ETV Bharat / briefs

ଆତଙ୍କବାଦକୁ ନେଇ ପାକ୍ ଉପରେ ବର୍ଷିଲେ ଭାରତ-ଆମେରିକା

ଆତଙ୍କବାଦର ପୃଷ୍ଠପୋଷକତା କରୁଥିବା ଅଭିଯୋଗରେ ପାକିସ୍ତାନକୁ ପୁଣି ଥରେ ଟାର୍ଗେଟ କରିଛନ୍ତି ଭାରତ ଏବଂ ଆମେରିକା। ନିଜ ମାଟିରୁ ପରିଚାଳିତ ହେଉଥିବା ଆତଙ୍କବାଦ ଇଣ୍ଡଷ୍ଟ୍ରୀକୁ ପାକିସ୍ତାନ ସରକାର ପ୍ରୋତ୍ସାହନ ଦେଉଥିବା ବେଳେ, ନିଜ ପଡୋଶୀ ଦେଶ ପାଇଁ ଏହାକୁ ହତିଆର ଭଳି ବ୍ୟବହାର କରୁଛି ପାକିସ୍ତାନ।

ଫାଇଲ ଫଟୋ
author img

By

Published : Jun 27, 2019, 3:37 PM IST

Updated : Jun 27, 2019, 3:49 PM IST

ନୂଆଦିଲ୍ଲୀ: ଭାରତ ସମେତ ଅନ୍ୟ ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ପୁଣିଥରେ ଟାର୍ଗେଟ କରିଛନ୍ତି ଭାରତ ଏବଂ ଆମେରିକା। ଆତଙ୍କବାଦର ଇଣ୍ଡଷ୍ଟ୍ର୍ରୀ ହେଉଛି ପାକିସ୍ତାନ । ଏଥିସହିତ ପାକିସ୍ତାନ ନିଜ ପଡୋଶୀ ରାଜ୍ୟ ପାଇଁ ଆତଙ୍କବାଦୀଙ୍କୁ ହତିଆର ଭାବେ ବ୍ୟବହାର କରୁଛି । ଗୁରୁବାର ନୂଆଦିଲ୍ଲୀରେ ୟୁକେ ଇଣ୍ଡିଆ ସପ୍ତାହକୁ ସମ୍ବୋଧିତ କରିବା ସମୟରେ ଏସ ଜୟଶଙ୍କର ଏକ ଭିଡିଓ ଲିଙ୍କ୍ ଜରିଆରେ ପାକିସ୍ତାନକୁ ଟାର୍ଗେଟ କରିଥିଲେ ।

ଖାଲି ସେତିକି ନୁହେଁ ନିଜ ଦେଶର ମାଟିରେ ଚାଲୁଥିବା ଆତଙ୍କବାଦ ଇଣ୍ଡଷ୍ଟ୍ରୀକୁ ପାକିସ୍ତାନ ସରକାର ପ୍ରୋତ୍ସାହନ ଦେଉଛନ୍ତି। କାରଣ ପାକିସ୍ତାନ ସରକାର ଏହାକୁ ନିଜ ପଡୋଶୀ ଦେଶ ପାଇଁ ହତିଆର ମନେ କରୁଛି । ଯାହାକୁ ଭାରତ କଦାପି ବି ସହ୍ୟ କରିବନାହିଁ। ସେହିପରି ଭାରତ ଗ୍ରସ୍ତରେ ଆସିଥିବା ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ପାକିସ୍ତାନକୁ କଡା ଶଦ୍ଦରେ ଭର୍ତ୍ସନା କରିଛନ୍ତି । ଭାରତରେ ଆତଙ୍କବାଦ ପ୍ରସାରଣକୁ ବନ୍ଦ କରିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । ଏହାସହିତ ଆଫଗାନିସ୍ତାନରେ ଆତଙ୍କୀଙ୍କ ପ୍ରବେଶ ଉପରେ ରୋକ ଲଗାଇବାକୁ କହିଛନ୍ତି ।

ପମ୍ପିଓ ଏକ ଇଂରାଜୀ ଖବର କାଗଜରେ କହିଛନ୍ତି, ଆମେରିକା ପାକିସ୍ତାନକୁ ନେଇ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ଯାହାଫଳରେ ପାକିସ୍ତାନ ଭାରତ ବିରୁଦ୍ଧରେ ଆତଙ୍କୀ ଗତିବିଧିକୁ ବନ୍ଦ କରିବ । ଏହାସହିତ ପାକିସ୍ତାନ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ମଧ୍ୟ ବନ୍ଦ କରିବ ।

Intro:Body:

blank

Conclusion:
Last Updated : Jun 27, 2019, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.