ETV Bharat / briefs

ବିଜେଡି ବିଜେପି ମିଶି ଚୟନ କରିଛନ୍ତି ବିରୋଧୀ ଦଳନେତା ! - UNION MINISTER

ବିରୋଧୀ ଦଳ ନେତା ଚୟନକୁ ନେଇ ହୋଇଛିକି ଫିକ୍ସିଂ? କାହିଁକି ବାଦ ପଡିଲେ ବିରୋଧୀ ଦଳ ନେତାରୁ ଜୟ ମିଶ୍ର। ବିଜେପି ବିଜେଡି ବୁଝାମଣାରେ ହୋଇଛିକି ବିରୋଧୀ ଦଳ ନେତା ଚୟନ ? ରାଜ୍ୟବାସୀ ଖୋଜୁଛନ୍ତି ଉତ୍ତର ।

ଫାଇଲ ଫଟୋ
author img

By

Published : Jun 25, 2019, 11:59 PM IST

ଭୁବନେଶ୍ବର: ରାଜ୍ଯ ରାଜନୀତି ଇତିହାସରେ ଚଳିତ ଷୋଡଶ ବିଧାନସଭା ଅନେକ ଗୁରୁତ୍ବପୂର୍ଣ୍ଣ ହେବ । ରାଜନୀତି, ଅର୍ଥନୀତି, ଭିତ୍ତିଭୂମିରେ ବ୍ୟାପକ ଉନ୍ନତି ଘଟିବ ବୋଲି ରାଜ୍ୟବାସୀ ଆଶାବାଦୀ । ସେହିଦୃଷ୍ଟିରୁ ଚଳିତ ବିଧାନସଭାରେ ସରକାର ସମେତ ବିରୋଧୀ ମଧ୍ୟ ମଜବୁତ ହେବାର ଆବଶ୍ୟକତା ଅଛି । କାରଣ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ନୀତି ହେଉଛି ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ତେଣୁ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥା ଅନୁଯାୟୀ ସମସ୍ତ ରାଜ୍ୟକୁ ଗୁରୁତ୍ବ ଦେବା ସ୍ପଷ୍ଟ ହୋଇଯାଇଛି ।

ତେବେ ରାଜ୍ୟର ପୂର୍ଣ୍ଣାଙ୍ଗ ବିକାଶ କରିବାକୁ ହେଲେ ଏଠି ଶାସକ ଦଳର ଯେତିକି ଭୂମିକା ରହିବ ସେତିକି ବିରୋଧୀଙ୍କ ମଧ୍ୟ । ଯେଉଁରାଜ୍ୟରେ ବିରୋଧୀ ଯେତେ ଶକ୍ତିଶାଳୀ ହେବ ସେହି ରାଜ୍ୟର ବିକାଶ ସେତିକି ତ୍ବରାନ୍ବିତ ହେବ । ଯେତେବେଳେ ସରକାର ନିତି ନିୟମ ଭୁଲି ଅସାମ୍ବିଧାନିକ କାର୍ଯ୍ୟକରନ୍ତି ସେହି ସମୟରେ ବିରୋଧୀ ସରକାରଙ୍କୁ ବାଟକୁ ଆଣି ସଚେତନ କରିଥାନ୍ତି । ହେଲେ ସ୍ବାଭାବିକ ଭାବେ ହେଉ ବା ଯୋଜନାବଦ୍ଧ ହେଉ ଗତ କିଛି ବର୍ଷର ଶାସନକୁ ଅନୁଶୀଳନ କଲେ ରାଜ୍ୟରେ ଯେ ବିରୋଧୀ ସବୁବେଳେ ସରକାରଙ୍କ ବୋଲକରା ସାଜିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡୁଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଆସିଛି । ଏହା ଗଣତନ୍ତ୍ର ପାଇଁ ରାଜ୍ୟବାସୀଙ୍କ ପାଇଁ ଶୁଭଙ୍କର ନୁହେଁ ହେଲେ ରାଜନୈତିକ ଦଳଙ୍କ ପାଇଁ ସ୍ବାର୍ଥ ହାସଲର ମାଧ୍ୟମ ପାଲଟିଛି ।

