ETV Bharat / briefs

ନାଇଡୁଙ୍କୁ ଶନିଦଶା; ପୁଣି ଦଳ ଛାଡିଲେ ନେତା

author img

By

Published : Jun 26, 2019, 8:49 PM IST

ଟିଡିପିକୁ ଝଟକା ପରେ ଝଟକା, ଛାଡୁଛନ୍ତି ଦଳର ଜଣକ ପରେ ଜଣେ ନେତା । ଦଳର 4ଜଣ ସାଂସଦଙ୍କ ପରେ ଏବେ ଦଳୀୟ ମୁଖପାତ୍ର ଛାଡିଲେ ଦଳ ।

ଫଟୋ ସୌଜନ୍ୟ: ଏଏନଆଇ

ଅମରାବତୀ: ସାଧାରଣ ନିର୍ବାଚନ ପରେ ଶକ୍ତିଶାଳୀ ହେବାରେ ଲାଗିଛି ବିଜେପି । ଅନ୍ୟପକ୍ଷରେ ଆଞ୍ଚଳିକ ଦଳ ଗୁଡିକ ଧୀରେ ଧୀରେ ଦୁର୍ବଳ ସ୍ଥିତିକୁ ଆସିବାର ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି ନିକଟରେ ଶେଷ ହୋଇଥିବା ଆନ୍ଧ୍ରପ୍ରଦେଶର ବିଧାନସଭାରେ ପରାଜୟ ବରଣ କରିଥିବା ଶାସକ ଟିଡିପି ଏବେ ନିଜ ଅସ୍ତିତ୍ବ ରକ୍ଷା ପାଇଁ ସଂଘର୍ଷ କରୁଛି ।

କାରଣ ଦଳ ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ବିଦେଶ ଗସ୍ତରେ ଥିବା ବେଳେ ଦଳର 4ଜଣ ରାଜ୍ୟସଭା ସାଂସଦ ନାଇଡୁଙ୍କୁ ଲଣ୍ଡାକରି ବିଜେପି ମୈଦାନକୁ ଲମ୍ଫ ମାରିଥିଲେ । ଯାହା ପରାଜୟ ପରେ ବିଶାଦଗ୍ରସ୍ତ ଥିବା ନାଇଡୁଙ୍କୁ ଏକ ଶକ୍ତ ଧକ୍କା ଦେଇଛି । ପୁଣି ଆଜି ଦଳର ତୁଣ୍ଡ ଥିବା ଲଙ୍କା ଦିନାକର ବିଜେପିରେ ଯୋଗ ଦେଇଛନ୍ତି ।

ଦିନାକର ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ଯଦି ଏହି ଦଳ ଡିଆଁ ପ୍ରକ୍ରିୟା ଜାରି ରୁହେ ଆଗାମୀ ନିର୍ବାଚନରେ ଟିଡିପି ପାଇଁ ଯେ ସଂକଟ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।

Intro:Body:

FGDFGS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.