେଉଁଠି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ। ନା ଅଛି ମୁଣ୍ଡ ଗୁଞ୍ଜିବାକୁ ବାସଗୃହ ,ନା ଅଛି ପାନୀୟ ଜଳର ସୁବିଧା ନା ଅଛି ଗମନାଗମନ ପାଇଁ ରାସ୍ତା ନା ଅଛି ସ୍ୱାସ୍ଥ୍ୟ ସେବା। ଏ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଧର୍ମଶାଳା ବ୍ଲକ ଅଂଜିରା ପଞ୍ଚାୟତର ବୁରୁସାହିରେ ରହୁଥିବା 52ଟି ଆଦିବାସୀ ପରିବାର । ସରକାରଙ୍କ ପୁଳାପୁଳା ଯୋଜନା ରୁ ବହୁ ଦୂରରେ ଏମାନେ । ଖାଲି ଭାତ ହିଁ ଏମାନଙ୍କ ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଏଠାକାର ଶିଶୁ ମାନଙ୍କୁ ଦେଖିଲେ ସେମାନେ ଅପପୃଷ୍ଟିର ଶିକାର ହୋଇଥିବା ମନେହୁଏ। 40 ବର୍ଷ ରୁ ଉର୍ଦ୍ଧ୍ ହେବ ଏଠାରେ ବସବାସ କରୁଥିଲେ ମଧ୍ୟ ଅମାନେଙ୍କ ଉପରେ ପ୍ରଶାସନ ବା ସରକାରଙ୍କ ଦୃଷ୍ଟି ପଡିନାହିଁ।
vo-1-ନଗଡ଼ା ର ନଗ୍ନଚିତ୍ର ସାମ୍ନାକୁ ଆସିବା ପରେ ପ୍ରଶାସନ ଯୁଦ୍ଧକାଳୀନ ଭିତରେ ଏହି ଅଂଚଳ ର ଉନ୍ନତି କରିଦେଲେ ।ହେଲେ ଆଜିବି ଏଭଳି ଅନେକ ଗାଁ ବା ଅଞ୍ଚଳ ଅଛି ଯଉଁଠି ବିକାଶ ପାଦଚିହ୍ନ ପଡିନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଏହି ବୁରୁସାହି ଗାଁ । ଏଠାରେ ବାସ କରନ୍ତି 52ଟି ଆଦିବାସୀ ପରିବାରର 300ରୁ ଉର୍ଦ୍ଧ ଲୋକ। 40 ବର୍ଷ ଧରି ଏମାନେ ଏଠାରେ ବସବାସ କରୁଥିଲେ ମଧ୍ୟ ଆଜିବି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ପୁଳାପୁଳା ଯୋଜନା ଏମାନଙ୍କ ପାଇଁ ସାତ ସପନ । ଝାଟିମାଟିର କୁଡ଼ିଆ ଘରେ ଏମାନଙ୍କ ଦିନ ବିତୁଥିବା ବେଳେ ପାନୀୟ ଜଳ କଥା ନ କହିବା ଭଲ। ପିଇବାପାଣି ପାଇଁ ଏମାନେ ଚୁଆ ଉପରେ ନିର୍ଭର କରୁଥିବା ବେଳେ ବହୁ ଦୂରକୁ ଯାଇ ପାଣି ଆଣିବାକୁ ପଡିଥାଏ। ଚୁଆର ଗୋଳିଆ ଓ ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏମାନେ । ଏମିତିକି ଅନେକ ସମୟରେ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି।ସ୍ୱାସ୍ଥ୍ୟସେବା ପାଇବାରୁ ମଧ୍ୟ ବଞ୍ଚିତ ଏମାନେ। ବହୁ ଦୂରରେ ସ୍ୱାସ୍ଥ୍ୟକେନ୍ଦ୍ର ଥିବାରୁ କେହି ରୋଗାକ୍ରାନ୍ତ ହେଲେ ସେଠାକୁ ନେବା ବାଟରେ ହଁ ଅନେକ ସମୟରେ ରୋଗୀର ମୃତ୍ୟୁ ହୋଇଥାଏ । ଏମାନଙ୍କ ଖାଦ୍ୟପେୟ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଖାଲି ଭାତ ହଁ ଏମାନଙ୍କ ମୁଖ୍ୟ ଖାଦ୍ୟ ।ଦେଖନ୍ତୁ କିଭଳି ଆମ୍ବ ସହ ଭାତ ଖାଉଛନ୍ତି ପିଲା । ଏଠାକାର ଶୁଶୁ ମାନଙ୍କୁ ଦେଖିଲେ ସେମାନେ ଅପପୃଷ୍ଟିରେ ଆକ୍ରାନ୍ତ ଥିବାଭଳି ଦେଖାଯାଆନ୍ତି। ଏତେସବୁ ସମସ୍ୟା ଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁ ନଥିବା ଅଭିଯୋଗ ହୋଇଛି।
