ETV Bharat / briefs

ପାଣି ନୁହେଁ, ଜହର ପିଉଛନ୍ତି ବାଞ୍ଜିବାହାଲବାସୀ

ଫ୍ଲୋରାଇଡ୍ ମିଶା ବିଷାକ୍ତ ପାଣି ପିଉଛନ୍ତି ନୂଆପଡା ଜିଲ୍ଲାର ବାଞ୍ଜିବାହାଲବାସୀ । ପାଖରେ କୌଣସି ବିକଳ୍ପ ନାହିଁ। ତୁରନ୍ତ ଗ୍ରାମକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଗ୍ରାମବାସୀଙ୍କ ଦାବି ।

author img

By

Published : May 5, 2019, 3:13 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନାର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଏଠାରେ ମିଳୁନି ବିଶୁଦ୍ଧ ପାଣି । ଏଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ସ୍ଥିତ ବାଞ୍ଜିବାହାଲ ଗାଁର । ଏଠି ନଳକୂପ ତ ଅଛି ହେଲେ ସେଥିରୁ ବାହାରୁଛି ଫ୍ଲୋରାଇଡ୍ ମିଶା ପାଣି । ଏହି ବିଷାକ୍ତ ପାଣି ପିଇବା ଦ୍ଵାରା ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଅଜଣା ରୋଗର ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଏହି ଫ୍ଲୋରାଇଡ୍ ମିଶା ବିଷାକ୍ତ ପାଣି ପିଇବା ପରେ ଅଣ୍ଟା, ଆଣ୍ଠୁ, ଛାତିରେ ପୀଡା ଅନୁଭୂତ ହେଉଥିବାବେଳେ କିଛି ଲୋକ ନିଜ ଭାଗ୍ୟକୁ ଆଦରି ଖଟିଆରେ ପଡିରହିଛନ୍ତି । ସେହିପରି ଛୋଟଛୋଟ ପିଲା ଏବଂ ବୁଢାଙ୍କ ଦାନ୍ତ ମାଢି କଳା ପଡିଯାଉଛି । ଗର୍ଭବତୀ ମହିଳା, କୋମଳମତି ଶିଶୁଙ୍କୁ ବିପଦକୁ ଠେଲି ଏହି ପାଣି ପିଉଛନ୍ତି । ମାତ୍ର ପାଖରେ କୌଣସି ବିକଳ୍ପ ନଥିବାରୁ ଜୀବନ ବଞ୍ଚାଇବାକୁ ବିଷାକ୍ତ ପାଣି ପିଉଥିବା ଗ୍ରାମର କିଛି ମହିଳା କହିଛନ୍ତି ।

ଗ୍ରାମରେ ଥିବା ନଳକୂପରେ ଫ୍ଲୋରାଇଡ୍ ପ୍ୟୁରିଫାଏର ମେସିନ ଖଞ୍ଜା ଯାଇଥିଲେ ସୁଦ୍ଧା ଏହା ଅଚଳ । ମାତ୍ର ମେସିନକୁ ସଚଳ କରିବାକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ ପାଲଟିଛି ନିଦାବିଷ୍ଣୁ । ସେପଟେ ତୁରନ୍ତ ଗ୍ରାମକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅପରପକ୍ଷେ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା ପରେ ଟ୍ୟାଙ୍କର ଯୋଗେ ଗାଁକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ ବୋଲି ବୋଡେନ ଜନସ୍ବାସ୍ଥ୍ୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.