ETV Bharat / briefs

ଉତ୍ସାହର ସହ ରଜ ପାଳିଲେ ଦୃଷ୍ଟିହୀନ ଓ ଦିବ୍ୟାଙ୍ଗ

ବ୍ରହ୍ମପୁର ସହରର ଦୃଷ୍ଟିହୀନ ଓ ଦିବ୍ୟାଙ୍ଗ କୁମାରୀ ପାଳିଲେ ରଜ ପର୍ବ । ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଓଡିଶା ସର୍ଭିସ ସେଣ୍ଟର ଫର ଦ ବ୍ଲାଇଣ୍ଡ ଏବଂ ସମର୍ଥ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏମାନଙ୍କ ଉତ୍ସବକୁ ଦ୍ବିଗୁଣିତ କରିଛି ।

author img

By

Published : Jun 15, 2019, 8:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ପହିଲି ରଜ ପରେ ସାରା ରାଜ୍ୟ ଆଜି (ଶନିବାର) ରଜ ସଂକ୍ରାନ୍ତି ପାଳନ କରିଛି । ରଜ ପର୍ବ ଏକ ଗଣପର୍ବ ହୋଇଥିବାରୁ ଏହାକୁ ବେଶ ଉତ୍ସାହର ସହ ପାଳନ କରୁଛି ସାରା ରାଜ୍ୟ । ହାତରେ ମେହେନ୍ଦୀ ଆଉ ପାଦରେ ଅଳତା ଲଗାଇବା ସହ ନୂଆ ବସ୍ତ୍ର ପିନ୍ଧି ବେଶ୍‌ ଆନନ୍ଦ ସହକାରେ କୁମାରୀମାନେ ପାଳିଛନ୍ତି ରଜ ସଂକ୍ରାନ୍ତି । ତେବେ ଏହି ପର୍ବର ମଜା ନବାରୁ ବାଦ ପଡି ନାହାଁନ୍ତି ବ୍ରହ୍ମପୁର ସହରର ଦୃଷ୍ଟିହୀନ ଓ ଦିବ୍ୟାଙ୍ଗ କୁମାରୀ । ଏନେଇ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଏମାନଙ୍କ ପାଇଁ ଆୟୋଜନ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଓଡିଶା ସର୍ଭିସ ସେଣ୍ଟର ଫର ଦ ବ୍ଲାଇଣ୍ଡ ଏବଂ ସମର୍ଥ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ନିଆରା ପ୍ରୟାସ ଦୃଷ୍ଟିହୀନଙ୍କ ମୁହଁରେ ହସ ଫୁଟାଇଛି । ସାଧାରଣ ପିଲାଙ୍କ ପରି ଏମାନେ ମଧ୍ୟ ବିଭିନ୍ନ ପ୍ରକାରର ପିଠାପଣା ଖାଇ ରଜ ଗୀତ ସହ ଦୋଳି ଖେଳର ମଜା ନେଉଛନ୍ତି । ସେପଟେ ଦୃଷ୍ଟିହୀନଙ୍କ ପାଇଁ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:()ରଜ କୁ ନେଇ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର । ଦୋଳି ସାଙ୍ଗକୁ ପିଠାପଣା ରେ ମହକୁଛି ସମଗ୍ର ପରିବେଶ । ପହିଲି ରଜ ପରେ ରଜ ସ°କ୍ରାନ୍ତି କୁ ନେଇ କୁଆରୀ ଝିଅ ମାନେ ପାଦରେ ଅଳତା ଓ ହାତରେ ମେହେନ୍ଦି ଲଗାଇ ନୂତନ ବସ୍ତ୍ର ପରିଧାନ କରି ରଜର ମଜ୍ଜା ନେଉଥିବା ବେଳେ ବ୍ରହ୍ମପୁର ସହରରେ ଏଥିରୁ ବାଦ ପଡିନାହାନ୍ତି ଦୃଷ୍ଟିହୀନ ବାଳିକା ଙ୍କ ଠାରୁ ଆରମ୍ଭ କରି ଭିନ୍ନକ୍ଷମ ମାନେ । ରଜ ସ°କ୍ରାନ୍ତି ଅବସରରେ ସହରର ବିଜୁ ପଟ୍ଟନାୟକ ପାର୍କ ପରିସରରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