ଘଟଣା 2014 ମସିହାର ଚତୁର୍ଦ୍ଦଶ ବିଧାନସଭାର ବିରୋଧୀ ଦଳ ନେତା ଥିବା ତତ୍କାଳୀନ ବିରୋଧୀ ଦଳ ନେତା ଥିବା ଭୁପିନ୍ଦର ସିଂ ନିଜ ଦଳ ପରିତ୍ୟାଗ କରି ଶାସକ ବିଜୁ ଜନତା ଦଳରେ ମିଶିଗଲେ । ଆଉ ବିଡମ୍ବନା ଥିଲା ସେ ନିଜ ପ୍ରତିକ୍ରିୟାରେ କହିଲେ ସେ କେବଳ ବିରୋଧୀ ଦଳ ଭୂମିକା ନିଭାଉଥିଲେ କେବେ ଶାସକ ଦଳକୁ ସମାଲୋଚନା କରୁନଥିଲେ ଯାହା ଗଣତନ୍ତ୍ର ପାଇଁ ବିପଦ ମନେ ହୁଏ । ଗଠନ ମୂଳକ କାର୍ଯ୍ୟରେ କିମ୍ବା ରାଜ୍ୟର କୌଣସି ବୃହତ୍ତର ସ୍ବାର୍ଥ ପାଇଁ ସରକାରଙ୍କ ସହ ମିଶିବା ଉଚିତ ହେଲେ ଏଠି ନିଜ ସ୍ବାର୍ଥ ପାଇଁ ସବୁ କିଛି ଜଳାଞ୍ଜଳି ଦେଇ ବିରୋଧୀ ଦଳ ସରକାରଙ୍କ ସହ ମିଶି ଯାଉଛନ୍ତି ।

ଘଟଣା ନଂ ଦୁଇ - ପଞ୍ଚଦଶ ବିଧାନସଭାରେ ବିରୋଧୀ ଦଳ ନେତା ହୋଇଥିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । କିଛିଦିନ ପର୍ଯ୍ୟନ୍ତ ନରସିଂହ ନିଜ ଦାୟିତ୍ବ ଠିକ ଭାବେ ତୁଳାଇଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସିଧାସଳଖ ସମ୍ପର୍କ ଥିବା ଖୋଦ ତାଙ୍କ ନିଜ ଦଳରୁ ଅଭିଯୋଗ ହେଲା । ଯାହା କେତେକ ଘଟଣାରୁ ସ୍ପଷ୍ଟ ମଧ୍ୟ ହୋଇଥିଲା ।

ଘଟଣା ନଂ- ତିନି- ଷୋଡଶ ବିଧାନସଭାରେ ମୁଖ୍ୟ ବିରେଧୀ ଦଳର ମାନ୍ୟତା ପାଇଲା ବିଜେପି । ଆଉ ରାଜ୍ୟବାସୀଙ୍କ ଆଶା ଥିଲା ବିଜେପି ସରକାରଙ୍କୁ ଠିକ ମୁକାବିଲା କରିବ । ଆଉ ରାଜ୍ୟ ସ୍ବାର୍ଥ ପାଇଁ ଲଢେଇ କରିବ , କିନ୍ତୁ ଗତକାଲି ବିରୋଧୀ ଦଳ ନେତା ଚୟନ ପରେ ସ୍ପଷ୍ଟ ହୋଇଛି ଯେ ପୂର୍ବତନ ବିରୋଧୀ ଦଳ ନେତାଙ୍କୁ ଯେମିତି ସରକାର ନିଜ ନିୟନ୍ତ୍ରଣରେ ରଖୁଥିଲେ ବର୍ତ୍ତମାନର ବିରୋଧୀ ଦଳନେତାଙ୍କୁ ମଧ୍ୟ ନିଜ ଇଛା ଅନୁଯାୟୀ ଚୟନ କରିଥିବା ସ୍ପଷ୍ଟ ହୋଇଛି । ସିଧା କହିବାକୁ ଗଲେ ବିରୋଧୀ ଦଳ ନେତା ଚୟନ ଉଭୟ ବିଜେଡିଓ ବିଜେପିର ରାଜ୍ୟ ନେତୃତ୍ବ ମିଳିମିଶି ଚୟନ କରିଥିବା ସନ୍ଦେହ କରାଯାଉଛି ।

