ETV Bharat / briefs

ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କଲା ନେପାଳ

author img

By

Published : May 3, 2021, 9:47 PM IST

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କଲା ନେପାଳ । ଆସନ୍ତା ମେ 14 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସେବା । ଅଧିକ ପଢ଼ନ୍ତୁ...

 ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କଲା ନେପାଳ
ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କଲା ନେପାଳ

କାଠମାଣ୍ଡୁ: ସୋମବାର ମଧ୍ୟ ରାତ୍ରି ଠାରୁ ସମସ୍ତ ଘରୋଇ ଓ ବୁଧବାର ମଧ୍ୟ ରାତ୍ରରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାକୁ ରବିବାର ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ବଢ଼ୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ନେପାଳ ସରକାର ।

ନେପାଳ ସ୍ବାସ୍ଥ୍ୟମନ୍ତ୍ରୀ ହ୍ରିଦୟେଶ ତ୍ରିପାଠୀ କହିଛନ୍ତି ଯେ, ‘‘ମେ 14 ତାରିଖ ପର୍ଯ୍ୟନ୍ତ ବିମାନ ସେବା ବାତିଲ ରହିବ । ତେବେ ଚାର୍ଟର ବିମାନ ସେବା ଜାରି ରହିବ ବୋଲି କହିଛନ୍ତି ମନ୍ତ୍ରୀ ।

ବିମାନ ସେବା ବାତିଲ କରିବା ସହ ଦେଶକୁ ଆସୁଥିବା ସମସ୍ତ ବ୍ୟକ୍ତି କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରିଛନ୍ତି ନେପାଳ ସରକାର । କାଠମାଣ୍ଡୁ ଭ୍ୟାଲିକୁ ଆସୁଥିବା ସମସ୍ତ ବିଦେଶୀ ଲୋକଙ୍କୁ 10 ଦିନ କୌଣସି ହୋଟେଲରେ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏହାସହ 72 ଘଣ୍ଟା ପୂର୍ବରୁ କରାଯାଇଥିବା କୋରୋନା ଆରଟିପିସିଆର ରିପୋର୍ଟ ମଧ୍ୟରେ ସାଥିରେ ଆଣିବା ବାଧ୍ୟତାମୂଳକ ।

ସେପଟେ ଏପ୍ରିଲ 29 ତାରିଖରୁ ନେପାଳକୁ ବସ୍‌ ସେବା ମଧ୍ୟ ବନ୍ଦ ରହିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

କୋରୋନା ସଂକ୍ରମଣ ରୋକିବା ପାଇଁ ନେପାଳ ସରକାର ଅନ୍ୟାନ୍ୟ ପଦକ୍ଷେପ ମାନ ମଧ୍ୟ ଗ୍ରହଣ କରିଛନ୍ତି ।

ରବିବାର ନେପାଳରେ ସର୍ବାଧିକ 7 ହଜାର 137 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାସହ 27 ଜଣଙ୍କର ମୃତ୍ୟୁ ଘଟିଥିଲା ଯାହାପରେ ମୃତ୍ୟୁ ସଂଖ୍ୟା 3 ହଜାର 325କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ନେପାଳରେ ସଂକ୍ରମଣ ସଂଖ୍ୟା 3,36,030 ରହିଛି, ସେଥି ମଧ୍ୟରୁ 48,711ଟି ସକ୍ରିୟ ମାମଲା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.