ETV Bharat / briefs

ବେଗୁନିଆରେ ରାଜେନ୍ଦ୍ର ସାହୁଙ୍କ ବାଜିମାତ୍, ଶୁଭେଚ୍ଛା ପାଇଁ ଛୁଟୁଛି ସମର୍ଥକଙ୍କ ଭିଡ - begunia constituency

ବେଗୁନିଆରେ ନବ ନିର୍ବାଚିତ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ବିଜୟ ପାଇଁ ତାଙ୍କ ବାସଭବନରେ ସମର୍ଥକଙ୍କ ସୁଅ ଛୁଟୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : May 24, 2019, 10:37 PM IST

ଖୋର୍ଦ୍ଧା: ବେଗୁନିଆ ନିର୍ବାଚନମଣ୍ଡଳୀର ଶେଷ ହୋଇଛି ଭୋଟ ଗଣତି । ବିଜୟୀ ପ୍ରାର୍ଥୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । କିଏ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଉଛି ତ ଆଉ କିଏ ଆଲିଙ୍ଗନ କରୁଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ବେଗୁନିଆ ନିର୍ବାଚନ ମଣ୍ଡଳୀରେ । ନବ ନିର୍ବାଚିତ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କ ବାସଭବନରେ ତାଙ୍କ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଚଳିତ ସାଧାରଣ ନିର୍ବାଚନରେ ବେଗୁନିଆରେ ଦ୍ଵିମୁଖୀ ଲଢେଇ ହୋଇଥିଲା । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କୁ 20,048 ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । 73,178 ଖଣ୍ଡ ଭୋଟ ପାଇ ରାଜେନ୍ଦ୍ର ବିଜୟ ହାସଲ କରିଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ 53,130 ଖଣ୍ଡ ଭୋଟ ପାଇ ଦ୍ଵିତୀୟ ଏବଂ ବିଜେପି ପ୍ରାର୍ଥୀ ରିଷଭ ନନ୍ଦ 26,321 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ତେବେ ରାଜେନ୍ଦ୍ର ନିଜ ବିଜୟର ଶ୍ରେୟ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବେଗୁନିଆ ଏବଂ ବୋଲଗଡବାସୀଙ୍କୁ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug- ଶେଷ ହୋଇଛି ନିର୍ବାଚନ ଫଳାଫଳ ଗଣତି : ନେତାଙ୍କ ପାଖରେ ଶୁଭେଚ୍ଛୁଙ୍କ ଭିଡ଼ 

Format-AVB

Place-khurda,24.5.19

Visual-mojo

ଆଙ୍କର : ଶେଷ ହୋଇଛି ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନ ମଣ୍ଡଳୀର   ଭୋଟ ଗଣତି । ବିଜୟୀ ପାର୍ଥିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସମର୍ଥକଙ୍କ ବେଶ ଭିଡ଼ ଦେଖିବାକୁ ମିଳୁଛି । କିଏ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଉଛି ତ ଆଉ କିଏ ଆଲିଙ୍ଗନ କରୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ନବ ନିର୍ବାଚିତ ପାର୍ଥି ରାଜେନ୍ଦ୍ର କୁମାର ସାହୁଙ୍କ ବାସଭବନରେ । ଚଳିତ ସାଧାରଣ ନିର୍ବାଚନରେ ବେଗୁନିଆରେ ଦ୍ଵିମୁଖୀ ଲଢେଇ ଦେଖିବାକୁ ମିଳିଥିବା ବେଳେ ବିଜୁ ଜନତା ଦଳର ପାର୍ଥି ରାଜେନ୍ଦ୍ର କୁମାର ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି କଂଗ୍ରେସ ଦଳର ପାର୍ଥି ପ୍ରଦୀପ କୁମାର ସାହୁଙ୍କୁ 20048ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ପାର୍ଥି ରାଜେନ୍ଦ୍ର ମୋଟ 73178 ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ , କଂଗ୍ରେସ ପାର୍ଥି ପ୍ରଦୀପ କୁମାର ସାହୁ 53130ଖଣ୍ଡ ଭୋଟ ପାଇ ଦ୍ଵିତୀୟ ଓ ବିଜେପି ପାର୍ଥି ରିଷଭ ନନ୍ଦ 26321ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ରାଜେନ୍ଦ୍ର ବିଜୟ ହେବାପରେ କହିଛନ୍ତି ଜିତିବାର ଶ୍ରେୟ ନବୀନ ବାବୁ ଓ ବେଗୁନିଆ ବୋଲଗଡ଼ ବାସୀଙ୍କୁ ଦେବି । ବେଗୁନିଆ ବୋଲଗଡ଼ ଅଂଚଳରେ ବହୁ ସ୍ଥାନରେ ପାନୀୟ ଜଳ ଏବଂ ରାସ୍ତାଘାଟର ସମସ୍ୟା ରହିଛି ତାହାକୁ ପ୍ରାଥମିକତା ଦେବି ।

ବାଇଟ - ରାଜେନ୍ଦ୍ର କୁମାର ସାହୁ, ବେଗୁନିଆ ବିଧାୟକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.