ETV Bharat / briefs

ବରଗଡ ପୋଲିସକୁ ବଡ ସଫଳତା; ଗିରଫ ହେଲେ ବସନ୍ତ ପ୍ରଧାନଙ୍କ ସମସ୍ତ ହତ୍ୟାକାରୀ - MUREDER

ଗିରଫ ହେଲେ ବରଗଡ ବସନ୍ତ ପ୍ରଧାନ ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତ, ବିହାର,ଆସାମଓ ଝାଡଖଣ୍ଡରୁ ସମସ୍ତଙ୍କୁ ଗିରଫ କଲା ବରଗଡ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jun 30, 2019, 6:20 AM IST

ବରଗଡ: ବରଗଡ ପୋଲିସକୁ ମିଳିଛି ବିରାଟ ବଡ ସଫଳତା । ପ୍ରଥମ ଥର ପାଇଁ ଏକ ଘଟଣାରେ ପୋଲିସ ତିନୋଟି ରାଜ୍ୟରୁ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗତ ୧୦ ତାରିଖରେ ବରଗଡ ଟାଉନ ଥାନା ଅନ୍ତର୍ଗତ ଜମୁଡା ଗ୍ରାମରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ମାତ୍ର ୧୯ ଦିନ ମଧ୍ୟରେ ୫ ଜଣ ଅପରାଧୀଙ୍କୁ ଭିନ୍ନ ଭିନ୍ନ ରାଜ୍ୟରୁ ଧରି ଏହି ହତ୍ୟାକାଣ୍ଡ ପର୍ଦାଫାସ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଗତ 10 ତାରିଖରେ ଜମୁଡା ଗ୍ରାମର ହିରାଳାଳ ମହନ୍ତଙ୍କ ଘରକୁ ଲୁଟ କରିବା ଉଦ୍ଦେଶ୍ୟରେ ୫ ଜଣ ଡକାୟତ ଯାଇଥିବା ବେଳେ ଛାତ ଉପରେ ଶୋଇଥିବା ହିରାଳାଳଙ୍କ ସଳା ବସନ୍ତ ପ୍ରଧାନଙ୍କୁ ଡକାୟତ ଦଳ କାବୁ କରିବାକୁ ଚେଷ୍ଟା କରିଥିଲେ ହେଲେ ବସନ୍ତଙ୍କୁ କାବୁ କରିବାରେ ବିଫଳ ହେବାରୁ ବସନ୍ତଙ୍କୁ ଗୁଳିକରି ହତ୍ୟା କରିଥିଲେ ଅପରାଧି । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ମାନେ ସୋହେଲା ଥାନା ଅନ୍ତର୍ଗତ ତବଡାରେ ଥିବା ପ୍ରସିଦ୍ଧ ବାବା ସୁରେନ ମଲ୍ଲିକଙ୍କ ମଠରେ ଆତ୍ମଗୋପନ କରିଥିଲେ ।

ତେବେ ବାବା ପୋଲିସ ନଜରରେ ଥିବା ଜାଣିପାରି ବାବା ଫେରାର ହୋଇଯାଇଥିଲେ ଗୌହାଟିକୁ । କିନ୍ତୁ ଆକ୍ସନ ମୁଡରେ ଥିବା ବରଗଡ ପୋଲିସ ଗୌହାଟି ଯାଇ ବାବାଙ୍କୁ ଗିରଫ କରିଥିଲା । ପରେ ଘଟଣାର ଖୋଳତାଡ଼ କରି ଘଟଣାରେ ସଂପୃକ୍ତ ଥିବା ଉତ୍ତର ପ୍ରଦେଶର ଲାଲ ବିବେକ ସିଂହ , ବିହାରର ରାଜେଶ ସିଂହ ଓ ବଲାଙ୍ଗିର ଜିଲ୍ଲାର ମନୋଜ ବଢିଆଙ୍କୁ ବରଗଡ ପୋଲିସ ଝାଡଖଣ୍ଡରୁ ଗିରଫ କରିଛି ।

ସେହିପରି ବରପାଲି ଠାରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବା ବେଳେ ଲୋକଙ୍କ ହାତରେ ଧରାପଡିଥିବା ଟୁନୁ ମାଝୀ ମଧ୍ୟ ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଆମ୍ବାଭୋନାର ରାକେଶ ବେହେରା ନିଜ ମୁଣ୍ଡରେ ବନ୍ଧୁକ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।ହେଲେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେଉଁ ବନ୍ଧୁକରେ ବସନ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା ସେହି ବନ୍ଧୁକରେ ଅପରାଧୀ ରାକେଶ ବେହେରା ନିଜେ ଆତ୍ମହତ୍ୟା କରିଥିଲା ଏବଂ ପରେ ସେହି ବନ୍ଧୁକ ଧରି ଟୁନୁ ମାଝି ନିଜେ ବରପାଲି ଠାରେ ଲୁଟ ଉଦ୍ୟମ କରୁଥିବା ସମୟରେ ଧରାପଡିଥିଲା ।

