ETV Bharat / briefs

ଅବହେଳିତ କଳାକାର: ଭତ୍ତା ଅପେକ୍ଷାରେ ପ୍ରତିଭା

ଅନୁଗୋଳ ଜିଲ୍ଲାରେ କଳାକୁ ଆଦରି ନିଜ ପେଟ ପୋଷୁ କଳାକାର ଏବେ ଅସହାୟ ଅବସ୍ଥାରେ । ସରକାରଙ୍କ ଦ୍ବାରା ପ୍ରଦତ୍ତ କଳାକାର ଭତ୍ତା ଅନୁଗୋଳ ଜିଲ୍ଲାର କଳାକାରମାନଙ୍କୁ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

author img

By

Published : Jul 2, 2019, 3:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଦୁସ୍ଥ ଅସହାୟ କଳାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ 'କଳାକାର ଭତ୍ତା' ଯୋଜନା । ହେଲେ ଅନେକ କଳାକାର ଏହି ଯୋଜନାରୁ ବଞ୍ଚିତ । ଏଭଳି ଅଭିଯୋଗ କରିଛନ୍ତି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହୀଧରପୁର ଗାଁର କଳାକାର । ଗାଁର ପ୍ରାୟ 20ରୁ ଊର୍ଦ୍ଧ୍ବ କଳାକାର ନିଜ ନିଜ କ୍ଷେତ୍ରରେ କଳା ସାଧନ କରି ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି । ହେଲେ ସରକାରଙ୍କ ଅବହେଳା କାରଣରୁ ଅସହାୟ ଜୀବନ ଅତିବାହିତ କରୁଥିବା ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

କେବଳ ମହୀଧରପୁର ନୁହେଁ, ଜିଲ୍ଲାର ୮ଟି ବ୍ଲକରେ କଳାକାରଙ୍କ ସମାନ ସ୍ଥିତି । ଜିଲ୍ଲାର ମୋଟ ୭ ହଜାର ୩୮ ଜଣ ଭତ୍ତା ପାଇଁ ଆବେଦନ କରିଥିବା ବେଳେ ଜିଲ୍ଲା ବାହାରୁ ୨୩ ଶହ ୫୭ ଜଣ କଳାକାର ଭତ୍ତା ପାଇଁ ଆବେଦନ କରିଛନ୍ତି । କିନ୍ତୁ ସରକାର ମାତ୍ର ୧୩ ଶହ ୯୫ ଜଣ କଳାକାରଙ୍କୁ ଭତ୍ତା ଦେବାକୁ ଅନୁମତି ଦେଇଛନ୍ତି । ଫଳରେ ଅନ୍ୟ କଳାକାରମାନେ କଳା ସାଧନାରେ ନିଜ ସମୟ ବିତାଇ ଏବେ ଅସହାୟ ଜୀବନ ବିତାଉଛନ୍ତି । ଆଉ ନିଜ ପ୍ରାପ୍ୟ ପାଇବାକୁ ଅବେଦନ ପତ୍ର ଖଣ୍ଡେ ଧରି ବାରମ୍ବାର ସରକାରୀ କାର୍ଯ୍ୟାଳୟର ଦ୍ବାରସ୍ଥ ହେଉଛନ୍ତି । ତଥାପି ସେମାନଙ୍କୁ କଥାକୁ କେହି କର୍ଣ୍ଣପାତ କରୁନାହାନ୍ତି ।

ସାରା ଜୀବନ ଦେଶର କଳା ଓ ସଂସ୍କୃତି ବଞ୍ଚାଇ ରଖିବାରେ ଅତିବାହିତ କରିଥିବାବେଳେ ସରକାର କେବେ ସେମାନଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବେ ତାହା ସମୟ କହିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Anchor-