bite-1-ଚୁଲୁ ,ସ୍ଥାନୀୟ ବାସିନ୍ଦା
vo-2-ବୁରୁସାହିର ମୁଖ୍ୟ ସମସ୍ୟା ହେଉଛି ଗମନାଗମନ । ଏଠାରେ ଯିବାପାଇଁ ରାସ୍ତା ନ ଥିବାରୁ ନାନା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଏହି ଆଦିବାସୀ ଲୋକେ। କେହି ରୋଗରେ ପଡିଲେ ବା ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବାକୁ ହେଲେ ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ। ଅନ୍ୟ ସମସ୍ୟା ମଧ୍ୟରେ ରହିଛି ଶିକ୍ଷା । ଏଠାରେ ବର୍ଷବର୍ଷ ଧରି ବାସ କରୁଥିବା ସମସ୍ତ ଲୋକ ଶିକ୍ଷାରୁ ବଂଚିତ। ବର୍ତ୍ତମାନ ଏଠାରେ ଅନେକ ଶିଶୁ ଥିଲେ ମଧ୍ୟ ନା ଅଛି ବିଦ୍ୟାଳୟ ନା ଅଛି ଅଙ୍ଗନବାଡ଼ି କେନ୍ଦ୍ର। ତେଣୁ ଶିକ୍ଷାଲାଭରୁ ସମ୍ପୂର୍ଣ୍ଣ ବଂଚିତ ଏଠାକାର ଶିଶୁ । ଏଠାକାର ଲୋକେ ମୁଲ ମଜୁରିଆ ଲାଗି ସେମାନଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି।ସରକାର ଦେଉଥିବା ରାସନ ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତାରୁ ମଧ୍ୟ ଏମାନେ ବଂଚିତ।
bite-2-ସୁନାରାମ ,ସ୍ଥାନୀୟ ବାସିନ୍ଦା
vo-3-

Body:vo-3-ସଚେତନ ନାଗରିକ ମଞ୍ଚ ନାମକ ସ୍ଥାନୀୟ ଅଞ୍ଚଳରେ ଏକ ସ୍ବେଚ୍ଛାସେବୀ ସଂଗଠନ ବିଭିନ୍ନ ସମୟରେ ଏହି ବୁରୁସାହି ଗାଁକୁ ଆସି ଏହି ଆଦିବାସୀ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇଥାନ୍ତି। ଏମାନଙ୍କ ସମସ୍ୟା ନେଇ ବହୁବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁଁନଥିବା ଅଭିଯୋଗ ହୋଇଛି। ତେବେ ଯଥାଶୀଘ୍ର ଏହି ଆଦିବାସୀ ଲୋକମାନଙ୍କୁ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ସ୍ୱେଚ୍ଛାସେବୀ ଦାବୀ କରିଛନ୍ତି। ସେପଟେ ଏନେଇ ଆମେ ଧର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଥିଲୁ ସେ କହିଛନ୍ତି ବୁରୁସାହିର ସବୁ ସମସ୍ୟା କଥା ଆମ ନଜରରେ ଅଛି ଆଉ ବୁରୁସାହିରେ ଯେତେ ସମ୍ଭବ ଯାହା ସରକାରୀ ସ୍ତରରେ କରିହେବ କରିବୁ।
bite-3-ସରୋଜ ବେହେରା, ଆବାହକ,ସଚେତନ ନାଗରିକ ମଂଚ
bite-4-ହେମନ୍ତ କୁମାର ସ୍ୱାଇଁ, ବିଡ଼ିଓ ଧର୍ମଶାଳା

Conclusion:fvo-ସମସ୍ତ ମୌଳିକ ସୁଵିଧାରୁ ବଂଚିତ ନଗଡ଼ା ରେ ଅପପୃଷ୍ଟିର ଶିକାର ହୋଇ 19ଜଣ ପ୍ରାଣ ଯାଇଥିଲା । ଏବେ ଏହି ବୁରୁସାହିରେ ନଗଡ଼ା ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତେବେ ପ୍ରଶାସନ ଯଥାଶିଘ୍ର ଏମାନଙ୍କ ସମସ୍ତ ମୌଳିକ ସୁଵିଧା ଯୋଗାଇ ଦେବା ଜରୁରୀ ହୋଇପଡିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.