କାରଣ ଏହି ପଦ ପାଇଁ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁରର ବିଧାୟକ ମୁଖ୍ୟ ଦାବିଦାର ଥିଲେ । ଅଭିଜ୍ଞତା ବରିଷ୍ଠତା ଦୃଷ୍ଟିରୁ ଜୟ ବିରୋଧୀ ଦଳ ନେତା ହେବା ଏକ ପ୍ରକାର ନିଶ୍ଚିତ ତାଙ୍କ ସମର୍ଥକ ମାନେ କହୁଥିଲେ । ହେଲେ ଗତକାଲି ଭବାନିପାଟଣା ବିଧାୟକ ପ୍ରଦିପ୍ତ ନାୟକଙ୍କୁ ଏହି ପଦରେ ବସାଯାଇଛି । ତେବେ କାହିଁକି ଜୟ ମିଶ୍ରଙ୍କୁ ଅଣଦେଖା କଲା ଦଳ? କେଉଁ କାରଣ ପାଇଁ ବିରୋଧୀ ଦଳ ନେତା ଦୌଡରୁ ବାଦ ପଡିଲେ ଜୟ ମିଶ୍ର? କେଉଁ ଆଧାରରେ ବିରୋଧୀ ଦଳ ନେତା ଚୟନ କରାଯାଇଛି । ଯଦିଓ ଏହା ବିଜେପି ଦଳର ଆଭ୍ୟନ୍ତରୀଣ ବ୍ୟାପାର ସେମାନେ କାହାକୁ କେଉଁ ପଦ ଦେବେ ତେହା ତାଙ୍କ ଦଲୀୟ ନେତୃମଣ୍ଡଳୀ ନିଷ୍ପତ୍ତି ନେବେ । ହେଲେ ବିରୋଧୀ ଦଳ ନେତା ଚୟନ ଯେଉଁ ଢଙ୍ଗରେ ଚୟନ କରାଯାଇଛି ତାହା ଏବେ ଖାଲି ବିଜେପି ନୁହେଁ ସାଧାରଣ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ।

କାରଣ ବିଧାନସଭାରେ ବିଜେପିର ଆବଶ୍ୟକ ସଂଖ୍ୟକ ସଂଖ୍ୟା ନଥାଇ ମଧ୍ୟ ବିଜେପି ନିଜ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବାକୁ ସକ୍ଷମ ହେଲା । ପୁଣି ନିଜ ଦଳରେ ଏତେ ବଡ ନେତା ଥାଇ ମଧ୍ୟ କାହିଁକି ଜଣେ ଅଣଓଡିଆ ସ୍ବଇଛାରେ ଅବସର ନେଇଥିବା ଅଫିସରଙ୍କୁ ବିଜେପି ନେତୃତ୍ବ ପ୍ରାର୍ଥୀ କଲେ ତାହା ବି ଅସ୍ପଷ୍ଟ । ବିଜେପି ବିଜେଡିର ଏହି ମୁଲଚାଲ ରାଜନୀତିରେ ଏକ ବୃହତ୍ତର ରାଜନୈତିକ ସ୍ବାର୍ଥ ହାସଲ କରିଛନ୍ତି ଉଭୟ ଦଳ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । ଆଉ ସେହି ମୂଲଚାଲର ଏକ ପାର୍ଟ ହେଉଛି ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ନକରିବା ବୋଲି ଚର୍ଚା ଜୋରଧରିଛି ।

ଏକ ନିର୍ଭର ଯୋଗ୍ୟ ସୁତ୍ର ଅନୁସାରେ ଯେଉଁଦିନ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା ସେହି ବୈଠକରେ ହିଁ ଅର୍ଧାଧିକ ବିଧାୟକ ଜୟ ମିଶ୍ରଙ୍କ ସପକ୍ଷରେ ମତ ଦେଇଥିଲେ । ହେଲେ ଏହା ରାଜ୍ୟ ବିଜେପିର ନେତୃତ୍ବ ନେଉଥିବା ଏକ ପ୍ରଭାବଶାଳୀ ଗୋଷ୍ଠୀଙ୍କ ପାଇଁ ଗ୍ରହଣ ହୋଇପାରିଲା ନାହିଁ । ତେଣୁ ଆଳ ଦେଖାଇ ନିଷ୍ପତି ନେବାକୁ ରାଷ୍ଟ୍ରୀୟ ସଭାପତିଙ୍କ ପାଖକୁ ପଠାଇ ଦିଆଗଲା । ଏହିଠାରୁ ହିଁ ସ୍ପଷ୍ଟ କେବଳ ଜୟ ମିଶ୍ରଙ୍କୁ ବିରୋଧୀ ଦଳ ନେତାରୁ ବଞ୍ଚିତ କରିବା ପାଇଁ ଏହି ଷଡଯନ୍ତ୍ର କରାଯାଇଥିଲା । ଜୟ ମିଶ୍ରଙ୍କୁ ବିରୋଧୀ ଦଳ ନେତା ନକରିବାର କାରଣ କ‘ଣ ହୋଇଥାଇପାରେ ।