ଦୁସ୍ତ କଳାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ କଳାକାର ଭତ୍ତା ଯୋଜନା ହେଲେ ଅନେକ କଳାକାର ଏହି ଯୋଜନା ରୁ ଏବେ ବଡ ପଡିଛନ୍ତି ଆବେଦନ ପତ୍ର ଖଣ୍ଡେ ଧରି ବାରମ୍ବାର ସରକାରୀ ଅଫିସ ଦୌଡିଥିଲେ ମଧ୍ୟ ସେମାନଙ୍କୁ ମିଳିନାହିଁ ଏହି ସରକାରୀ ସୁବିଧା ଏହିଭଳି ଅଭିଯୋଗ ହୋଇଛି ଅନୁଗୋଳ ଜିଲ୍ଲାରେ ବର୍ଷେ ହେବ ଆବେଦନ କରିଥିଲେ ବି ସେମାନଙ୍କ କଥା କେହି ଶୁଣି ନାହାଁନ୍ତି   

Vo – 1

ଅନୁଗୋଳ ଜିଲ୍ଲାରେ ଯୋଗ୍ୟ କଳାକାର ସରକାରଙ୍କ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ଦୀର୍ଘ ବର୍ଷ ଧରି ନିଜ ନିଜ କ୍ଷେତ୍ର ରେ କଳା ସାଧନା କରି ସଂସ୍କୃତି କି ବଞ୍ଚାଇ ରଖିଥିବା କଳାକାର ଏବେ ଅବହେଳିତ ଦୁସ୍ତ ହେଲେବି ସରକାରଙ୍କ ଭତ୍ତା ଯୋଜନା ରୁ ଏମାନେ ବଞ୍ଚିତ ହୋଇଛନ୍ତି ଏଭଳି ଅଭିଯୋଗ କରିଛନ୍ତି ଜିଲ୍ଲାର ବଂରପାଳ ବ୍ଲକ ମହୀଧର ପୁର ଗାଁ ର କଳାକାର ଗାଁ ରେ ପ୍ରାୟ ୨୦ ରୁ ଅଧିକ କଳାକାର ଏବେ ଦୁସ୍ତ ଭାବେ ଜୀବନ ବିତଉଥିଲେ ବି ସେମାନଙ୍କୁ ଏହି ଯୋଜନା ରୁ ବାଦ ଦିଆଯାଇଥିବା ଅଭିଯୋଗ କରିଛନ୍ତି

Byte – 1 ତ୍ରିପୁର କୁମାର ଜେନା , କଳାକାର

Byte – 2 ଉମେଶ ଚନ୍ଦ୍ର ସାହୁ , କଳାକାର

Vo – 2

କେବଳ ମହୀଧର ପୁର ନୁହେଁ ଜିଲ୍ଲାର ୮ ଟି ଯାକ ବ୍ଲକ ରେ ଏହି ସମାନ ସ୍ଥିତି ଜିଲ୍ଲାରେ ମୋର୍ଟ ୭ ହଜାର ୩୮ ଜଣ ଭତ୍ତା ପାଇଁ ଆବେଦନ କରିଥିବା ବେଳେ ଜିଲ୍ଲା ବାହାରୁ ୨୩ଶହ ୫୭ ଜଣ କଳାକାର ଭତ୍ତା ପାଇଁ ଆବେଦନ କରିଛନ୍ତି ତେବେ ସରକାରଙ୍କ ପକ୍ଷରୁ ଜିଲ୍ଲାକୁ ମାତ୍ର ୧୩ ଶହ ୯୫ ଜଣ କଳାକାରଙ୍କୁ ଭତ୍ତା ଦେବାକୁ ଅନୁମତି ମିଳିଛି ତେଣୁ ଅନ୍ୟ କଳାକାର ମାନେ କଳାସାଧନା ରେ ସମୟ ବିତାଇ ଏବେ ଅସହାୟ ଭାବେ ଜୀବନ ବିତାଉଛନ୍ତି ହେଲେ ସେମାନଙ୍କ କଥା ଶୁଣିବାକୁ କେହି ନାହାଁନ୍ତି

Byte – 3 ପବନା ଜେନା , କଳାକାର

Byte – 4 ଦୈତାରୀ ପ୍ରଧାନ , ଗ୍ରାମବାସୀ

Ptc  

             ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ  

Visual On FTP  

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.