ETV Bharat / briefs

ରିପୋର୍ଟର ହେଲେ ବୁମରା, ସାକ୍ଷାତକାର ଦେଲେ ସାମି

author img

By

Published : Jun 23, 2019, 3:16 PM IST

ଆଫଗାନ୍‌କୁ ପରାସ୍ତ କଲାପରେ ମ୍ୟାଚକୁ ନେଇ ଭାରତର 2ଜଣ ବୋଲର ଜସପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।  ସାମି ଏହି ରେକର୍ଡ ନିଜ ନାଁରେ କରି ନିଜକୁ ଧନ୍ୟମନେ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଭାରତୀୟ ବୋଲର ଜସପ୍ରୀତ ବୁମରା ଓ ମହମ୍ମଦ ସାମି ଗତକାଲି ବିଶ୍ବକପ ମ୍ୟାଚର ହିରୋ ପାଲଟି ଯାଇଛନ୍ତି । ଏହି ମ୍ୟାଚରେ ମ୍ୟାନ୍‌ ଅଫ ଦି ମ୍ୟାଚ ଜସପ୍ରୀତ ବୁମରା ହୋଇଥିବା ବେଳେ ସାମି ହ୍ୟାଟ୍ରିକ ଓ୍ବିକେଟ ହାସଲ କରିଥିଲେ । ଏହି ମ୍ୟାଚରେ 2 ବୋଲରଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଥିଲା । ତେବେ ଆଫଗାନ୍‌କୁ ପରାସ୍ତ କଲାପରେ ମ୍ୟାଚକୁ ନେଇ 2ଜଣଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@BCCI

ଏହି ଆଲୋଚନାରେ ବୁମରା ରିପୋର୍ଟର ସାଜି ମହମ୍ମଦ ସାମିଙ୍କୁ ହ୍ୟାଟ୍ରିକ ନେଲାପରେ ତାଙ୍କୁ କିପରି ଅନୁଭବ ହେଉଛି ସେ ସମ୍ବନ୍ଧରେ ପଚାରିଛନ୍ତି ।

ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ବିଶ୍ବକପ୍‌ରେ ହ୍ୟାଟ୍ରିକ ଓ୍ବିକେଟ ନେବା ବହୁତ ବଡ କଥା । ଏଥିପାଇଁ ସେ ନିଜକୁ ଧନ୍ୟମନେ କରିଛନ୍ତି । ବୁମରାଙ୍କୁ ସେ କହିଛନ୍ତି ଯେ ଏପରି 2ଜଣ ମିଶି ଆହୁରି ରେକର୍ଡ ସୃଷ୍ଟି କରିବା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.