ବିଜେପି ରାଜନୀତିକୁ ବୁଝୁଥିବା ତଥାବିଜ୍ଞମହଲଙ୍କ ଆକଳନ ଅନୁସାରେ ଜୟ ରାଜ୍ୟ ନେତୃତ୍ବରେ ପ୍ରଭାବ ରଖୁଥିବା ନେତାଙ୍କ ପାଇଁ ଅଡୁଆ ଥିଲେ । ସେମାନେ ଚାହୁଁଥିଲେ ଜୟ ବିରୋଧୀ ଦଳ ନେତା ନହୁଅନ୍ତୁ, ଆଉ ଏହି ପ୍ରଭାବଶାଳୀ ଗୋଷ୍ଠୀ ତାଙ୍କ ଯୋଜନାରେ ମଧ୍ୟ ସଫଳ ହୋଇଛନ୍ତି । କାରଣ ଜୟ ବିରୋଧୀ ଦଳ ନେତା ହୋଇଥିଲେ ସେ ସରକାରଙ୍କୁ ଅଡୁଆରେ ପକାଇଥାନ୍ତେ ଯାହା ବିଜେପି ବିଜେଡି ମଧ୍ୟରେ ଯେଉଁ ଖୋଲା ବୁଝାମଣା ହୋଇଛି ତାର ଉଲଘଂନ ହୋଇଥାନ୍ତା ।

ସେଇଥିପାଇଁ ସରକାରଙ୍କ ସୁବିଧା ଅନୁଯାୟୀ ବିରୋଧୀ ଦଳ ନେତା ଚୟନ କରାଯାଇଛି ବୋଲି ଆଲୋଚନା ହେଉଛି । ଜୟ ମିଶ୍ର ତାଙ୍କ ରାଜନୈତିକ ଜୀବନରେ କେବେ ମୁଣ୍ଡ ନୁଆଁଇ ନାହାନ୍ତି ସେ ଦଳ ପାଇଁ ଅନେକ କିଛି କରିଛନ୍ତି । ସମଗ୍ର ପଶ୍ଚିମ ଓଡିଶା ରାଜନୀତିରେ ପ୍ରଭାବ ରଖୁଥିବା ଜୟ ସବୁବେଳେ ଦଳ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ହେଲେ ଦଳ ତାଙ୍କର ଦକ୍ଷତାକୁ ରୋକିବାରେ ଲାଗିଛି ବୋଲି କୁହାଯାଇପାରେ ।

ଆଉ ବିରୋଧୀ ଦଳ ନେତାଙ୍କୁ କେମିତି ମ୍ୟାନେଜ କରାଯାଏ ତାହା ଶାସକ ବିଜୁ ଜନତ ଦଳକୁ ଭଲଭାବେ ଜଣା । ଗତଦୁଇଟି ବିଧାନସଭାରେ ବିଜେଡି ଯେମିତି ବିରୋଧୀ ଦଳ ନେତାଙ୍କୁ ପ୍ରଭାବିତ କରି ମ୍ଯାନେଜ କରିଥିଲା ଏବେ ଠିକ ସେହି ଫଣ୍ଡା ଆପଣାଇଛି । ତେବେ ଦେଖିବାର କଥା ହେଉଛି ଜୟ ଦଳର ଏହି ନିଷ୍ପତିରେ ଚୁପ ରହୁଛନ୍ତି ନା ଦଳ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି ତାହା ଆଗାମୀ ସମୟ କହିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.