ETV Bharat / briefs

ଫ୍ରେଞ୍ଚ ଓପନ କ୍ବାଲିଫାୟର୍ସ: ଦ୍ବିତୀୟ ରାଉଣ୍ଡରେ ଅଙ୍କିତା ରାଇନା

author img

By

Published : May 25, 2021, 4:05 PM IST

ଫ୍ରେଞ୍ଚ ଓପନ କ୍ବାଲିଫାୟର୍ସର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି, ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ଅଙ୍କିତା ରାଇନା ।

ankita raina
ankita raina

ପ୍ୟାରିସ: ଫ୍ରେଞ୍ଚ ଓପନ କ୍ବାଲିଫାୟର୍ସର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି, ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ଅଙ୍କିତା ରାଇନା । ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆର ଅରିନା ରୋଡିଓନଭାଙ୍କୁ 3-6, 6-1,6-4 ସେଟରେ ହରାଇଛନ୍ତି ଅଙ୍କିତା । ଫଳରେ ବୁଧବାର ଦ୍ବିତୀୟ ରାଉଣ୍ଡରେ ବେଲଜିୟମର ଗ୍ରୀଟ ମିନେନଙ୍କ ସହ ଅଙ୍କିତାଙ୍କ ମୁକାବିଲା ହେବ ।

ଅଙ୍କିତା ପ୍ରଥମ ସେଟରେ ପରାସ୍ତ ହୋଇଥିଲେ ମଧ୍ୟ ପରେ ଜୋରଦାର କମବ୍ୟାକ କରିଥିଲେ ଓ ପରବର୍ତ୍ତୀ ଦୁଇଟି ସେଟରେ ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ।

ଅନ୍ୟପଟେ ପ୍ରତିପକ୍ଷ ଗ୍ରୀଟ ପୋଲାଣ୍ଡର ଉରସଜୁଲା ରାଡୱାନସକାଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି ।

WTA ରାକିଂ ଦୃଷ୍ଟିରୁ ଦ୍ବିତୀୟ ରାଉଣ୍ଡରେ ବେଲଜିୟମ ପ୍ରତିପକ୍ଷଙ୍କ ପଲ୍ଲା ଭାରୀ ରହିଛନ୍ତି । ଅଙ୍କିତାଙ୍କ ରାକିଂ 182 ହୋଇଥିବାବେଳେ ଗ୍ରୀଟ 125ତମ ସ୍ଥାନରେ ରହିଛନ୍ତି ।

ମଙ୍ଗଳବାର ଭାରତୀୟ ପୁରୁଷ ଟେନିସ ଖେଳାଳି ସୁମିତ ନାଗଲ ମଧ୍ୟ କ୍ବାଲିଫାୟର୍ସର ପ୍ରଥଣ ରାଉଣ୍ଡ ମ୍ୟାଚ ଇଟାଲିର ରୋବର୍ଟ ମାର୍କରାଙ୍କ ସହ ଖେଳିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.