ଏହି ଘଟଣାରେ ପୋଲିସ ଅପରାଧୀଙ୍କ ଠାରୁ ତିନୋଟି ବନ୍ଧୁକ , ଜୀବନ୍ତ ଗୁଳି , ତିନୋଟି ବାଇକଓ ଗୋଟେ ହ୍ୟୁଣ୍ଡାଇ କାର ଜବତ କରିଛି । ଏହାସହ ସମସ୍ତ ଅଭିଯୁକ୍ତଙ୍କୁ ବରଗଡ ପୋଲିସ କୋର୍ଟ ଚାଲାଣ କରିଛି । ବହୁତ କମ ଦିନ ମଧ୍ୟରେ ବରଗଡ ପୋଲିସ ଏହି ହତ୍ୟାକାଣ୍ଡର ପର୍ଦାଫାସ କରିବା ସହ ସମସ୍ତଙ୍କୁ ଗିରଫ କରିଥିବାରୁ ଜିଲ୍ଲାବାସୀ ପୋଲିସକୁ ପ୍ରଶଂସା କରୁଛନ୍ତି ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ସ୍ଲଗ- ନିର୍ଵାଚନ କୁ ନେଇ ଭୋଟ କେନ୍ଦ୍ରରେ ପ୍ରସ୍ତୁତି ଆରମ୍ଭ
ଆଙ୍କର-ଆଉ ଗୋଟେ ଦିନପରେ ସାଧାରଣ ନିର୍ଵାଚନ ପାଇଁ ହେବ ମତଦାନ । ଏହି ତୃତୀୟ ପ୍ରଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ଦଳ ଠାରୁ ପ୍ରଶାସନ ସମୁର୍ଣ ରୂପେ ପ୍ରସ୍ତୁତ କରି ରଖିଛନ୍ତି । କେନ୍ଦୁଝର ରେ ଗୋଟିଏ ଲୋକସଭା କ୍ଷେତ୍ର ସହ ୭ ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେବ ।  କେନ୍ଦୁଝର ଜିଲ୍ଲାରେ ୧୫ଲକ୍ଷ୧୩ ହଜାର୩୦ ଜଣ ଭୋଟର ଭୋଟ ଦେବାପାଇଁ ଯୋଗ୍ୟ ବିବେଚିତ ହେଇଛନ୍ତି । ଜିଲ୍ଲାରେ ୧୭୨୦ଟି ବୁଥ ଥିବାବେଳେ ସେଥିମଧ୍ୟରୁ ୭୨୬ ଟି ସମ୍ବେଦନଶୀଳ ବୁଥ ଭାବେ ଚିନ୍ହିତ କରାଯାଇଛି । ଏହି ନିର୍ଵାଚନକୁ ମୁକ୍ତ ଅବାଧ୍ୟ କରିବା ପାଇଁ ୭ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବପାଇଁ  ଯୋଜନା କରାଯାଇଛି। ଏହା ସହ ୧୧୬ଟି ମୋବାଇଲ ପାର୍ଟି ଗଠନ ମଧ୍ୟ କରାଯାଇଛି । ସବୁ ବୁଥ ରେ ପ୍ରିଜାଇଡିଂ ଅଫିସରଙ୍କ ସହ ପୋଲିଂ ପାର୍ଟି ପହଞ୍ଚି ସାରିଲେଣି । ସମସ୍ତେ ନିଜ ନିଜ ବୁଥ କେନ୍ଦ୍ର ରେ ପହଁଚି ନିଜ କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଲେଣି । କେନ୍ଦୁଝର ଜିଲ୍ଲାରେ ଗତ କାଲି ଠୁ ପ୍ରଶାସନ ପୋଲିଂ ପାର୍ଟିକୁନିଜ ନିଜ କେନ୍ଦ୍ରରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିଥିଲା । ବୁଥ କେନ୍ଦ୍ର ରେ ପହଞ୍ଚି ପୋଲିଂ ଭଲରେ କାମ ଆରମ୍ଭ କରୁଥିବା ପ୍ରକାଶ କରିଛନ୍ତି । ପ୍ରଶାସନ ମଧ୍ୟ ଖରା କୁ ଦେଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ।
ବାଇଟ- ଶ୍ରୀନିବାସ ମିଶ୍ର ( ପ୍ରିଜାଇଡିଂ ଅଫିସର)
ବାଇଟ2- ମନୋଜ ମିଶ୍ର( ଫାଷ୍ଟ ପୋଲିଂ ଅଫିସର)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.