ETV Bharat / briefs

ଦଳୀୟ ଭିତ୍ତିରେ ରିଲିଫ ବଣ୍ଟା ନଯାଉ: ବିଜେପି - ODISHA

ଶାସକ ଦଳ ଦଳୀୟ ଭିତ୍ତିରେ ରିଲିଫ ବଣ୍ଟନ କରୁଥିବା ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 11, 2019, 6:35 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନି ଯିବାର ଏକ ସପ୍ତାହ ବିତିଲାଣି । ଫନି ତାଣ୍ଡବ ସମୟରେ ଯାହା ଯାତନା ଦେଇଗଲା ତାହାକୁ ପ୍ରଭାବିତ ଲୋକେ ସାମ୍ନା କଲେ । କିନ୍ତୁ ଫନି ଦେଇଯାଇଥିବା ଯାତନାକୁ ଲୋକେ ଆଉ ସହ୍ୟ କରିବାକୁ ବଳ ଯୋଗାଡ କରିପାରୁନାହାଁନ୍ତି । ଫଳରେ ଫନି ପ୍ରଭାବିତ ଲୋକଙ୍କୁ ସରକାର ବିଭିନ୍ନ ପ୍ରକାର ରିଲିଫ ଯୋଗାଇ ଦେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କିନ୍ତୁ ଫନି ଦୁଃଖରୁ ବଳିଯାଇଛି ସରକାରଙ୍କ ରିଲିଫ ବଣ୍ଟନରେ ପକ୍ଷପାତିତାର ଅଭିଯୋଗ । ଯେଉଁମାନେ ସରକାରୀ ଦଳର ଲୋକ ବା ଶାସକ ଦଳଙ୍କୁ ଭୋଟ ଦେଇଛନ୍ତି ସେମାନଙ୍କୁ କେବଳ କେତେକ ଜାଗାରେ ରିଲିଫ ଦିଆଯାଉଛି ବୋଲି ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ଦଳ ସିଧାସଳଖ ଅଭିଯୋଗ କରିଛି ବିଞ୍ଝାରପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ବିଜେପି କାର୍ଯ୍ୟକର୍ତ୍ତା ହୋଇଥିବାରୁ ଅନେକ ଲୋକଙ୍କୁ ରିଲିଫ ମିଳୁନାହିଁ ।

ସେହିପରି ବିଜେଡିକୁ ଭୋଟ ଦେଇନାହାଁନ୍ତି ସେମାନଙ୍କୁ ରିଲିଫ ମିଳିବ ନାହିଁ ବୋଲି ପୁରୀ ବିଧାୟକ ମହେଶ୍ୱର ମହାନ୍ତି କହିଥିବା ଅଭିଯୋଗ ଆଣିଛି ବିଜେପି। ରାଜ୍ୟ ସରକାରଙ୍କ ଅପାଗରତା ଓ ଅନିୟମିତତା ଯୋଗୁଁ କେବଳ ବୈଠକ, ଡାଟା କଲେକ୍ସନରେ ସୀମିତ ରହିଛି ବାତ୍ୟା ପରସ୍ଥିତି ମୁକାବିଲା । ଏପଟେ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ରିଲିଫ୍ ପାଣ୍ଠିକୁ ଲୁଟ ହେଉଥିବା ଅଭିଯୋଗ ମଧ୍ୟ କରିଛି ଦଳ । କୌଣସି ଦଳୀୟ ବାଛବିଚାର ନକରି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯାଉ ଏବଂ ବିନା ପକ୍ଷପାତିତାରେ ସମସ୍ତ ବିପନ୍ନଙ୍କୁ ରିଲିଫ୍ ବଣ୍ଚନ କରାଯାଉ ବୋଲି ବିଜେପି ଦାବି କରିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.