Body:()ରଜ ପର୍ବକୁ ନେଇ ସବୁଠି ଉତ୍ସବର ମାହୋଲ । କେଉଁଠି ଦୋଳି ଖେଳର ମଜ୍ଜା ତ ଆଉ କେଉଁଠି ପାରମ୍ପରିକ ପିଠାପଣାର ଆସର। ଆଉ ଏହାରି ମଧ୍ୟରେ ସମସ୍ତେ ରଜର ମଜ୍ଜା ନେଉଥିବା ବେଳେ ବ୍ରହ୍ମପୁର ସହରରେ ରଜ ସ°କ୍ରାନ୍ତି ଅବସରରେ ଆୟୋଜିତ ହୋଇଯାଇଛି ଭିନ୍ନ ଧରଣର ରଜ ଉତ୍ସବ ।ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଥିବା ବାଳିକା ମାନଙ୍କୁ ଠାରୁ ଆରମ୍ଭ କରି ଭିନ୍ନକ୍ଷମ ବିଦ୍ୟାର୍ଥୀ ଙ୍କୁ ନେଇ ଆୟୋଜିତ ହୋଇଥିବା ଏହି ରଜ ପର୍ବରେ ବିଦ୍ୟାର୍ଥୀ ମାନେ ରଜ ଗୀତ ଗାଇବା ସହ ଦୋଳି ଖେଳି ଖୁବ ମଜ୍ଜା ନେଇଥିଲେ । ସ୍ଥାନୀୟ ଓଡିଶା ଦୃଷ୍ଟିହୀନ ବାଳିକା ବିଦ୍ୟାଳୟ ସମେତ ଭିନ୍ନକ୍ଷମ ବିଦ୍ୟାର୍ଥୀ ଙ୍କୁ ଚାଲିଥିବା ସମର୍ଥ ଅନୁଷ୍ଠାନର ବିଦ୍ୟାର୍ଥୀ ମାନଙ୍କ ମୁହଁ ରେ ଟିକିଏ ହସ ଫୁଟାଇବା ପାଇଁ ଏଭଳି ନିଆରା ଉତ୍ସବ ଆୟୋଜନ କରାଯାଇଥିବା କୁହାଯାଇଛି । ବାଇଟ୍-ଭବାନୀ ଶଙ୍କର ପାଢ଼ୀ(ସ°ପାଦକ,ଦୃଷ୍ଟିହୀନ ବାଳିକା ବିଦ୍ୟାଳୟ) ବାଇଟ୍-କେ.ଆନନ୍ଦ ରାଓ(ସ°ପାଦକ,ସମର୍ଥ) ()-ଅନ୍ୟପଟେ ସମସ୍ତ କୁଆରୀ ଙ୍କ ଭଳି ଓଡିଶାର ଗଣ ପର୍ବ ରଜରେ ଦୃଷ୍ଟିହୀନ ବିଦ୍ୟାର୍ଥୀ ମାନେ ନିଜକୁ ସାମିଲ କରିଥିବାରୁ ସେମାନଙ୍କ ଖୁସି କହିଲେ ନସରେ । ସକାଳୁ ନୂତନ ବସ୍ତ୍ର ପରିଧାନ କରି ପ୍ରତ୍ୟେକ ପାଦରେ ଅଳତା, ହାତରେ ମେହେନ୍ଦି ଲଗାଇ ସାଙ୍ଗ ସାଥୀ ମେଳରେ ରଜ ଗୀତ ଗାଇ ଦୋଳି ଖେଳିବା ସହ ପିଠାପଣା ଖାଇ ବେଶ ମଜ୍ଜା ନେଇଥିଲେ ।ସେପଟେ ଏଭଳି ନିଆରା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ବାଇଟ୍-ରଞ୍ଜିତା ମୁନି(ଦୃଷ୍ଟିହୀନ ବିଦ୍ୟାର୍ଥୀ) ବାଇଟ୍-ସୁଲୋଚନା ବେହେରା(ଦୃଷ୍ଟିହୀନ ବିଦ୍ୟାର୍ଥୀ) ରିପୋର୍ଟର ପିଟୁସି(ସମୀର ଆଚାର୍ଯ୍ୟ-ବ୍ରହ୍ମପୁର)

Conclusion: ରିପୋର୍ଟର ପିଟୁସି(ସମୀର ଆଚାର୍ଯ୍ୟ-ବ୍ରହ୍ମପୁର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.